-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ବ୍ରହ୍ମପୁର(ଦୀପକ ଷଡଙ୍ଗୀ) - ସୋରଡ଼ାର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ୧୧୧୫ ଟି ରଙ୍ଗୀନ ବୋତାମ ବ୍ୟବହାର କରି ୧୮ ଇଞ୍ଚ × ୧୫ ଇଞ୍ଚ ସ୍ଥାନରେ ମାଁ କନ୍ଧୁଣି ଦେବୀଙ୍କ କଳାକୃତି ତିଆରି କରି “ଇଣ୍ଡିଆ ବୁକ ଅଫ ରେକର୍ଡ୍ସ” ସ୍ଥାନ ପାଇବାରେ ଗୌରବ ଅର୍ଜନ କରିଛନ୍ତି। ଶିଳ୍ପୀ ଶ୍ରୀ ମହାରଣା ୫ ଘଣ୍ଟା ପରିଶ୍ରମ କରି ୧୧୧୫ ଟି ରଙ୍ଗୀନ ବୋତାମ ଓ ପ୍ଲାଷ୍ଟିକ ଫୁଲ ବ୍ୟବହାର କରି ମାଁ କନ୍ଧୁଣି ଦେବୀଙ୍କ କଳାକୃତି ଗତ ୨୦୨୦ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ତିଆରି କରି ଏହାକୁ “ଇଣ୍ଡିଆ ବୁକ ଅଫ ରେକର୍ଡ୍ସ”ରେ ସ୍ଥାନିତ କରିବାକୁ ଆବେଦନ କରିଥିଲେ। “ଇଣ୍ଡିଆ ବୁକ ଅଫ ରେକର୍ଡ୍ସ” ର ସମ୍ପାଦକୀୟ ମଣ୍ଡଳୀ ଗତ ୨୦୨୦ ଅକ୍ଟୋବର ୨୭ ତାରିଖରେ ଏକ ବୈଠକରେ ଏକତ୍ରିତ ହୋଇ ସତ୍ୟନାରାୟଣ ମହାରଣାଙ୍କ ଦ୍ୱାରା ବୋତାମରେ ଅତି ସୁନ୍ଦର ଭାବେ ତିଆରି ହୋଇଥିବା ମାଁ କନ୍ଧୁଣି ଦେବୀ କଳାକୃତିକୁ ସ୍ଥାନିତ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଗତବର୍ଷ ଶିଳ୍ପୀ ସତ୍ୟନାରାୟଣ ମହାରଣା ଖବର କାଗଜରେ ମାଁ କନ୍ଧୁଣି ଦେବୀଙ୍କ ୭ ଫୁଟ ୮ ଇଞ୍ଚ ଉଚ୍ଚତାର ଜ୍ୱାଳାମୁଖୀ ରୂପର କଳାକୃତି ପାଇଁ “ଇଣ୍ଡିଆ ବୁକ ଅଫ ରେକାର୍ଡ୍ସ” ସ୍ଥାନ ପାଇବାର ଗୌରବ ଅର୍ଜନ କରିଥିଲେ। ଶଳ୍ପୀ ଶ୍ରୀ ମହାରଣାଙ୍କ କଳାକୃତି ଯୋଗୁ ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତି ସାରା ଦେଶ ସହ ବିଶ୍ୱରେ ପରିଚିତ ହୋଇପାରିଛି।