-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
30-Oct-2021
ବରଗଡ(ନିରଞ୍ଜନ ତ୍ରିପାଠୀ) :-ଅତାବିରା ବ୍ଲକ ସିଂହପାଲି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣାନନ୍ଦ ନାଥ ଙ୍କୁ ଆଜି ଅବସର କାଳୀନ ବିଦାୟ ଦିଆଯାଇଛି । ସିଂହପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ଦେବତା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ଅବସର ନେଉଥିବା ଶ୍ରୀଯୁକ୍ତ ନାଥ, ପ୍ରଧାନ ଶିକ୍ଷକ ଦାୟିତ୍ଵ ଗ୍ରହଣ ଲୋକନାଥ ମହାନନ୍ଦ, ସିଆରସିସି ରଶ୍ମିରଞ୍ଜନ ସାହୁ,ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଭରତ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ସି. ଆର୍. ସି .ସି ମନୋରଞ୍ଜନ ମିଶ୍ର ଅତିଥି ପରିଚୟ ,ସ୍ବାଗତ ଅଭିଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଥମେ ବିଘ୍ନରାଜ ଙ୍କ ଫଟୋଚିତ୍ର ରେ ଅତିଥି ମାନେ ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପରେ ଛାତ୍ର ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପ୍ରାର୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ମଞ୍ଚାସୀନ ଅତିଥି ମାନେ ନିଜ ନିଜ ଅଭିଭାଷଣ ରେ ଶ୍ରୀ ନାଥଙ୍କ ଆଦର୍ଶ ଶିକ୍ଷକତା ,ସମୟାନୁବର୍ତ୍ତିତା ତଥା ଛାତ୍ରପ୍ରେମୀ ଗୁଣ ଉପରେ ଆଲୋକପାତ କରି ଥିଲେ।ଏହାପରେ ତାଙ୍କୁ ଗ୍ରାମ କମିଟି, କ୍ଲଷ୍ଟର୍,ସ୍କୁଲ୍ କମିଟି,ମେହେର ସମାଜ ତଥା ବିଭିନ୍ନ ସି. ଆର୍. ସି ସି,ଆଖପାଖ ବିଦ୍ୟାଳୟ ପକ୍ଷରୁ ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଲଳିତ ଭୋଇ,,ଶିବ ଶଙ୍କର ମେହେର,ମଧୁସ୍ମିତା ସାହୁ, ସନ୍ଧ୍ୟାରାଣୀ ନାଥ, ଜ୍ୟୋତିର୍ମୟୀ ପ୍ରଧାନ, ଆରୁଣୀ ଭୁଏ, ବିଶ୍ଵନାଥ ମେହେର,ଦୁଃଖିଶ୍ୟାମ ଗଡତିଆ,ବିରେନ୍ଦ୍ର ଭୋଇ, ରାଜେନ୍ଦ୍ର ନାରାୟଣ ଦାଶ, କାହ୍ନୁଚରଣ ଦାଶ, ବ୍ରଜମୋହନ ମେହେର,ପଞ୍ଚମ ସାହୁ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ସ୍କୁଲ ରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲେ।