-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) :ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ର ବିଜେଡି ମହିଳା ଦଳ ପକ୍ଷରୁ କେନ୍ଦ୍ର ସରକାର ଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ତଥା ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ଵାନ କ୍ରମେ ଜିଲ୍ଲା ସଭାପତି ତଥା ସ୍ଥାନୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସହଯୋଗ ରେ ଏବଂ ବିଜେଡି ନେତ୍ରୀ ଗୀତା ବିଶି ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ଧାରଣା ପ୍ରଦର୍ଶନ କରାଯାଇଥିଲା। ଆୟୋଜିତ ଏହି ସଭାରେ ନାରୀନେତ୍ରୀ ମାନେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ।ପରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଦ୍ଧକ୍ଷା ରମା କାନ୍ତି ପୁଟେଲ,ସୁକାନ୍ତି ପାଢ଼ୀ,ଉମାଦେବି ଅଗ୍ରୱାଲ,ଅଞ୍ଜନା ବର୍ମା,ମୈତ୍ରୀ ସାହୁ,ଜାଜ୍ଞସେନି ରାଜପାଳୀଆ, ଦ୍ରୋପଦୀ ପାତ୍ର, ସନ୍ତୋଷିନି ସୁନାନି,ରଶ୍ମିତା ପ୍ରଧାନ,ଅନିତା ଚନ୍ଦନ,ସରିତା ବେହେରା, ସୌଦାମିନି ସାହୁ,ମୀନାରାଣୀ ସାହୁ ପ୍ରମୁଖ ଙ୍କ ସହ ଶତାଧିକ ମହିଳା ଯୋଗଦେଇଥିଲେ। ଅପରପକ୍ଷରେ ବିଜେଡି ର ଏହି କାର୍ଯକ୍ରମ କୁ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ସାରା ରାଜ୍ୟ ରେ ମମିତା ଅପହରଣ ଓ ହତ୍ୟା ଘଟଣା ର ନିଆଁ ଲାଗିଥିବାବେଳେ ଲୋକଙ୍କୁ ଧ୍ୟାନ ହଟାଇବାପାଇଁଏହା ବିଜେଡି ପକ୍ଷରୁ କରାଯାଉଥିବା ନେଇ ମତ ଦେଇଛନ୍ତି । ଏପରି କି ନିଜେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇ ତାଙ୍କ ନୀରବତା କେତେ ଯୁକ୍ତି, ଯୁକ୍ତ ବୋଲି ପ୍ରକାଶ କରିଛନ୍ତି ।