-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
01-Nov-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଙ୍କ ମାତା ଶ୍ରୀମତୀ ବିଶାଖା ତ୍ରିପାଠୀ ଙ୍କ ୮୭ ବର୍ଷ ବୟସ ରେ ପରଲୋକ ଘଟିଛି l ଦୀର୍ଘ ୨୫ ବର୍ଷ ଧରି କ୍ଷମତା ରେ ଥିବା ସୋନପୁର ବ୍ଲକ ମୟୂରଉଡାନ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସୋନପୁର ବ୍ଳକ ଉପାଧ୍ୟକ୍ଷ ସ୍ୱର୍ଗତ ଘାସିରାମ ତ୍ରିପାଠୀ ଙ୍କ ଧର୍ମପତ୍ନୀ ଭାବେ ପୁଣ୍ୟାତ୍ମା ବିଶାଖା ତ୍ରିପାଠୀ ସୋନପୁର ବ୍ଲକ ଓ ସୋନପୁର ସହର ରେ ବେଶ୍ ପରିଚିତ ଥିଲେ l ଗତ କାଲି ରାତିରେ ସୋନପୁର ଗ୍ରୀଡକୋ କଲୋନୀ ସ୍ଥିତ ତାଙ୍କ ବାସଭବନ ରେ ଶ୍ରୀମତି ତ୍ରିପାଠୀ ଙ୍କ ପରାଲୋକ ଘଟିଛି । ସ୍ଵର୍ଗୀୟା ତ୍ରିପାଠୀ ଜଣେ ସରଳ, ସଚ୍ଚୋଟ, ଧର୍ମ ପରାୟଣ , ମିଷ୍ଟଭାଷୀ ତଥା ପରୋପକାରୀ ମହିଳା ଭାବେ ସୋନପୁର ବ୍ଲକ ଅଞ୍ଚଳ ତଥା ସହର ରେ ସେ ପରିଚିତ ଥିଲେ । ସ୍ୱର୍ଗୀୟl ତ୍ରିପାଠୀ ଙ୍କ ଆଜି ରବିବାର ସକାଳେ ରାମେଶ୍ୱର ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କାରାଯିବ l ,ସୋନପୁର ର ଵିଶିଷ୍ଟ ହୋଟେଲ ବ୍ୟବସାୟୀ ଚମରା ରାମ ତ୍ରିପାଠୀ, ବରିଷ୍ଠ ଓକିଲ ହରି ନାରାୟଣ ତ୍ରିପାଠୀ, ଔଷଧ ବ୍ୟବସାୟୀ ଭୁବନ ମୋହନ ତ୍ରିପାଠୀ, ବଡ଼ ପୁଅ ନିରଞ୍ଜନ ତ୍ରିପାଠୀ, ମଝିଆ ପୁଅ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ଓକିଲ ଦେବ ରଞ୍ଜନ ତ୍ରିପାଠୀ, ସାନ ପୁଅ ଡାକ୍ତର ଚିତ୍ତ ରଞ୍ଜନ ତ୍ରିପାଠୀ, ଓକିଲ ନନ୍ଦ କିଶୋର ତ୍ରିପାଠୀ, ସ୍ବାଧୀନ ତ୍ରିପାଠୀ, ପ୍ରଶାନ୍ତ ତ୍ରିପାଠୀ, ସାମ୍ୱାଦିକ ରାଜ କିଶୋର ତ୍ରିପାଠୀ, ପ୍ରହଲ୍ଲାଦ ତ୍ରିପାଠୀ, ବ୍ୟବସାୟୀ ଆଲୋକ ତ୍ରିପାଠୀ, ଦୀପକ ତ୍ରିପାଠୀ ଙ୍କ ସମେତ ଶ୍ରୀମତୀ ତ୍ରିପାଠୀ ଙ୍କ ତିନି ପୁତ୍ର ବଧୂ, ତିନି ଝିଅ, ନାତି ନାତୁଣୀ, ତିନି ନଣନ୍ଦ, ଜ୍ୱାଇଁ ଶଙ୍କର ଦାଶ, ପ୍ରଦୀପ ଶତପଥୀ, ସୁରେଶ ପାଣିଗ୍ରାହୀ, ଭାଈ ହରିହର ଶତପଥୀ, ଆତ୍ମୀୟ ସ୍ଵଜନ ମର ଶରୀର ପାଖରେ ଉପସ୍ଥିତ ରହିଥିବା ବେଳେ ସୋନପୁର ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗିୟା ତ୍ରିପାଠୀ ଙ୍କ ମର ଶରୀର କୁ ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଜିଲ୍ଲା ପ୍ରସାଶନ ପକ୍ଷରୁ ରାଜ୍ୟ ଶ୍ରମ ବିଭାଗ ର ଯୁଗ୍ମ ସଚିଵ ତଥା ଏଡିଏମ ସୁବର୍ଣ୍ଣପୁର ଅଞ୍ଜଳୀନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ରାମେଶ୍ୱର ଶ୍ମଶାନ ଠାରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏ ଖବର ରେ ଓଡ଼ିଶା ତଥା କଲିକତା ହାଇକୋର୍ଟର ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ, କଟକ ଏସ ସି ବି ମେଡିକାଲ ର ମୂତ୍ରାଶୟ ଵିଭାଗ ର ପ୍ରଫେସର ଡ଼ାକ୍ତର ଦତ୍ତେଶ୍ୱର ହୋତା, ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂ, ପ୍ରାକ୍ତନ ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ, ଏସପି ଶ୍ରୀ ନାରାୟଣ ନାଏକ, ଏ ଡି ଏମ୍ ରାଜେନ୍ଦ୍ର ମାଝୀ, ଗଭୀର ଶୋକ ପ୍ରକାଶ କରି ଫୋନ ବାର୍ତ୍ତା ମାଧ୍ୟମ ରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି l