-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
01-Nov-2026
ଟିଟିଲାଗଡ(ପ୍ରେରଣା ଖବର)- ଟିଟିଲାଗଡ ସହରର ଜନ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସେମିତିବି ବହୁ ଚାକିରିଆ ଲୋକେ ଜାଗା କିଣି କରୁଛନ୍ତି ଘର ନିର୍ମାଣ। ପରିତାପର ବିଷୟ ଦିନକୁ ଦିନ ଜାଗା ମାଲିକ ମାନେ ଟଙ୍କା ଲୋଭରେ ଜାଗା ବିକ୍ରି କରି ଦେଉଛନ୍ତି ତାହା ପୁଣି ବିନା ରେରା ଅନୁମତିରେ। ଫଳ ସ୍ୱରୂପ ଦୀର୍ଘ ୧୦ ରୁ ୧୫ ବର୍ଷ ପୂର୍ବେ ଲୋକ ଜମି କିଣି ଘର ନିର୍ମାଣ କରି ରହୁଥିବା ଲୋକଙ୍କୁ ମିଳୁନି ଚଉଡ଼ା ରାସ୍ତା। ସେଥିରେ ପୁଣି ଜମି ମାଲିକଙ୍କ ଦୌରାତ୍ମ୍ୟ, ଦୀର୍ଘ ୧୫ ବର୍ଷ ପୂର୍ବରୁ ବିକ୍ରି କରିଥିବା ଜମି ବାହାରେ ବି ଆମର ଦୁଇ ଫୁଟଜାଗା ବାହାରୁଚି ବୋଲି କହିବା ସହିତ ଏବେର ଦରରେ ବାକି ଟଙ୍କା ଦିଅ ନହେଲେ ଘର ଭାଙ୍ଗିବା ପାଇଁ ଧମକ ଦେବା ଦେଖିବାକୁ ମିଳୁଛି। ଏଠାରେ ପ୍ରଶ୍ନ ଉଠେ ଯେ ଦୀର୍ଘ ୧୫ ବର୍ଷରୁ ବିକ୍ରି କରିଥିବା ଜମିର ନକ୍ସା ତଥା ପୌର ପରିଷଦକୁ ରାସ୍ତା ହସ୍ତାନ୍ତର କରାଯାଇଛି କି ? ଯଦି ରାସ୍ତା ହସ୍ତାନ୍ତର କରାଯାଇଛି ତାହେଲେ ଆଜି ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ନାଳ ଓ ରାସ୍ତା କାହା ଜମିରେ ନିର୍ମାଣ କରାଯାଇଛି ? ଯେତେବେଳେ ମାଲିକ ଜମି କିଣି ଘର ନିର୍ମାଣ କଲା ସେତେବେଳେ କାହିଁକି ମନା କରାଗଲା ନାହିଁ କାହିଁକି ? ଜମି ମାଲିକଙ୍କ ଉପସ୍ଥିତିରେ ହିଁ ଜମିକୁ ଚିହ୍ନଟ କରି ଘର ନିର୍ମାଣ କରାଗଲା ? ତାପରେ ଅନ୍ୟ ଲୋକଙ୍କୁ ବି ସେହି ଜମି ମାଲିକ ସେହି ପ୍ଲଟରୁ ଅନ୍ୟ ଲୋକଙ୍କୁ ଜମି ବିକ୍ରି କରିଛନ୍ତି। ଏକ ଦଶନ୍ଧିରୁ ଉର୍ଦ୍ଧ ସମୟ ଜାଗା କିଣି ଘର ନିର୍ମାଣ କରିବା ପରେ ମୋଟ ଦୁଇ ଫୁଟ ଜାଗା ମାଡ଼ି ବସିଛ ବୋଲି ଦାବି କରିବା କେତେ ଦୂର ଯଥାର୍ଥ ?
ଏଠାରେ ପ୍ରଶ୍ନ ଉଠୁଛି ଯେ ଜାଗା ବିକ୍ରି ବେଜେ ରେଜିଷ୍ଟ୍ରି ଅଫିସରେ କେଉଁ ଦସ୍ତାବିଜ୍ ଆଧାରରେ ଜମି ବିକ୍ରି ହୋଇଥିଲା ? ପୌର ପରିଷଦକି ରାସ୍ତା ନିର୍ମାଣ ପାଇଁ କେଉଁ ଦସ୍ତାବିଜ୍ ଦାଖଲ କରିଥିଲେ ଜମି ମାଲିକ ? ୧୫ ବର୍ଷ ଯାଏଁ କାହିଁକି ଚୁପ୍ ରହିଲେ ଜମି ମାଲିକ ? ଯଦି ଜାଗା ବାହାରିବ ତାହେଲେ ସମ୍ପୂର୍ଣ୍ଣ ବିକ୍ରି କରିଥିବା ଜମିକୁ ମପାଯାଉ, ରାସ୍ତାର ନକ୍ସା ପ୍ରଦାନ କରାଯାଉ, ସରକାରୀ ଆର ଆଇ ଓ ଅମିନ ଆସି ମାପଚୁକ୍ କରିବାକୁ ପୀଡ଼ିତ ଘର ମାଲିକ ଦାବି କରିଛନ୍ତି। ଘର ମାଲିକଙ୍କ କହିବା ଅନୁଯାୟୀ ଘର ଲାଗି ପାଖରେ ଥିବା ପ୍ଲଟ ଦୁଇ ଦୁଇଥର ଅନ୍ୟ ମାଲିକ ବିକ୍ରି କରି ସାରିଲେଣି, କେବଳ ଆମର ଜମି ଅଧିକ ଅଛି କି ଅନ୍ୟ ବିକ୍ରି ଜାଗା ଅଧିକ ଅଛି ତାହାର ତର୍ଜମା କରାଯାଊ। କିଚି ଦିନ ତଳେ ଜାଗା ମାଲିକଙ୍କ ଏହି ଅତ୍ୟାଚାର ବିରୋଧରେ ଆର ଆଇ ଅଫିସରେ ଲିଖିତ ଅଭିଯୋଗ କରିଥିଲେ ଜମି କ୍ରୟ କରିଥିବା ଲୋକେ। ଆର ଆଇ ଅମିନ ଆସି ଜମି ମାଲିକଙ୍କୁ କେଉଁ ପ୍ଲଟ କେଉଁ ହିସାବରେ ବିକ୍ରି କରିଛ ତାହାର ନକ୍ସା ମାଗିବାରୁ ବିକ୍ରି କରିଥିବା ଜମି ମାଲିକ କିଛି ଦସ୍ତାବେଜ ଦେଇ ପାରି ନ ଥିଲେ। ତାହେଲେ ଆମେ ଆପଣଙ୍କ ଜାଗା କିପୋଷ୍ଟି କେଉଁ ହିସାବରେ ମାପିବୁ ବୋଲି କହି ଫେରି ଯାଇଥିଲେ। ଯଦି ଜମି ମାଲିକ ଟଙ୍କା ଲୋଭରେ ଜୁଆଡୁ ପାଇଲେ ସିଆଡୁ ଜମି ବିକ୍ରି କରିଛନ୍ତି ତାହେଲେ ଏବେ ହିସାବ ଆସିବ କେଉଁଠୁ ? ଏଭଳି ଅବ୍ୟବସ୍ଥା ତଥା ଭୁଲ୍ ନକ୍ସା ପ୍ରସ୍ତୁତ କରିବା ଯୋଗୁଁ ଏଭଳି ସମସ୍ୟା ଉପୁଜୁଛି। ବିନା ରେରା ଅନୁମତି ଯୋଗୁଁ ରାସ୍ତା ସଙ୍କୁଚିତ ତଥା ଯିବା ଆସିବାରେ ଲୋକ ହଇରାଣ ହରକତ ହେଉଛନ୍ତି। ତେବେ ଏ ଦିଗରେ ଆର ଆଇ, ତହସିଲଦାର, ରେଜିଷ୍ଟ୍ରି ଅଫିସରେ ସମ୍ପୂର୍ଣ୍ଣ ତଥ୍ୟ ସଠିକ୍ ଭାବରେ ଦିଆ ଯାଉ ନ ଥିବା ଲୋକେ କହୁଚନ୍ତି। ତାହେଲେ ଜମି ମାଲିକ ମାନେ ଜମି କିଣି ଏଭଳି ଦୁଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସରକାର ଏ ଦିଗରେ ଯଥା ଶୀଘ୍ର ଦୃଷ୍ଟି ଦେବା ସହ ଜମି ବିକ୍ରି କରୁଥିବା ଜମି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।