-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ବରଗଡ(ନିରଞ୍ଜନ ତ୍ରିପାଠୀ): ବରଗଡ଼ ଜିଲ୍ଲା ସୋହେଲା ବ୍ଲକର ନେଗୀମୁଣ୍ଡ ଗ୍ରାମରେ ଗ୍ରାମର ଶ୍ରୀ ଗଣେଶ ଯୁବକ ସଂଘ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଉପଲକ୍ଷେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ପଣ୍ଡକିପାଲି ସରପଞ୍ଚ ନିରଞ୍ଜନ ନାୟକ ଯୋଗଦାନ କରି ନେଗିମୁଣ୍ଡା ଗ୍ରାମର ସମର୍ପିତ ମନୋଭାବ ରଖି ଗ୍ରାମ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ଥିବା ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗ ଦେଇ ଧରିତ୍ରୀ ମାତାର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ସଂରକ୍ଷଣ କ୍ଷେତ୍ରରେ ଯୁବ ସମାଜର ଭୂମିକା ସମ୍ପର୍କରେ ଆଲୋଚନା ସହିତ ଜନ୍ମ,ବିବାହ, ମୃତାହ,ଜନ୍ମଦିନ ଇତ୍ୟାଦି କାର୍ଯ୍ୟକ୍ରମରେ ସ୍ମାରକୀ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇ ସମସ୍ତଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ । ସାମାଜିକ କର୍ମୀ ବାଲ୍ମୀକି ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷପତି ପ୍ରଧାନ ଓ ଶ୍ରୀଯୁକ୍ତ ଯଜ୍ଞାବିହାରି ପ୍ରଧାନ ବୃକ୍ଷ ରୋପଣ , ସଂରକ୍ଷଣ ଏହାର ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୁଦୋପାଲି ବନ ସୁରକ୍ଷା ସମିତିର ନେତ୍ରାନନ୍ଦ ବିଶ୍ଵାଳ ,କାଶୀ ପାଲି ବନ ସୁରକ୍ଷା ସମିତିର କପିଲ୍ ସାହୁ , ନେଗିମୁଣ୍ଡାର ସାନନ୍ଦ ସାହୁ,ହଳଧର ବରିହା,ଶିଶୁପାଳ ବରିହା ,ଝାସକେତନ ସାହୁ ତଥା ଗ୍ରାମବାସୀ ଓ ଶ୍ରୀ ଗଣେଶ ଯୁବକ ସଂଘର ସଦସ୍ୟ ମାନେ ଅଂଶ ଗ୍ରହଣ କରି ନିଜର ମତ ରଖିଥିଲେ
ସଭା ପରେ ଶ୍ରୀ ଗଣେଶ ଯୁବକ ସଂଘର ସଦସ୍ୟ ମାନେ ହାତରେ ବୃକ୍ଷ ସହିତ ଅତିଥି ମାନଙ୍କ ସହ ଶୋଭାଯାତ୍ରାରେ ପରିବେଶ ସୁରକ୍ଷା ସମ୍ପର୍କିତ ସ୍ଲୋଗାନ ରେ ଗ୍ରାମ ପରିକ୍ରମା କରି ଗ୍ରାମ ରାସ୍ତାରେ ଓ ବନ୍ଧ ହିଡରେ ବୃକ୍ଷ ରୋପଣ କରି ଥିଲେ ।
ଯୁବକ ସଂଘର ସମସ୍ତ ସଦସ୍ୟ ବୃକ୍ଷ ଗୁଡ଼ିକୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଯୁବକ ସଂଘର ସଭାପତି ବଂଶୀଧର ପଟେଲ ଓ ସମ୍ପାଦକ ତରଣୀ ସେନ ସାହୁ ଓ ସଦସ୍ୟ ମାନେ ପରିଚାଳନା କରିଥିଲେ ।