-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା, ନଭେମ୍ବର ୧ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଭୋଟର ତାଲିକାରେ ସଂକ୍ଷିପ୍ତ ସଂଶୋଧନ l

01-Nov-2021



ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମାଧ୍ୟମରେ ପ୍ରାପ୍ତ ହୋଇଥିବା ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଦାରିତ ସୂଚୀ ଅନୁସାରେ ଯୋଗ୍ୟ ତା.୦୧/୦୧/୨୨ ସୁଦ୍ଧା ୧୮ ବର୍ଷ ବୟସ ରୁ ଉର୍ଦ୍ଧ୍ୱ ସାବାଳକ ନାଗରିକ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ / ବାଦ / ସଂଶୋଧନ ସକାଶେ ସୁଯୋଗ ଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା.  ୬୪. ବୀରମହାରାଜପୁର,୬୫. ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅଂଚଳରେ ତା.୦୧/୧୧/୨୧ ରୁ ତା.୩୦/୧୧/୨୧ ପର୍ଯ୍ୟନ୍ତ ଭୋଟର ତାଲିକା ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଜିଲ୍ଲାସ୍ତରୀୟ ପ୍ରତିନିଧି, ବ୍ୟକ୍ତି ବିଶେଷ, ଏଥିସହ ସମ୍ପୃକ୍ତ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଯାଇଛି l ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଦାରିତ ସୂଚୀ ଅନୁସାରେ ତା.୦୧/୦୧/୨୨ ସୁଦ୍ଧା ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ / ବାଦ / ସଂଶୋଧନ / ସ୍ଥାନାନ୍ତରଣ ସକାଶେ ସୁଯୋଗ ଦେବାପାଇଁ ସୁବର୍ଣ୍ଣପୁର ଜିଲ୍ଲା ର ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୬୪. ବୀରମହାରାଜପୁର ଓ ୬୫. ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅଂଚଳରେ ତା.୦୧/୧୧/୨୧ ରୁ ୩୦/୧୧/୨୧ ପର୍ଯ୍ୟନ୍ତ ଭୋଟର ତାଲିକା ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ରଣୱାଣେ ଅଧ୍ୟକ୍ଷତା କରିଥିଲେ l ଉପରୋକ୍ତ ସମୟସୀମା ମଧ୍ୟରେ ଭୋଟର ମାନେ ନାମ ପଞ୍ଜିକରଣ / ବାଦ / ସଂଶୋଧନ / ସ୍ଥାନାନ୍ତରଣ ଆଦି କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ଫର୍ମ ସଂଖ୍ୟା ୬.୭.୮. ୮. ( କ ) ଆଦି ଫର୍ମ ରେ ବୁଥ ସ୍ତରୀୟ ଅଧିକାରୀ / ବିଡ଼ିଓ / ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆବଶ୍ୟକୀୟ କାଗଜାତ ସହ ଆବେଦନ କରିପାରିବେ l ଅନଲାଇନ୍ ଆବେଦନ ସକାଶେ ଆଗ୍ରହୀ ଭୋଟର ମାନେ www.ceoorissa.nic.in, www.eci.nic.in ର National Voters Service Portal ଏବଂ National Voters Help Line App ମାଧ୍ୟମରେ ନିର୍ଦ୍ଦାରିତ ଫର୍ମ ରେ ଆବେଦନ କରିପାରିବେ l ତା. ୦୭/୧୧/୨୧ (ରବିବାର )ଏବଂ  ତା.୨୧/୧୧/୨୧ (ରବିବାର) ଦିନକୁ ସ୍ୱତନ୍ତ୍ର ଅଭିଯାନ ଦିବସ ରୂପେ ପାଳନ କରାଯିବାକୁ ସ୍ଥିର କରାଯାଇଛି l ଭୋଟର ମାନଙ୍କମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସବଡ଼ିଭିଜନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ତଥା ପ୍ରକଶ୍ୟ ସ୍ଥଳରେ ବେନର, ପୋଷ୍ଟର ଲଗାଯିବା ଏବଂ ଡାକ ବାଜି ଯନ୍ତ୍ର ସାହାର୍ଯ୍ୟରେ ସଚେତନତା କାର୍ଯ୍ୟକ୍ରମ କରାଯିବ l ନୂତନ ଭୋଟର ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯିବା ଏବଂ ଜାତୀୟ ମାତଦାତା ଦିବସରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯିବ l ଆସନ୍ତା ତା.୦୫/୦୧/  ୨୨ ଦିନ ସମସ୍ତ ପୋଲିଙ୍ଗ ବୁଥ / ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଅନ୍ୟ ନିର୍ଦ୍ଧାରିତ ସ୍ଥାନ ମାନଙ୍କରେ ଭୋଟର ମାନଙ୍କ ଅବଗତି ନିମନ୍ତେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର (୬୪) ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପୁରୁଷ ଭୋଟର ୧୦୯୭୧୪, ମହିଳା ଭୋଟର 100447, ଥାର୍ଡ଼ ଜେଣ୍ଡରଭୋଟର ୪ ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପୁରୁଷ ଭୋଟର ୧୩୧୨୨୨, ମହିଳା ଭୋଟର ୧୨୦୪୦୯1 ଏବଂ ଥାର୍ଡ଼ ଜେଣ୍ଡର ୨୦ ରହିଛନ୍ତି l ଜିଲ୍ଲା ର ମୋଟ ପୁରୁଷ ଭୋଟର ୨୪୦୯୩୬: ରହିଥିବା ବେଳେ ମହିଳା ଭୋଟର ୨୨୦୮୫୬ ଓ ଥାର୍ଡ଼ ଜେଣ୍ଡର ମୋଟ ୨୪ ଜଣ ଉଭୟ ନିର୍ବାଚନ ମଣ୍ଡଳୀ ର ଭୋଟର ସଂଖ୍ୟା ରହିଛନ୍ତି l ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ମୋଟ ଭୋଟର ସଂଖ୍ୟା ୨୧୦୧୬୫ ହୋଇଥିବା ବେଳେ ସୋନପୁର ନିର୍ବାଚନ ମଣ୍ଡଳୀ ର ମୋଟ ଭୋଟର ସଂଖ୍ୟା ୨୫୧୬୫୧  ରହିଛି l ଜିଲ୍ଲା ର ମୋଟ ଭୋଟର ସଂଖ୍ୟା ୪୬୧୮୧୬ ଥିବା ସୂଚନା ଦିଆଯାଇଛି l ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ଥାଇ ମଧ୍ୟ ନାମ ପଞ୍ଜିକରଣ କରିପାରିନଥିବା ଦିବ୍ୟାଙ୍ଗ ମାନଙ୍କୁ ପଞ୍ଜିକୃତ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯିବ ଏବଂ ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଫର୍ମ ନମ୍ବର ୬ର ଡାଟାବେଶ ରେ ସ୍ୱତନ୍ତ୍ର ରୂପେ ଚି଼ହ୍ନଟ କରାଯିବ ଯଦ୍ୱାରା ମତଦାନ ସମୟରେ ତାଙ୍କ ପାଇଁ ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ନିର୍ଦ୍ଧାରିତ ବିଶେଷ ବ୍ୟବସ୍ଥା କରାଯାଇ ପାରିବ l ପ୍ରକାଶ ଥାଉ କି ତା.୨୫/୦୧/୨୨ ଦିନ ପାଳନ ହେବାକୁ ଥିବା ଜାତୀୟ ମତଦାତା ଦିବସ ୨୦୨୨ ଅବସରରେ ନୂତନରୂପେ ପଞ୍ଜିକୃତ ଯୁବ ମାତଦାତା ଙ୍କୁ ମତଦାତା ପରିଚୟ ପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯିବାକୁ ସ୍ଥିର କରାଯାଇଛି l ଏହାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ଜିଲ୍ଲା ର ସମସ୍ତ ଅଧିବାସୀ, ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ଦଳର ପ୍ରତିନିଧି ବିଶେଷତଃ ଯୁବ ସମାଜର ସହଯୋଗ କାମନା କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like