-+91-9937148622 |

prerana_bgr@rediffmail.com |

  Tuesday 3rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   (02-Nov-2026)       ||      ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   (02-Nov-2026)       ||      ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ    (02-Nov-2026)       ||      ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   (02-Nov-2026)       ||      ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   (02-Nov-2026)       ||      ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   (02-Nov-2026)       ||      ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   (02-Nov-2026)       ||      ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   (02-Nov-2026)       ||      ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   (02-Nov-2026)       ||      ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   (02-Nov-2026)       ||      ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   (02-Nov-2026)       ||      ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   (02-Nov-2026)       ||      *ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   (02-Nov-2026)       ||      ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ    (02-Nov-2026)       ||      ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||     

HOME   ଜିଲ୍ଲା

ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ

02-Nov-2026



ବୋଡ଼େନ, ୨/୧୧  (ଡୋଲେଶ୍ୱର ବାଗ)
ଗରିବ ଓ ଅସହାୟ ପରିବାରଙ୍କ ମୁହଁରେ ଆହାର ଯୋଗାଇବା ଲକ୍ଷ୍ୟରେ ସରକାର ମାଗଣାରେ ପିଡିଏସ୍ ଚାଉଳ ଯୋଗାଇ ଦେଉଛନ୍ତି। ହେଲେ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାରେ ଯଦି ହିତାଧିକାରୀଙ୍କୁ ଧାର୍ଯ୍ୟ ପରିମାଣର ଚାଉଳ ମିଳୁନାହିଁ, ତେବେ ଗରିବଙ୍କ ହକ୍‌ର ଚାଉଳ ଯାଉଛି କୁଆଡ଼େ? ଏଭଳି ଗୁରୁତର ପ୍ରଶ୍ନ ଏବେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବାବେବିର ଗ୍ରାମ ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି।ପିଡିଏସ୍ ଚାଉଳ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣି ପଞ୍ଚାୟତର ଅନେକ ହିତାଧିକାରୀ ବୋଡ଼େନ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କ ନିକଟରେ ନିଜର ଅସନ୍ତୋଷ ଓ ଅଭିଯୋଗ ଜଣାଇଛନ୍ତି।ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତର ଯୋଗାଣ ସହାୟକ ଚନ୍ଦ୍ରକାନ୍ତ ସାହୁ (ଅଶୋକ) ଠିକ୍ ସମୟରେ ଚାଉଳ ବଣ୍ଟନ କରୁନାହାନ୍ତି। କେତେବେଳେ ଫିଙ୍ଗର ପ୍ରିଣ୍ଟ ମେଳ ଖାଉନଥିବା ତ ଆଉ କେତେବେଳେ ଚାଉଳ ଉଠାଯାଇନଥିବା ଆଳ ଦେଖାଇ ହିତାଧିକାରୀଙ୍କୁ ଫେରାଇ ଦିଆଯାଉଥିବା ସେମାନେ କହିଛନ୍ତି। ଏପରିକି ପୂର୍ବରୁ ଫିଙ୍ଗର ପ୍ରିଣ୍ଟ ନେବା ପରେ ଧାର୍ଯ୍ୟ ପରିମାଣଠାରୁ କମ୍ ଚାଉଳ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।ସବୁଠାରୁ ସାଂଘାତିକ ଅଭିଯୋଗ ହେଉଛି, ମାର୍ଚ୍ଚ ଓ ଏପ୍ରିଲ ମାସରେ ହିତାଧିକାରୀଙ୍କୁ ମୁଣ୍ଡପିଛା ମୋଟ ୪୦ କିଲୋ ଚାଉଳ ମିଳିବା କଥା। କିନ୍ତୁ ମାତ୍ର ୨୦ କିଲୋ ଚାଉଳ ଦିଆଯାଇଥିବା ବେଳେ ବାକି ୨୦ କିଲୋ ଚାଉଳ ଏପର୍ଯ୍ୟନ୍ତ ମିଳିନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ସେହିପରି ଅନ୍ତ୍ୟୋଦୟ କାର୍ଡଧାରୀଙ୍କୁ ୩୫ କିଲୋ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ମୁଣ୍ଡପିଛା ୫ କିଲୋ ଚାଉଳ ମାର୍ଚ୍ଚ ଓ ଏପ୍ରିଲ ମାସରେ ମିଳିନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।ଅନ୍ୟ ପଞ୍ଚାୟତଗୁଡ଼ିକରେ ନିୟମିତ ଚାଉଳ ବଣ୍ଟନ ହେଉଥିବା ବେଳେ ବାବେବିର ପଞ୍ଚାୟତରେ କାହିଁକି ଏଭଳି ସମସ୍ୟା ଦେଖାଦେଉଛି ବୋଲି ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି।ଏହା ସହିତ ଯୋଗାଣ ସହାୟକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଚାଉଳ ବଣ୍ଟନରେ ଅନିୟମିତତା, ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିବା ଭଳି ଅଭିଯୋଗ ରହିଥିବା ଲୋକେ କହିଛନ୍ତି। ତାଙ୍କୁ ପୂର୍ବରୁ ଚାକିରିରୁ ବହିଷ୍କାର କରାଯାଇଥିବା ଏବଂ ଏହାକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ନେଇ ମଧ୍ୟ କେତେକ ହିତାଧିକାରୀ ଦାବି କରିଛନ୍ତି। ତେବେ ଏସବୁ ଅଭିଯୋଗର ସତ୍ୟତା ପ୍ରଶାସନିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।ଏହି ସମସ୍ୟାକୁ ନେଇ ବାବେବିର ପଞ୍ଚାୟତର ହିତାଧିକାରୀମାନେ ବୋଡ଼େନ ବିଡିଓ ଚିନ୍ମୟ ସାଗରଙ୍କୁ ସାକ୍ଷାତ କରି ଲିଖିତ ଓ ମୌଖିକ ଭାବେ ଅଭିଯୋଗ ଜଣାଇଥିଲେ। ବିଡିଓ ଘଟଣାର ତଦନ୍ତ କରାଯାଇ ଦୃଢ଼ ପଦକ୍ଷେପ ନିଆଯିବା ସହ ବକେୟା ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଏବଂ ରାସନ କାର୍ଡ ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ, ଯୋଗାଣ ସହାୟକ ଚନ୍ଦ୍ରକାନ୍ତ ସାହୁଙ୍କୁ ବାବେବିର ପଞ୍ଚାୟତରୁ ହଟାଇବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ସେ ଦାୟିତ୍ୱରେ ରହିଲେ ଭବିଷ୍ୟତରେ ପୁଣି ହଇରାଣ ହେବାକୁ ପଡ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।ଏହି ସମୟରେ ବିଜେପି ବୋଡ଼େନ ସ୍ୱପ୍ନେଶ୍ୱର ମଣ୍ଡଳ ସଭାପତି ରାଜୁ ହେଣ୍ଡା, ଯୋଗଗୁରୁ ଅରବିନ୍ଦ ବେହେରା ଓ ସମାଜସେବୀ ସୌଦାଗର ସାହୁ ଉପସ୍ଥିତ ରହି ହିତାଧିକାରୀଙ୍କୁ ବୁଝାସୁଝା କରିଥିଲେ।ପ୍ରଶାସନର ତଦନ୍ତକୁ ଅପେକ୍ଷାବାବେବିର ପଞ୍ଚାୟତବାସୀଙ୍କ ଦାବି ହେଉଛି, ଜିଲ୍ଲା ପ୍ରଶାସନ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ବକେୟା ଚାଉଳ ତୁରନ୍ତ ଯୋଗାଇ ଦେଉ। ଯଦି ଅଭିଯୋଗର ସତ୍ୟତା ପ୍ରମାଣିତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ନିୟମାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।ଗରିବଙ୍କ ହକ୍‌ର ଚାଉଳ କେବେ ମିଳିବ? ସରକାରଙ୍କ ପିଡିଏସ୍ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ କେବେ ପହଞ୍ଚିବ? ଏବେ ଏହି ପ୍ରଶ୍ନର ଉତ୍ତର ଅପେକ୍ଷାରେ ରହିଛନ୍ତି ବାବେବିର ପଞ୍ଚାୟତବାସୀ।


News Comment




Photo in News

Advertisment
Lastest News
  ରାଜ୍ୟ  
ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   02-Nov-2026
  ଜିଲ୍ଲା  
ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   02-Nov-2026
  ଜିଲ୍ଲା  
ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ   02-Nov-2026
  ଜିଲ୍ଲା  
ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   02-Nov-2026
  ଜିଲ୍ଲା  
ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   02-Nov-2026
  ଜିଲ୍ଲା  
ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   02-Nov-2026
  ଜିଲ୍ଲା  
ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   02-Nov-2026
  ଜିଲ୍ଲା  
ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   02-Nov-2026
  ଜିଲ୍ଲା  
ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   02-Nov-2026
  ଜିଲ୍ଲା  
ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   02-Nov-2026
  ଜିଲ୍ଲା  
ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   02-Nov-2026
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   02-Nov-2026

You Might Also Like