-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
01-Nov-2026
ବରଗଡ଼(ତୁଳସୀଚରଣ ଦାଶ): ଆଜି ଅପରାହ୍ନରେ ୮୩ ବର୍ଷୀୟ ଆମ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଆଜୀବନ ସଦସ୍ୟ ଜୟ ପ୍ରକାଶ ଅଗ୍ରୱାଲଙ୍କୁ ତାଙ୍କ ବରଗଡ଼ ବଦ୍ରି ପ୍ରସାଦ ଆପାର୍ଟମେଣ୍ଟ ସଂଲଗ୍ନ ବାସ ଭବନରେ ଜିଲ୍ଲା ସଂଘର ସଦସ୍ୟ ମାନେ ଯାଇ ସାକ୍ଷାତକରି ଆଲୋଚନା କରିଥିଲେ ।
ଶ୍ରୀ ଅଗ୍ରୱାଲ ଜଣେ ପ୍ରତିଷ୍ଠିତ, ସୁନାମଧନ୍ୟ ବ୍ୟବସାୟୀ ଓ ସହରର ଅନେକ ସାମାଜିକ ପ୍ରତିଷ୍ଠାନର ପ୍ରେରଣା ସ୍ରୋତ I ସେ ସଦା ସମସ୍ତଙ୍କର ସହ ଉତ୍ତମ ବ୍ୟବହାର ଓ ସଂଘକୁ ବିଭିନ୍ନ ସମୟରେ ଦିଗଦର୍ଶନ ଓ ସହଯୋଗ ଦେଇ ଆସିଛନ୍ତି I
ନିଜର ଉତ୍ତମ ସ୍ୱାସ୍ଥ୍ୟ ସହ ଘରେ ନିଜ ସ୍ତ୍ରୀ,ଦୁଇ ପୁଅ ବୋହୁ ଓ ପୁରା ପରିବାର ସହ ବହୁତ ଖୁସିଥିବା ପ୍ରକାଶ କରିଥିଲେ। ଏହି ସାକ୍ଷାତକାର ସମୟରେ ତାଙ୍କ ପାଖେ ଆଉ ଦୁଇଜଣ ବରିଷ୍ଠ ସଦସ୍ୟ ଶ୍ରୀ ସାବରର୍ମଳ ଅଗ୍ରୱାଲ ଓ ଶ୍ରୀ ସୁଶୀଲ ଦାଶଙ୍କ ଉପସ୍ଥିତି ଓ ସହରର ପୁରୁଣା ସ୍ମୃତି ଚର୍ଚାରେ ଯୋଗଦାନ, ଆମର କଥୋପକଥନକୁ ବହୁତ ରୋଚକ ଓ ସ୍ମରଣୀୟ କରିଥିଲା I
ଏହି ସାକ୍ଷାତକାର ଅଭିଯାନ ରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀ କେଦାର ମିଶ୍ର, ସଂପାଦକ ଗୋବିନ୍ଦ ଦାଶ, ସର୍ଦାର ପ୍ରୀତମ ସିଂ, ଦେବୀ ପଟ୍ଟନାୟକ ଓ ସହ ସମ୍ପାଦକ ଆନନ୍ଦ ପ୍ରଧାନ ଆଦି ସାମିଲ ହୋଇଥିଲେ।
---------×××---------