-+91-9937148622 |

prerana_bgr@rediffmail.com |

  Tuesday 3rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   (02-Nov-2026)       ||      ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   (02-Nov-2026)       ||      ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ    (02-Nov-2026)       ||      ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   (02-Nov-2026)       ||      ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   (02-Nov-2026)       ||      ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   (02-Nov-2026)       ||      ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   (02-Nov-2026)       ||      ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   (02-Nov-2026)       ||      ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   (02-Nov-2026)       ||      ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   (02-Nov-2026)       ||      ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   (02-Nov-2026)       ||      ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   (02-Nov-2026)       ||      *ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   (02-Nov-2026)       ||      ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ    (02-Nov-2026)       ||      ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||     

HOME   ଜିଲ୍ଲା

ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ

02-Nov-2026



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ଗ୍ରାମପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଆସନ୍ତା ନଭେମ୍ବର ମାସ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ଭୀମପାହାଡ ମହୋତ୍ସବ-୨୦୨୬ ପାଳିତ ହେବାକୁ ଯାଉଛି । ପ୍ରତିବର୍ଷ ଭଳି ଭୀମପାହାଡ ମହୋତ୍ସବ କମିଟି,ଗିରିଗୋବର୍ଦ୍ଧନ ପୂଜାକମିଟି ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ଚଳିତବର୍ଷ ମଧ୍ୟ ଦୀର୍ଘ ୫ଦିନ ଧରି ମହୋତ୍ସବ ଆୟୋଜିତ ହେବାକୁ ଯାଉଛି । ମହୋତ୍ସବ କମିଟି ପକ୍ଷରୁ ଏନେଇ ଆଜି ବଲାଙ୍ଗୀର ସାମ୍ବାଦିକ ଭବନଠାରେ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରିବା ସହ ମହୋତ୍ସବ ବିଷୟରେ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଭୀମପାହାଡ ମହୋତ୍ସବ- ୨୦୨୬ ର ଲୋଗୋକୁ ଉନ୍ମୋଚନ କରିଛନ୍ତି । ଶ୍ରୀ ମେହେର ସୂଚନା ଦେଇଛନ୍ତି ଯେ, ଭୀମପାହାଡ ପର୍ଯ୍ୟଟନସ୍ଥଳୀର ପ୍ରଚାରପ୍ରସାର,ଐତିହ୍ୟ , ସଂସ୍କୃତି, ପରମ୍ପରାର ସୁରକ୍ଷା ତଥା ଅଞ୍ଚଳର ବିକାଶ ପାଇଁ ଏହି ମହୋତ୍ସବ ଆୟୋଜିତ ହୋଇ ଆସୁଛି । ଭୀମପାହାଡ ପର୍ଯ୍ୟଟନସ୍ଥଳୀ ପାଇଁ ପୂର୍ବସରକାର ୮କୋଟି ଟଙ୍କାର ଅନୁଦାନ ଦେଇ ଉନ୍ନୟନକାର୍ଯ୍ୟ କରାଇଛନ୍ତି । ଏବେ ବିଧାୟକ କଳିକେଶ ନାରାୟଣ ସିଂଦେଓ ଏହାର ପାରିପାଶ୍ୱିର୍କ ଉନ୍ନୟନ ପାଇଁ ୧୫ କୋଟି ଟଙ୍କାର ଅନୁଦାନ ପାଇଁ ସରକାରଙ୍କୁ ଚିଠି କରିଛନ୍ତି ।   ପ୍ରଥମଦିନ ନଭେମ୍ବର ୮ ତାରିଖରେ ଅଞ୍ଚଳର ମହିଳାଙ୍କ ଦ୍ୱାରା କଳସଶୋଭାଯାତ୍ରା ସହିତ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୨୪ପ୍ରହର ନାମଯଜ୍ଞ,ପ୍ରତ୍ୟହ କଂସଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବଲାଙ୍ଗୀର ଜିଲ୍ଲାର ୬ଟି ସାଂସ୍କୃତିକ ଦଳ ସହ ସଂସ୍କୃତିବିଭାଗ ଓ ଇଜେଡସିସି ପ୍ରାୟୋଜିତ ଦଳକୁ ମିଶାଇ ପ୍ରାୟ ୧୮ଟି ସାଂସ୍କୃତିକଦଳ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୧ ତାରିଖରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହି ମହୋତ୍ସବ ଅବସରରେ ବିଶିଷ୍ଟ କଣ୍ଠଶୀଲ୍ପୀ ଦୁଃଖିଶ୍ୟାମ ତ୍ରୀପାଠୀ, କଳାକାର ସୁରେନ୍ଦ୍ର ସାହୁ,କୋସଲୀଟେଲିଫିଲ୍ମ ନିର୍ମାତା ଯୁଗଲ ସାହୁ,ଜାତୀୟସ୍ତରରେ ଫେନ୍ସୀଂରେ ମେଡାଲ ପାଇଥିବା ଝାନ୍ସୀରାନୀ ସୁନା,ରୁକ୍ମଣୀ ସୁନା,ବିଜ୍ଞାନ ପ୍ରଦର୍ଶନୀରେ ପୁରସ୍କୃତ ହୋଇଥିବା ଲକ୍ଷ୍ମୀପ୍ରିୟା ବାରିକ, ଦେଓଗାଁ ବିଡିଓ ତଥା କଳାକାର ପ୍ରିୟରଂଜନ କୁମାର, ସୋନପୁର ମହାଦେବପାଲିର ରଘୁନାଥ ଯୁବକସଂଘଙ୍କୁ ଭୀମପାହାଡ ସମ୍ମାନ ପ୍ରଦାନ କରାଯିବ । ମହୋତ୍ସବ ସମୟରେ ପ୍ରତ୍ୟହ ଯୋଗଶୀବିର ଅନୁଷ୍ଠିତ ହେବ । ଠିକ ସେହିପରି ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ମଧ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଭୀମପାହାଡ ମହୋତ୍ସବ କମିଟିର କମିଟିର ଅଧ୍ୟକ୍ଷ ତଥା ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ସଭାପତି ପ୍ରମୋଦକୁମାର ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ,କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ,ଉପଦେଷ୍ଟା ଶୈଳେନ୍ଦ୍ର ସାହୁ,ମକୁନ୍ଦପୁର ସରପଞ୍ଚ ଜାନକି ସାହୁ,ଦୟା ମହାକୁର,ରାଜେଶ ନାଏକ, ନନ୍ଦିକିଶୋର ନାଏକ,ପଙ୍କଜ ବଗର୍ତ୍ତି,ପିତବାସ ବିଶି,ଜଗତ କୁଅଁର,ଜୟଚନ୍ଦ୍ର ନାଏକ,ଜତନ ବାରିକ, ଯୁବରାଜ ସାହୁ,ଝସକେତନ ଜାନୀ,ନୀଗମ ନାଥ,ସୁବଲ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   02-Nov-2026
  ଜିଲ୍ଲା  
ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   02-Nov-2026
  ଜିଲ୍ଲା  
ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ   02-Nov-2026
  ଜିଲ୍ଲା  
ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   02-Nov-2026
  ଜିଲ୍ଲା  
ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   02-Nov-2026
  ଜିଲ୍ଲା  
ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   02-Nov-2026
  ଜିଲ୍ଲା  
ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   02-Nov-2026
  ଜିଲ୍ଲା  
ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   02-Nov-2026
  ଜିଲ୍ଲା  
ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   02-Nov-2026
  ଜିଲ୍ଲା  
ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   02-Nov-2026
  ଜିଲ୍ଲା  
ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   02-Nov-2026
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   02-Nov-2026

You Might Also Like