-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||     

HOME   ରାଜ୍ୟ

ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ: ସକାଳ ୬ଟାରୁ ସକାଳ ୯ଟା ଯାଏଁ ପ୍ରବେଶ ଅନୁମତି

01-Nov-2021



ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆଜି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା। ପୂର୍ବରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ। ଶିମିଳିପାଳ ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଫାଟକ ଦେଇ ଅନୁମତି ପାଶ ନେଇ ଯାଇପାରିବେ। ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ OTDC ୱେବସାଇଟରେ ଅନଲାଇନରେ ବୁକିଙ୍ଗ କରି ଏହି ସୁବିଧା ନେଇ ପାରିବେ ବୋଲି ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ କରୋନା ମହାମାରୀ ଜାରି ଥିବାରୁ କୋଭିଡ କଟକଣା ମଧ୍ୟରେ ଏହା ଖୋଲା ହେଇଛି। ଦୀର୍ଘ ୭ମାସରୁ ଉର୍ଦ୍ଧ୍ବ ସମୟର ଲକଡାଉନ ଯୋଗୁଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ। ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଆଜି ସକାଳୁ ରାଜ୍ୟ ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ପ୍ରଥମ ଦିନରେ ପୀଠବଟା ଗେଟ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ ପର୍ଯ୍ୟଟକ ମାନେ ମାସ୍କ, ସାନିଟାଇଜ଼ର ଓ ସାମାଜିକ ଦୂରତ୍ୱ ପାଳନ କରିବା ବାଧ୍ୟତାମୂଳକ କରଯାଇଛି। ତେବେ ଅନଲାଇନ ଜରିଆରେ ଅଗ୍ରୀମ ବୁକିଙ୍ଗ କରି ରାତ୍ରି ଯାପନ କରିବା ସହ ୱାଚ ଟାୱାରରୁ ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ତେବେ ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପୀଠବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିବ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବିଭିନ୍ନ ରାତ୍ରିରହଣି କଟେଜ୍‌ଗୁଡିକ ଅନେକ ରଙ୍ଗବେରଙ୍ଗରେ ସଜେଇ ହୋଇଛି। ୨୭୫୦ ବର୍ଗ କି.ମି. ପରିମିତ ଜାତୀୟ ଉଦ୍ୟାନ ଶିମିଳିପାଳ ଭିତରେ ପର୍ଯ୍ୟଟକଙ୍କ ରାତ୍ରୀ ଯାପନ ପାଇଁ ଗୁରୁଗୁଡ଼ିଆ, କୁମାରୀ, ବରେହିପାଣି, ଜାମୁଆଣି ଓ ରାମତୀର୍ଥରେ କଟେଜ୍‌ଗୁଡିକ ରହିଥିବା ବେଳେ ପର୍ଯ୍ୟଟକଙ୍କ ମନ ମୋହିବାକୁ ଶିମିଳିପାଳ କୋଳରେ ବହିଯାଉଥିବା ବରେହିପାଣି, ଉସ୍କି, ଜୋରନ୍ଦା ପରି ଅନେକ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଅନ୍ୟପକ୍ଷରେ ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ସୁଯୋଗ ପାଇ ଥିବାରୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବା ପରେ ପର୍ଯ୍ୟଟକ ଓ ଛୋଟ ବଡ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026

You Might Also Like