-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ଉଲୁଣ୍ଡ (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ଠାରେ ଏକତା ଦିବସ ପାଲିତ ହୋଇଯାଇଛି । ବୀରସୁରେନ୍ଦ୍ର ସାଏ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଆଦିତ୍ୟ ରଂଜନ ବ୍ରହ୍ମଚାରୀ ମୁଖ୍ୟ ଅତିଥି ଏବଂ ଶମ୍ଭୂରାଜ କର୍ଣ୍ଣ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସର୍ଦାର ବହ୍ଲଭ ଭାଇ ପଟେଲଙ୍କ ଫଟୋଚିତ୍ରରେ ଦିପପ୍ରଜ୍ୱଳନ କରିବା ସହ ଏକତା ଦିବସ ତାତ୍ୱର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବଶରରେ ଏକତା ରହିବା ପାଇଁ ସପଥପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ଧବଲେଶ୍ୱର ଭୁକ୍ତା ପରିଚାଲନା କରିଥିବା ବେଳେ ଗଙ୍ଗାଧି ବାଘ, ସୁରଥ କମ୍ପ, ସିପୁନ ମାôଝ, ଦୀପକ ବାଘ, ଓମ ପଟ୍ଟନାଏକ, ଗୋପବନ୍ଧୁ ଭରାସାଗରଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ । ପଦ୍ମଲୋଚନ କମ୍ପ ଧନ୍ୟବାଦ ଦେଇଥିଲେ । ସେହିପରୀ ଗଣ୍ଡାବାହାଲ ୟୁପିସ୍କୁଲରେ ପ୍ରଧାନ ଶିକ୍ଷକ ହରିଚରଣ ପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରବାହାଲି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କମ୍ଭୁ ପ୍ରଶାଦ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିବା ସହ ଏକତା ରହିବା ପାଇଁ ସପଥପାଠ କରାଯାଇଥିଲା । ଶିକ୍ଷୟତ୍ରୀ ସୁପ୍ରଭା ପାଣିଗ୍ରାହୀଙ୍କ, ବୈଷ୍ଣବଚରଣ ତରାଇଙ୍କ ସମେତ ପରିଚାଲନା କମିଟୀର ସଭ୍ୟ, ସଭ୍ୟା ଯୋଗଦେଇଥିଲେ ।