-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||     

HOME   ଜିଲ୍ଲା

୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ

01-Nov-2026



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା ବୀରସୁରେନ୍ଦ୍ର ସାଏ ଖେଳପଡ଼ିଆ ଠାରେ ୟଙ୍ଗ ଷ୍ଟାର ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ୧୪ତମ ପୀତାମ୍ବର ମେମୋରିଆଲ ଏକଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ରବିବାର ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଶଙ୍କରା ସରପଞ୍ଚ ଅଶୋକ ପୃଷ୍ଟି,ସମ୍ମାନିତ ଅତିଥି ଭାବେ ଶଙ୍କରା ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦିନବନ୍ଧୁ ନାୟକ,ପୂର୍ବତନ ସମିତିସଭ୍ୟ ଦାଶରଥି ନନ୍ଦ,ଶଙ୍କରା ପ୍ୟାକ୍ସ ସଭାପତି ଧର୍ମରାଜ ପଣ୍ଡା, ଶିକ୍ଷାବିତ ଧୃବଚରଣ ନାଏକ, ଅରବିନ୍ଦ ପଣ୍ଡା,ସତ୍ୟ ଦାସ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l ଟୁଣ୍ଟାମେଣ୍ଟରେ କଦଳୀପାଲି,ଧାତୁକିପାଲି, ପପଙ୍ଗା,ଖୁର୍ଡିଆବାହାଲ, ବିଏମପୁର,ମେଘେଲା,ଚରଦା, ସୋନପୁର ପ୍ରମୁଖ ଆଠଟି ଦଳ ଅଂଶଗ୍ରହଣ କରିଥିଲେ l ପ୍ରଥମ ସେମି ଫାଇନାଲ ଖେଳ କଦଳୀପାଲି ଓ ପପଙ୍ଗା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖେଳର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାକୁ ଗୋଲ ଦେଇ ପାରିନଥିଲେ l ପେନାଲଟି ଜରୀଆରେ ୧-୦ କଦଳୀପାଲିକୁ ହରାଇ ପପଙ୍ଗା ଫାଇନାଲରେ ପ୍ରଵେଶ କରିଥିଲା l ଦ୍ଵିତୀୟ ସେମିଫାଇନାଲ ଖେଳ ମେଘେଲା ଓ ଚରଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମେଘେଲା ଦଳକୁ ୧ - 0 ହରାଇ ଚରଦା ଫାଇନାଲରେ ପ୍ରଵେଶ କରିଥିଲା l ଫାଇନାଲ ଖେଳ ଚରଦା ଓ ପପଙ୍ଗା ମଧ୍ୟରେ  ଅନୁଷ୍ଠିତ ହୋଇଥିଲା। ଏଥିରେ ଚରଦା ଦଳ ଚମ୍ପିୟାନ ହୋଇଥିଲା l ଖେଳ ଗୁଡ଼ିକୁ ନରସିଂହ ସେଠୀ,ବାବୁଲାଲ ସାହୁ,ଆନନ୍ଦ ବଢ଼େଇ,ସୁଶାନ୍ତ ବାଗ,ଆଶିଷ ପଣ୍ଡା ପରିଚାଳନା କରିଥିବା ବେଲେ ସଞ୍ଜୟ ପଟ୍ଟନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ l ସ୍ବର୍ଗତ ପିତାମ୍ବର ପଧାନଙ୍କ ସୁପୁତ୍ର ତଥା ଯୁବ ଆଇନଯିବି ଜୟପ୍ରକାଶ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଏମପୁରର ପୂର୍ବତନ ବିଧାୟକ ପଦ୍ମନାଭ ବେହେରା,ସମ୍ମାନିତ ଅତିଥି ଅତିଥି ଭାବେ ଚନ୍ଦ୍ରଶେଖର ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ବଶିଷ୍ଠ ଭରାସାଗର,ବିହାରିଲାଲ ମିଶ୍ର, ହରିଶଙ୍କର ତରାଇ, ଯୁବ ଆଇନଜୀବୀ ଅଦ୍ଵୈତ ପଣ୍ଡା,ରାମଜୀ ବିଶ୍ବାଳ,ଆଶିଷ ପାତ୍ର,ସଦାନନ୍ଦ ଥନପତି , ଧର୍ମେନ୍ଦ୍ର ଥନାପତି ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ l ପ୍ରତିଯୋଗିତାରେ ମେନ୍ ଅଫ ଦି ମ୍ୟାଚ୍ ଚରଦା ଦଳର ଅନିଲ ଓ ମ୍ୟାନ ଅଫ ଦି ସିରିଜ ଭାବେ ପପଙ୍ଗା ଦଳର ବିରେନ୍ଦ୍ରଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ଶିବଶଙ୍କର ଧନ୍ୟବାଦ ଦେଇଥିଲେ l ଏଥିରେ ସୁକାନ୍ତ ବାଗ,ଭାଗିରଥି ବାଗ,ପ୍ରଶନ୍ନ ସାହୁ,ଶୁଭମ ଦଣ୍ଡସେନା,ନନ୍ଦି କିଶୋର ବାଗ,ସଞ୍ଜିବ ସାହୁ, ସନ୍ତୋଷ ମୁଣ୍ଡା,ଆଶୁତୋଷ ରଣା, ତ୍ରିଲୋଚନ ଗୁଦୁରିଆ,ଜିତୁ ଭୂଏ, ଲୁକୁ ମୁଣ୍ଡା,ସୂର୍ଯ୍ୟମଣି ବାଗ, ଅଂଶୁମାନ ସାହୁ,ବିକ୍ରମ ଭୂଏ ପ୍ରମୁଖଙ୍କ ସମେତ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026

You Might Also Like