-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
30-Oct-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ଆରମ୍ଭ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୨ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଏଥିରେ ସାମିଲ ହୋଇ ପାରିବେ ଏବଂ ଯୋଗ୍ୟ ଭୋଟର ହୋଇଥିବେ ତାଙ୍କର ଭୋଟର ଲିଷ୍ଟ ରେ ନାଁ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟ ରୁ ନାଁ କାଟିବାକୁ ଚାହୁଁ ଥିବେ କିମ୍ୱା ତ୍ରୁଟି ସଂଶୋଧନ କରି ପାରିବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥା ଚଳିତ ଥର ଅନ ଲାଇନ ବ୍ୟବସ୍ଥା ମାଧ୍ୟମରେ କରାଯିବ । ପୂର୍ବରୁ ଏହା ଅଫ ଲାଇନରେ କରାଯାଉଥିଲା । ଏକ ସ୍ୱତନ୍ତ୍ର ଆପ ମଧାମରେ ଏହି ସଂଶୋଧନ ପ୍ରକ୍ରିୟା ଲୋକମାନେ କରି ପାରିବେ ବୋଲି ଶ୍ରୀ ଲୋହାନୀ କହିଛନ୍ତି । ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ପ୍ରମାଣ ପତ୍ର ଲୋକମାନଙ୍କୁ ଦେବାକୁ ହେବ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ ଆପଣକୁ କାର୍ଡ ଯୋଗାଈ ଦେବେ କିମ୍ୱା ସ୍ପୀଡ଼ ପୋଷ୍ଟ ମଧାମରେ ଘରକୁ ପଠାଯିବ । ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ଦୁଇ ରବିବାରରେ ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀ ମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ କି ଭୋଟର ତାଲିକା ସଂଶୋଧନ କରିପାରିବେ । ଉପାନ୍ତ ଅଞ୍ଚଳରେ ସ୍ପେଶାଲ ଆରେଜମେଣ୍ଟ କରିବା ପାଇଁ ଆମେ ବ୍ୟବସ୍ଥା କରିବୁ । ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆପ୍ଲଏ କରି ପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକ ଙ୍କୁ ଆମେ ଅଟୋ ମେକାନିଜମ ଦ୍ୱାରା ଆମେ ବାଦ ଦେଇ ସାରିଛୁ । ବର୍ତ୍ତମାନ ସୁଦ୍ଧା ଆହୁରି ୪ ଲକ୍ଷ ଆବେଦନ ମଧ୍ୟ ରହିଛି ବୋଲି ରାଜ୍ଯ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସ୍ପଷ୍ଟ କରିଛନ୍ତି l