-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
03-Nov-2026
*ନବରଙ୍ଗପୁର / ଡାବୁଗାଁ:*(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଡାବୁଗାଁ ବ୍ଲକ୍ ପାଇଁ ନିଜର ପ୍ରତିନିଧି ଘୋଷଣା କରିଛନ୍ତି।
ସାଂସଦଙ୍କ ପତ୍ର ସଂଖ୍ୟା ୧୭୧୩/୨୬, ତା ୦୨/୧୧/୨୦୨୬ ଅନୁଯାୟୀ ବଡ଼ଓଲମା ଗ୍ରାମର ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀଙ୍କୁ ଡାବୁଗାଁ ବ୍ଲକ୍ ପାଇଁ ପ୍ରତିନିଧି ଭାବେ ମନୋନୀତ କରାଯାଇଛି।ପତ୍ରରେ ଉଲ୍ଲେଖ ଅଛି ଯେ, ସାଂସଦ ନିଜେ ଉପସ୍ଥିତ ହୋଇ ନ ପାରିଲେ ତାଙ୍କ ତରଫରୁ ଶ୍ରୀ ବିଷୋୟୀ ସମସ୍ତ ସରକାରୀ ବୈଠକ ଓ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ।ଏ ନେଇ ସାଂସଦ ଡାବୁଗାଁ ବିଡିଓଙ୍କୁ ପତ୍ର ଲେଖି ସମସ୍ତ ଅଧିକାରୀଙ୍କୁ ଅବଗତ କରାଇବାକୁ ଅନୁରୋଧ କରିଛନ୍ତି। ଏହାର ଏକ ନକଲ ଜିଲ୍ଲାପାଳ ନବରଙ୍ଗପୁରଙ୍କୁ ମଧ୍ୟ ପଠାଯାଇଛି।