-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ହାଇଦ୍ରାବାଦର ଜଣେ ଟ୍ରାଫିକ୍ ପୁଲିସ ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବା ପାଇଁ ଟ୍ରାଫିକ୍ ଜାମ୍ ହଟାଇବାକୁ ଦୀର୍ଘ ୨ କିମି ଦୌଡ଼ି ସବୁ ମହଲରୁ ପ୍ରଶଂସିତ ହେଉଛନ୍ତି। ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଥିବା ଜଣେ ଅପରିଚିତ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଏପରି ପ୍ରୟାସ କରିଛନ୍ତି। ଟ୍ରାଫିକ୍ କନ୍ଷ୍ଟେବଲ ଜି ବବ୍ଜି!! ଗତ ସୋମବାର ଜିପିଓ ଜଙ୍କସନ୍ ଓ ଆନ୍ଧ୍ର ବ୍ୟାଙ୍କ କୋଟି ମଧ୍ୟରେ ଭିଡ଼ ସମୟରେ ଘଟଣାଟି ଘଟିଥିଲା। ଏହାର ଦୁଇ ଦିନ ପରେ ହାଇଦ୍ରାବାଦ୍ ପୁଲିସ ଘଟଣାର ଭଡିଓ ପୋଷ୍ଟ କରିବା ପରେ ଏହା ଲୋକଲୋଚନକୁ ଆସିଲା। ଘଟଣା ଦିନ ଆମ୍ବୁଲାନ୍ସ ଭିତରେ ଥିବା ଜଣେ ବ୍ୟକ୍ତି ଭିଡିଓଟି ସୁଟିଂ କରିଥିଲେ। ଜିପିଓ ଜଙ୍କସନ୍ରୁ କୋଟି ଅଭିମୁଖେ କନ୍ଷ୍ଟେବଲ ଜି ବବ୍ଜି ଦୌଡୁଥିବା ଏଥିରେ ଦେଖିବାକୁ ମିଳିଛି। ଦୌଡ଼ିବା ସମୟରେ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଦେବାକୁ ସେ ଯାତ୍ରୀଙ୍କୁ ବାରମ୍ବାର କହୁଥିଲେ। ଆମ୍ବୁଲାନ୍ସଟି ଯେମିତି ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିବ, ତାହା ସୁନିଶ୍ଚିତ କରିବା ପାଇଁ ବବ୍ଜି ନିଜ ପୁଲିସ ଷ୍ଟେସନ୍ ଅଧିକାର କ୍ଷେତ୍ରରୁ ବହୁ ଦୂରକୁ ଚାଲିଆସିଥିଲେ । ଏହି ମହତ କାର୍ଯ୍ୟ ପାଇଁ ଯାତ୍ରୀମାନେ ବବ୍ଜିଙ୍କୁ ଖୁବ୍ ପ୍ରଶଂସା କରିଥିଲେ!!ହାଇଦ୍ରାବାଦ୍ ପୁଲିସ ଘଟଣାର ଭିଡିଓ ପୋଷ୍ଟ କରି କ୍ୟାପ୍ସନ ଲେଖିଛି ‘ପ୍ରତ୍ୟେକ ସୋପାନରେ ଆପଣଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ’। ଭିଡିଓ ଶେୟାର ହେବା ପରଠୁ ୫୫ ହଜାରରୁ ଅଧିକ ଥର ଦେଖାଯାଇଛି । ୪ ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳିଛି। ଆବିଡ୍ସ ଟ୍ରାଫିକ୍ ପୁଲିସ ଷ୍ଟେସନ୍ରେ କାର୍ଯ୍ୟରତ ବବ୍ଜି କହନ୍ତି ‘ଆମ୍ବୁଲାନ୍ସ ପାଇଁ ପଥ ପରିଷ୍କାର କରିପାରିଥିବାରୁ ମୁଁ ବହୁତ ଖୁସି । ସେଥିରେ ଥିବା ରୋଗୀଙ୍କ ବିଷୟରେ ମୁଁ କିଛି ଜାଣେନାହିଁ । ଏପରିକି ସେ କେଉଁ ହସ୍ପିଟାଲ ଯାଉଥିଲେ, ତାହା ମଧ୍ୟ ଜାଣିନି।’ ପୁଲିସ ଷ୍ଟେସନ୍ର ବରିଷ୍ଠ ଅଧିକାରୀଙ୍କଠାରୁ ବବ୍ଜିଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି!!