-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
କେନ୍ଦ୍ରାପଡା (ଶିବ ପ୍ରସାଦ ସେନାପତି) ଗରଦପୁର ବ୍ଲକ୍ ର ବଡବେତରା ପଞ୍ଚାୟତର ଭରିଗୋଳ ଗ୍ରାମରେ ଆଜି ମାଗଣା ମୋତିଆବିନ୍ଦୁ ଚିହ୍ନଟ ସିବିର ହୋଇଥିଲା। ଏହି ସିବିର କେନ୍ଦ୍ରାପଡା ଭୂମିକା ହସ୍ପିଟାଲ୍ , ପାଟକୁରା ପ୍ରଗତିମଞ୍ଚ ଓ ଭାରିଗୋଳ ଯୁବ ଗୋଷ୍ଠି କେନ୍ଦ୍ରଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡା ଭୂମିକା ହସ୍ପିଟାଲ୍ କୁ ଅସ୍ତ୍ରପୋଚାରପାଇଁ ଯାଇଥିଲେ ବଡବେତରା ପଞ୍ଚାୟତର ଭାରିଗୋଳ ଯୁବ ଗୋଷ୍ଠି ସଂଘ ଗୃହରେ ହୋଇଥିବା ମୋତିଆବିନ୍ଦୁ ଚିହ୍ନଟ କେନ୍ଦ୍ରରେ ମୁଖ୍ୟ ଅତିଥୀ ଅନନ୍ତ କୁମାର ପରିଡା, ସମ୍ମାନିତ ଅତିଥି ଅଶୋକ କୁମାର ପଣ୍ଡା,ଅନ୍ୟ ସହଯୋଗକାରି ମାନେ ହେଲେ ଅଭିନ୍ନ କୁମାର ବେଉରା, ହିମାଂସୁ ଭୂଷଣ ରାଉତ୍,କବି ପ୍ରସାଦ ବାରିକ,ପ୍ରସନ୍ନ କୁମାର ମଲ୍ଲିକ,ରଞ୍ଜନ ମନ୍ତ୍ରୀ, ବାବୁ ମନ୍ତ୍ରୀ,ମନୋଜ ବାରିକ୍,ମନୋଜ
ମୁଦୁଲି ଓ ଭାରିଗୋଳ ଯୁବ ଗୋଷ୍ଠି ସଂଘର ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ। ଏହି କେନ୍ଦ୍ରକୁୁ ମୋଟ୍ ୪୫ ଜଣ ଆଖି ପରିକ୍ଷା କରିଥିଲେ ସେଥିରୁ ୯ ଜଣ ମୋତିଆବିନ୍ଦୁ ଚିହ୍ନଟ ହୋଇ ଅସ୍ତ୍ରପୋଚାରପାଇଁ କେନ୍ଦ୍ରାପଡା ଭୂମିକା ହସ୍ପିଟାଲ୍କକୁ ଯାଇଥିଲେ। ଭାରି ଗୋଳ ଯୁବକ ସଂଘର ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳର ବୁଦ୍ଧିଜିବୀ ମାନଙ୍କ ଦ୍ଵାରା ପ୍ରଶଂସା କରାଯାଇଥିଲା।