-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିଙ୍ଗମା ୟୁପିସ୍କୁଲରେ ପରିଚାଲନା କମିଟୀ ଗଠିତ ହୋଇଯାଇଛି । ମଧୂ ତାନ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମସ୍ତ ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଏହି ଅବଶରରେ ଏକ ନୂତନ ପରିଚାଲନା କମିଟି ଗଠନ କରାଯାଇଥିଲା । ଏଥିରେ ସଂଜୀବ ରଣା ସଭାପତି, ରୀନା ମହାନନ୍ଦୀଆ ଉପସଭାପତି ଭାବରେ ମନୋନୀତ ହୋଇଥିବା ବେଲେ ଛାତ୍ର ପ୍ରତିନିଧି ଇତିଶ୍ରୀ ସାହୁ, ଶ୍ରୀୟମ ପର୍ଡୀଆ, ଆଶାକର୍ମୀ ଶଶି ରାଉତ, ଅଙ୍ଗନୱାଡି କର୍ମୀ ରୂପକାନ୍ତୀ ଜଗଦଲା, ସମିତି ସଭ୍ୟା ରୀତାରାଣୀ ମହାନନ୍ଦିଆ, ପ୍ରଧାନ ଶିକ୍ଷକ ହୃଷିକେଶ କର୍ଣ୍ଣ, ଶିକ୍ଷକ ପ୍ରତିନିଧି ଅବଦୁଲ ଭୋଇଙ୍କ ସମେତ ୧୯ ଜଣ ସଦସ୍ୟ ଭାବରେ ରହିଛନ୍ତି । ସିଆରସସି କୃର୍ଷ୍ଣ ରଂଜନ ପଣ୍ଡା ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇଥିଲେ ।