-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
30-Oct-2021
ବରଗଡ/ଅତାବିରା(ନିରଞ୍ଜନ ତ୍ରିପାଠୀ) :-ଆଜି ଅତାବିରା ଏନ୍ ଏ ସି ର ୱାର୍ଡ ନଂ ୫,୯,୩ ଓ ୱାର୍ଡ ନଂ ୧ରେ ରାସ୍ତା ଓ ଡ୍ରେନ ର ନିର୍ମାଣ ପାଇଁ ଆଜି ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ନିଜ କରକମଳରେ ତାର ଶିଳାନ୍ୟାସ କରିଛନ୍ତି। ।ଏନ୍
ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋର୍ୟ୍ଯ ରଞ୍ଜନ ମିଶ୍ର, ବିଜେଡି ଏନ୍ ଏ ସି ସଭାପତି ଟଙ୍କ ଦାଶ,ଯୁବ ବି ଯେ ଡି ସଭାପତି ମଣ୍ଟୁ ପଣ୍ଡା, ସତ୍ୟ ମିଶ୍ର, କାଉନସିଲର ସନ୍ତୋଷିନି ମକାୱାନା,ପ୍ରକାଶ ପ୍ରଧାନ,ଦୁର୍ଯ୍ୟୋଧନ ସାହୁ,ରାଜେଶ୍ ଜେନା
ଶୈଳେଶ ମୁଖାର୍ଜୀ,ସ୍ଵାଧୀନ ପ୍ରଧାନ,ବିନୋଦ ନାଏକ ଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏନ୍ ଏ ସି ପାଣ୍ଠିରୁ ୱାର୍ଡ ନଂ୩ ପାଇଁ ବାର ଲକ୍ଷ ଟଙ୍କା ,ୱାର୍ଡ ନଂ ୧ ପାଇଁ ୧୪ ଲକ୍ଷ,ୱାର୍ଡ ନଂ ୯ ପାଇଁ ୩ଲକ୍ଷ ଓ ୫ ନଂ ୱାର୍ଡ ପାଇଁ ୧୩ ଲକ୍ଷ ସମୁଦାୟ ୪୨ଲକ୍ଷ ଅନୁଦାନ ରାଶି ମଞ୍ଜୁର କରିବା ସହ କାମ ଗୁଡିକ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ବିଧାୟିକା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି l