-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
17-Nov-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକାସରା ବ୍ଳକ ଡୁଡୁକାଠେଙ୍ଗା ପଞ୍ଚାୟତ ବନ୍ଦ ପଡ଼ାଗ୍ରାମର ରାଜେଶ ଅଗ୍ରୱାଲ ଙ୍କ ଘରେ ପଶି ଡକାୟତି ଉଦ୍ୟମ ।ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ୧ ଟା ସମୟରେ ୮ଜଣ ତୃବୃର୍ତ୍ତ ମାନେ ରାଜେଶ ଅଗ୍ରୱାଲ ଙ୍କ ଘର ଉପରେ ଚଡ଼ି ଖପର କାଡିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ ସେମାନେ ରାଜେଶ ଙ୍କ ଘର କବାଟ ଭାଙ୍ଗି ଘର ଭିତରକୁ ଯାଇ ରାଜେଶ ଙ୍କୁ ଆକ୍ରମଣ କରିବା ସମୟରେ ତାଙ୍କ ଭାଇ ନରେଶ ଅଗ୍ରୱାଲ ଦୌଡ଼ି ଆସିବାରୁ ତାଙ୍କ ମୁଣ୍ଡ ଉପରେ ଛୁରା ମାଡ଼ କରିଥିଲେ । ଏନେଇ ସେ ଆମପାଣି ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।