-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
01-Nov-2026
ବଲାଙ୍ଗୀର(ପ୍ରେରଣା ଖବର):ନଭେମ୍ବର ୧ ବଲାଙ୍ଗୀର ଦିନ । ଆଜିର ଦିନରେ ୧୯୪୯ ମସିହାରେ ବଲାଙ୍ଗୀର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ତେଣୁକରି ବଲାଙ୍ଗୀର ଜିଲ୍ଲା ଗଠନର ଅସ୍ମିତା ଓ ସ୍ୱାଭିମାନକୁ ନେଇ ନଭେମ୍ବର ୧ ତାରିଖକୁ ବଲାଙ୍ଗୀର ଦିନ୍ ଭାବରେ ପାଳନ କରାଯାଉଛି । ଆଜି ବଲାଙ୍ଗୀର ଦିନ ଆୟୋଜକ କମିଟି ପକ୍ଷରୁ ଏହାକୁ ଧୂମ୍ଧାମରେ ପାଳନ କରାଯାଇଛି।
ସେଥିପାଇଁ ଦିନବେଳା ସହରରେ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା କରାଯାଇଛି । ଦିନ ୧୧ଟା ବେଳେ ସ୍ଥାନୀୟ କୋସଳ କଳାମଣ୍ଡଳ ପଡିଆ ଠାରୁ ଆୟୋଜକ କମିଟିର କର୍ମକର୍ତ୍ତା, ସଦସ୍ୟ/ସଦସ୍ୟା, କଳାକାର ତଥା ଜନସାଧାରଣଙ୍କୁ ନେଇ ବାଜାଗଜା ବଜାଇ ଶୋଭାଯାତ୍ରା କରାଯାଇଛି । କୋସଳକଳାମଣ୍ଡଳ ପଡିଆ ଠାରୁ ବାହାରିଥିବ ଶୋଭାଯାତ୍ରାକୁ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ବାଘ, ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ସ୍ୱତନ୍ତ୍ରଉନ୍ନୟନ ପରିଷଦର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ପୌରାଧ୍ୟକ୍ଷା ଲିକା ସାହୁ,ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଘ, ବଲାଙ୍ଗୀର ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଯୋଗଦାନ କରିଥିଲେ । ଆୟୋଜକକମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ଅର୍ଥ କମିଟିର ଅଧ୍ୟକ୍ଷ କିଶୋର କୁମାର ରଥ, ସଂଯୋଜକ ସରିତା ଦାସ, ଗୌରଚନ୍ଦ୍ର ପୁରୋହିତ, ପ୍ରତାପ ରଥ, ବିଧୂଭୂଷଣ ତ୍ରୀପାଠୀ, ଲୋଟସ ଷଢଙ୍ଗୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୋମନାଥ ମିଶ୍ର, ବିନୋଦ କାଲସାଏ, ଗୋବିନ୍ଦ ଶତପଥି,ଗୋପାଳ ପଧାନ, ବିକାଶ ସା, ରାମ ଦାସ, ସଂଜୀବ ସାହୁ, ଅଭିଲାଷ ଦାସ,ସାଗରିକା ଗୁରୁ, ସଂଗୀତା ଦାସ, ସତ୍ୟନାରାୟଣ ହୋତା ପ୍ରମୁଖଙ୍କ ସହିତ ଶହଶହ ସଂଖ୍ୟାରେ କଳାକାର, ଜେନ-ଜୀ ମାନେ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ଶୋଭାଯାତ୍ରା କୋସଳ କଳାମଣ୍ଡଳପଡିଆଠାରୁ ବାହାରି ପିପି ଏକାଡେମୀ ଛକ, ଟିକ୍ରାପଡାଛକ, ଦୈନିକବଜାର ରାସ୍ତା ଦେଇ
ସମଲେଶ୍ୱରୀମନ୍ଦିରରେ ପହଞ୍ଚିଥିଲା । ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ପାଟଣେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପରେ ପାଟଣାଛକ, ମୁଖ୍ୟ ବଜାର, ପୁରୁଣା ବସଷ୍ଟାଣ୍ଡ,କଚେରୀଛକ ଦେଇ ପୁଣି କଳାମଣ୍ଡଳ ପଡିଆରେ ପହଞ୍ଚିଥିଲା । କଳାମଣ୍ଡଳରେ ମଞ୍ଚପୂଜା କରାଯାଇଥିଲା । ସାଂସ୍କୃତିକ ଶୋଭାଯାତ୍ରାରେ ବାଦ୍ୟତ ତାଳେ ତାଳେ ଜେନ-ଜୀ ମାନେ ଧୂମ ନାଚି ଥିଲେ । ଦୁଲଦୁଲି,ଘଣ୍ଟବାଦ୍ୟ,କିର୍ତ୍ତନ୍ୟ ପାର୍ଟିର ନାଚରେ ସହର କମ୍ପିଉଠିଥିଲା । ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ନାୟକ, ମହେନ୍ଦ୍ର ବାଘ, ଗୋଲାପ ବାଘ, ନୀହାରିକା ମିଶ୍ର, ସୁରେଶ ମିଶ୍ର, ଜୟକୃଷ୍ଣ ମିଶ୍ର, ବୀରେନ୍ଦ୍ର ପାଣ୍ଡେ, ରଶ୍ମିତା ପାତ୍ର, ସଂଜଳି ଶତପଥି, ପୌରପାଳିକାର ସମସ୍ତ କାଉନସିଲର, ଅନୁପମା ମିଶ୍ର, ଋତୁରାଜ ପଧାନ,ସୁବ୍ରତ ସାହୁଙ୍କ ସମେତ ଶତାଧିକ ପୁରୁଷ/ମହିଳା ସାମିଲ ହୋଇଥିଲେ ।