-+91-9937148622 |
prerana_bgr@rediffmail.com |
Thursday 30th July 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
(ପ୍ରେରଣା ଖବର) : ଛତିଶଗଡ଼ର ଦାନ୍ତୱାଡାରେ ରବିବାର ଏନକାଉଣ୍ଟରରେ ତିନି ମହିଳା ନକ୍ସଲଙ୍କ ଶବ ଉଦ୍ଧାର ହୋଇଛି । ତିନିଙ୍କ ଉପରେ ୫-୫ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା । ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲବ କହିଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡଙ୍କ ସହ ମିଳିତ ଏନକାଉଣ୍ଟର ପରେ ତିନି ମହିଳା ନକ୍ସଲଙ୍କ ଶବ ଉଦ୍ଧାର ହୋଇଛି । ଏହି ଏନକାଉଣ୍ଟର ଅଦବାଲ ଏବଂ କୁଞ୍ଜେରାସ ଜଙ୍ଗଲରେ ହୋଇଥିଲା । ଘଟଣାସ୍ଥଳରୁ ମିଳିଥିବା ତିନି ମହିଳା ନକ୍ସଲଙ୍କ ଶବ ଚିହ୍ନଟ ହୋଇଛି ସେମାନେ ହେଲେ ରାଜେ ମୁଚକୀ, ଗୀତା ମରକାମ ଏବଂ ଜ୍ୟୋତି ଓରଫ ଭୀମେ ନୁପ୍ପା । ତିନିଜଣ କାତେକଲ୍ୟାଣ ଏରିଆ କମିଟିର ସକ୍ରିୟ ସଦସ୍ୟ ଥିଲେ । ଘଟଣା ସ୍ଥଳରୁ ୧୨ ବନ୍ଧୁକ, ଦୁଇ ଦେଶୀ ବନ୍ଧୁକ, ଆଇଡି, ତାର, ଔଷଧ ଇତ୍ୟାଦି ମିଳିଥିଲା ।