-+91-9937148622 |

prerana_bgr@rediffmail.com |

  Tuesday 3rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   (02-Nov-2026)       ||      ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   (02-Nov-2026)       ||      ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ    (02-Nov-2026)       ||      ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   (02-Nov-2026)       ||      ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   (02-Nov-2026)       ||      ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   (02-Nov-2026)       ||      ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   (02-Nov-2026)       ||      ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   (02-Nov-2026)       ||      ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   (02-Nov-2026)       ||      ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   (02-Nov-2026)       ||      ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   (02-Nov-2026)       ||      ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   (02-Nov-2026)       ||      *ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   (02-Nov-2026)       ||      ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ    (02-Nov-2026)       ||      ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||     

HOME   ଜିଲ୍ଲା

ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !

02-Nov-2026



ରିପୋର୍ଟ  : ମଳୟ ମିଶ୍ର

ବଲାଙ୍ଗିର: ଚଳିତବର୍ଷ ଦାଦନଋତୁରେ ଦାଦନଶ୍ରମିକ ଚାଲାଣ ଦୁଇଗୁଣ ବୃଦ୍ଧି ପାଇଛି ।  ଶ୍ରମବିଭାଗର ଲାଇସେନ୍ସରେ କମ୍ ସଂଖ୍ୟକ ଦାଦନଶ୍ରମିକଙ୍କୁ  ପୂର୍ବର ନିର୍ଯାତନା ଦେଇ ଶୋଷଣ କରିଥିବା ଅଭିଯୁକ୍ତ ଶ୍ରମିକ ଠିକାଦାର ବା ପୁରୁଣାସର୍ଦ୍ଦାର ମାନେ ଶ୍ରମବିଭାଗର ଅଧିକାରୀଙ୍କ ସହ ସଲାସୁତୁରାରେ ସେମାନଙ୍କ ନାଁ'ରେ ଲାଇସେନ୍ସ ରିନ୍ୟୁ କରି ବା ନିଜ ସେକେଣ୍ଡସର୍ଦ୍ଦାର ବା ଅନୁଗତଙ୍କ ନାଁ'ରେ ନାମମାତ୍ର ୫୦/୧୦୦ ଜଣଙ୍କ ନାଁ'ରେ ଲାଇସେନ୍ସ ଓ ଜୀବନବୀମା ଦର୍ଶାଇ ରାଜ୍ୟବାହାରକୁ ଅଗ୍ରୀମ ଦେଇ ହଜାର ହଜାର ସଂଖ୍ୟାରେ ବେଆଇନ ଶ୍ରମିକ ଚାଲାଣ କରୁଛନ୍ତି ।  ଏହି ବେଆଇନ୍ ମଣିଷବେପାରର ମୁଖ୍ୟ କାର୍ପଟଦାର ପାଲଟିଛି ଥାନା ପୁଲିସ ଓ  ସେଠ୍, ସର୍ଦ୍ଦାରଙ୍କ ଠାରୁ ଗିରଫଦାରୀ ଓ ଶ୍ରମିକଚାଲାଣ ବେଳେ ଧରପଗଡର ଭୟ ଦେଖାଇ ପୁଲିସ ଦ୍ବାରା ଆଦାୟ କରାଯାଉଥିବା ଲକ୍ଷ ଲକ୍ଷ ଟଙ୍କାର ବଟିର ସିଂହଭାଗ ଯାଉଛି ବଡବଡିଆ ଅଧିକାରୀ ଓ ତୁଙ୍ଗ ରାଜନେତାଙ୍କ ପକେଟକୁ । 

ଉଲ୍ଲେଖଯୋଗ୍ୟ ଯେ, ଚଳିତ ସରକାର ଦାଦନଶ୍ରମିକ ଚାଲାଣ ରୋକିବାକୁ ଜିଲ୍ଲାର ପାଟଣାଗଡ ବିଧାୟକ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ କରିଥିଲେ ହେଁ, ଏହା ଏକ ଉପରଠାଉରିଆ ଦନ୍ତହୀନ ପଦକ୍ଷେପ ବୋଲି ଲକ୍ଷ୍ୟ କରାଯାଉଛି ।  ଅପରପକ୍ଷରେ ଜିଲ୍ଲାର ଦାଦନଗଡ ଭାବରେ କୁଖ୍ୟାତ ମନ୍ତ୍ରୀ ତଥା ଅଧ୍ୟକ୍ଷଙ୍କ ନିଜ ନିର୍ବାଚନ ମଣ୍ଡଳୀ 

ପାଟଣାଗଡ ଉପଖଣ୍ଡର ପାଟଣାଗଡ,ବେଲପଡା , ଖପ୍ରାଖୋଲ, ଲାଠୋର, ଲରମ୍ଭା ଇତ୍ୟାଦି ୫ ଟି ଥାନା ଅଞ୍ଚଳରେ ଏବେ ଦାଦନଚାଲାଣ ନିରଙ୍କୁଶ ହୋଇଯାଇଛି ।

 ଅନୁରୂପ ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୨୪ ବର୍ଷର ବିଜେଡି ସରକାରକୁ ଅପମାନଜନକ ଭାବେ ଯଥେଷ୍ଟ ଭୋଟ ବ୍ୟବଧାନରେ ହରାଇ କଣ୍ଟାବାଞ୍ଜିର ବିଧାୟକ ବନିଥିବା  ଜାଏଣ୍ଟକିଲର୍ ତଥା ଜଣେ ଦାଦନସର୍ଦ୍ଦାର ଲକ୍ଷଣ ବାଗଙ୍କ ବିଧାନସଭା ଅନ୍ତର୍ଗତ ଜିଲ୍ଲାର ମୁଖ୍ୟ ଦାଦନଗଡ କଣ୍ଟାବାଞ୍ଜି, ତୁରେକେଲା, ବଙ୍ଗୋମୁଣ୍ଡା ଏବଂ  ପୂର୍ବ ବିଜେଡି ସରକାରର ଦୁଇଥରର ଟାଣୁଆ ମହିଳା ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ହରାଇ ଶାସକଦଳର ଆଉଜଣେ ବିଧାୟକ ନବୀନ ଜୈନଙ୍କ ଟିଟିଲାଗଡ ବିଧୀନସଭା କ୍ଷେତ୍ରର ଟିଟିଲାଗଡ, ମୁରିବାହାଲ, ସଇଁତଳା, ସିନ୍ଧେକେଲା ଓ ତୁଷୁରା ଇତ୍ୟାଦି ଥାନା ଇଲାକାରେ ମଧ୍ୟ ଏହା ଦୁଇଗୁଣ ବଢିଛି । କଦବା କେଉଁଠି  ଧର୍ମକୁ ଆଖିଠାର ମାରିଲା ପରି ଦୁଇଚାରୋଟି ବେଆଇନ ଧରପଗଡ କରାଯାଉ ଥିଲେ ହେଁ, ବହୁମାତ୍ରାରେ ବେଆଇନ ଚାଲାଣ ଚାଲିଛି ।ଏହାର କାରଣ ସ୍ବରୂପ ଦେଖାଯାଇଛି ଯେ, ଥାନା ପୁଲିସ୍ ଓ ଶାସକଦଳର ନିର୍ବାଚିତ ଲୋକପ୍ରତିନିଧି ମାନଙ୍କର ଅଭୟ ପ୍ରଦାନ ଯୋଗୁଁ  ଏହା ଘଟୁଛି । ଏହାପଛର କାରଣ ସର୍ବଜନବିଦିତ । ଏହି ଦାଦନଋତୁ ପାଇଁ ଏହି ଜିଲ୍ଲାର ଦାଦନପ୍ରବଣ ଥାନାନିଲାମ ପରି ଓ ଉପଖଣ୍ଡର ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ଜନସାଧାଣରେ ସମାଲୋଚନା ପ୍ରକାଶ ପାଉଛି ।  ସଦ୍ୟତମ ସୂଚନାନୁଯାୟୀ ଏକ ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ ଥାନାପାଖରେ ଅନ୍ୟୁନ ୨୦ଜଣ କୋଟିପତି  ଦାଦନସର୍ଦ୍ଦାରଙ୍କ ଘରଥିବା  ପ୍ରଧାନଥାନାର ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ତାଙ୍କ ଥାନାଞ୍ଚଳର ପ୍ରାୟ ୧୦୦ଟି ସର୍ଦ୍ଦାରଙ୍କ ଠାରୁ ପ୍ରତି ହୋମ୍ ଗାର୍ଡ ପିଛା ୫୦୦, କନେଷ୍ଟବଳ ପିଛା ହଜାରେ, ଏଏସଆଇ - ୩ହଜାର , ସବ୍-ଇନିସ୍ ପେକ୍ଟର ୫ ହଜାର, ଥାନାବାବୁ ୨୦ ହଜାର ଓ ଏସଡିପିଓଙ୍କର ବଟି ୨୦ ହଜାର ଛିଣ୍ଡିଛି । ଏହି ଦାଦନ ଅଧ୍ୟୁଷିତ ଥାନା, ଉପଖଣ୍ଡ ଓ ଉପରମହଲର ପୁଲିସ୍ ଏତେ ଲାଞ୍ଚୁଆ ହେଇପଡିଛି ଯେ ସେମାନଙ୍କ ମୁଣ୍ଡ ଉପରେ ସିଧା ସରକାରଙ୍କର ହାତ ରହିଥିବାରୁ ସେମାନଙ୍କର କାହାକୁ ଡରଭୟ ନାହିଁ ବୋଲି ଲୋକଙ୍କ ମଧ୍ୟରେ ଖୋଲାଖୋଲି ଚର୍ଚ୍ଚା ହେଉଛି । ଏପରିକି ଉକ୍ତ ଥାନାରେ ଏହାପୂର୍ବରୁ ଥରେ ସବ୍ ଇନିସ୍ ପେକ୍ଟର ଓ ଦୁଇଥର ଥାନାବାବୁ ଭାବେ ଅବସ୍ଥାପିତ ଜଣେ ଅଧିକାରୀ ପୁଣି ପଦୋନ୍ନତି ପାଇ ଏହି ଉପଖଣ୍ଡରେ ବରିଷ୍ଠ ଅଧିକାରୀ ଭାବରେ 

ଅବସ୍ଥାପିତ ହୋଇ ବର୍ଷ ବର୍ଷ ହେଲା ପାଞ୍ଚୋଟି ଥାନାର ଉପରେ ରହିଛନ୍ତି ।  ଏହି ପାହ୍ୟାର ବରିଷ୍ଠ ପୁଲିସ୍ ଅଧିକାରୀ ବା  ଜଣେ ପୂର୍ବତନ କଣ୍ଟାବାଞ୍ଜି ଏସ୍ ଡି ପିଓ ହୃଷିକେଶ ମେହେର ତିନିବର୍ଷ ତଳେ ବାହାରୁ ଆସି କଣ୍ଟାବାଞ୍ଜିର ଅନ୍ନପୂର୍ଣା ହୋଟେଲରେ ରହିଥିବା ୭ ଜଣ ଆନ୍ଧ୍ରା ଇଟାଭାଟି ସେଠ୍ ଙ୍କୁ ତାସ୍ ରେ ଜୁଆ ଖେଳୁଥିବା ପରି ମିଥ୍ୟାମାମଲାରେ ଫସାଇ ଥାନାକୁ ଆଣି ସେମାନଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କା ହଡପ କରି କଥା ପ୍ରଘଟ ହେବାରୁ ନିଲମ୍ବିତ ହୋଇ ଥିଲେ । ତେବେ ତାଙ୍କଠାରୁ ଏହି ଜବତ ଟଙ୍କାର ପରିମାଣକୁ ମଧ୍ୟ ତଦନ୍ତରେ କମାଇ ଦିଆଯାଇଥିଲା । ତେଣୁ ଏହି ଜିଲ୍ଲାରେ ଦାଦନ ଚାଲାଣରେ ପୁଲିସର ଭୂମିକା ଅନୁମାନସାପେକ୍ଷ । 
କିଛିଦିନ ତଳେ ଏହି ଜିଲ୍ଲାର ସର୍ବାଧିକ ସର୍ଦ୍ଦାରଙ୍କ ବାସସ୍ଥଳୀ ରହିଥିବା ଏହି ଥାନାକୁ ବାବୁମାନଙ୍କ ଭୋଜି ପାଇଁ ଜଣେ ସର୍ଦ୍ଦାର ଗୋଟିଏ ଖାସି କିଣି ଦେଇଥିବା କଥା ଦାଣ୍ଡରେ ପଡି ହାଟରେ ଗଡୁଛି । ଏହିଥାନାର ଥାନାବାବୁଙ୍କର ବେଫିକର ବଟି ଆଦାୟ ଦୁଃସାହସର ଅନ୍ତ ନାହିଁ  ! ତେବେ ଥାନାଠାରୁ ଖମାରକୁ ଲମ୍ବିଥିବା ସର୍ଦ୍ଦାରଙ୍କ ଡୋରି ସମସ୍ତଙ୍କ ଆଖିଆଗରେ ଚାଲିଛି ।

ଚଳିତବର୍ଷର ସବୁଠାରୁ ବେଖାତିର୍ ଘଟଣା ହେଉଛି ,  ଆନ୍ଧ୍ର , ତେଲେଙ୍ଗାନା,ତାମିଲନାଡୁ, କର୍ଣାଟକ ଓ ଅନ୍ୟାନ୍ୟ ବାହାରରାଜ୍ୟର ଇଟାଭାଟି ମାଲିକମାନେ ଆଉ ପୂର୍ବବର୍ଷମାନଙ୍କ ପରି କଣ୍ଟାବାଞ୍ଜିର ଲଜ୍ ବା ହୋଟେଲ, ବେଲପଡା, ଲାଠୋର ଓ କପସିପାଲି ଇତ୍ୟାଦି ସ୍ଥାନର ସର୍ଦ୍ଦାରଙ୍କ ଘରେ ଛଦ୍ମବନ୍ଧୁବାନ୍ଧବ ହୋଇ ରହିବା ବଦଳରେ ଖୋଲାଖୋଲି ଜିଲ୍ଲାର ଉପରୋକ୍ତ ଗ୍ରାମାଞ୍ଚଳରେ ଥାନାପୁଲିସର ଆଖି ଆଗରେ ବଡ ବଡ ଦାମିକା ଗାଡିମଟରରେ କୋଟି କୋଟି ଟଙ୍କାର ବିଡା ବିଡା ନଗଦନୋଟ୍ ଧରି ବୁଲି ବୁଲି ଅଗ୍ରୀମ ବାଣ୍ଟୁ ଥିବା ସହିତ ସିଧାସଳଖ ରାତିରେ ମହିଳାଦାଦନଶ୍ରମିକ ବା ଦାଦନଶ୍ରମିକଙ୍କୁ ଉଠାଇ ନେଇ ଚାଲାଣ କରୁଥିଲେ ବି ସେହି ବାହାର ରାଜ୍ୟର ନମ୍ବର ଥିବା ଗାଡିକୁ ପୁଲିସ୍ , ଏମଭିଆଇ ପ୍ରମୁଖ ସରକାରୀ ବିଭାଗ ଆଖିବୁଜି ଦେଇଛି ।  

ଏହାଛଡା ଥାନାକୁ ବଡ ଅଧିକାରୀ ପହଁଞ୍ଚିଲେ , ସର୍ଦ୍ଦାରମାନଙ୍କୁ ଡକରା ହେଉଛି ଓ ସେଠାରେ କୋଟି କୋଟି ଟଙ୍କାର ବଟିର ଡିଲ୍ ହେଉଥିଲେ ହେଁ , ଦେଖିବାକୁ ବା ଧରିବାକୁ ଭିଜିଲାନ୍ସବାଲା ବା ଏସ୍ ପି , ଡିଆଇଜି ଅଥବା ଆଇଜି ପ୍ରମୁଖ ଉଚ୍ଚଅଧିକାରୀଙ୍କର ଅଚାନକ ଗସ୍ତ ହେଉନାହିଁ  ! ଏ ସମ୍ପର୍କରେ ବଲାଙ୍ଗିର ଡେପୁଟି ଶ୍ରମ କମିଶନରଙ୍କୁ ପଚାରିବାରୁ ଏହା ପୂର୍ବରୁ  ଗତ ୨୦୨୨ ରୁ ଏଠାରେ ଜିଲ୍ଲା ଶ୍ରମ ଅଧିକାରୀରୁ ପଦୋନ୍ନତି ପାଇ ଏହିଠାରେ ଇ ଅବସ୍ଥାପିତ ହୋଇଥିବା ଡିଏଲସି ସୁକାନ୍ତ କୁମାର ସେଠୀ ଜିଲ୍ଲାରୁ କେତେ ଦାଦନଶ୍ରମିକ ଯାଇଛନ୍ତି ବା  କେତୋଟି ଦାଦନ ଚାଲାଣର ଲାଇସେନ୍ସ ଦିଆଯାଇଛି ବା ରିନ୍ୟୁ କରାଯାଇଛି ବା  କେତେ କୋଉଠି ଦାଦନଶ୍ରମିକମାନେ ନିର୍ଯାତୀତ ବା ବନ୍ଧକ ରହିଥିବାର ଅଭିଯୋଗ ହୋଇଛି ବା ଗତ କିଛିଦିନ ତଳେ ଖପ୍ରାଖୋଲ ଥାନାର୍ନ୍ତଗତ କିନ୍ଦ୍ରିଟାଲ ଗ୍ରାମର ଜଣେ ଦୁର୍ଦ୍ଦାନ୍ତ ପୂର୍ବ ଅଭିଯୁକ୍ତ ସର୍ଦ୍ଦାର ବୈକୁଣ୍ଠ ବାଗ ଗୁଣ୍ଡାପଠାଇ ପାଟଣାଗଡ ଥାନାର୍ନ୍ତଗତ ବାଞ୍ଜିଝାଲ ଗ୍ରାମର ଜଣେ ଦାଦନଶ୍ରମିକଙ୍କ ସମ୍ପର୍କୀୟଙ୍କ ଘର ପୋଡିଦେଇ ତାଙ୍କୁ ବନ୍ଧୁକ ଲୁହାଛଡରେ ଆକ୍ରମଣ କରିବାରୁ ସେ ମୁମୂର୍ଷୁ ହୋଇ ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଥିବାର ସମ୍ପର୍କିତ  ଇତ୍ୟାଦିର ତଥ୍ୟ ନ ଦେଇ ଗତ ୩ ତାରିଖରେ ବଦଳି ହୋଇଆସି ଗତ ୧୩ ତାରିଖରେ ଏଠାରେ ଡି ଏଲଓ ଭାବରେ ନୂତନ ଯୋଗଦାନ କରିଥିବା ମହିଳା ଡିଏଲଓ କହିପାରିବେ ବୋଲି କହି ଆରାମରେ ବସି ଭାଷଣ ମାରିଥିଲେ ଯେ , ଆଗାମୀ ବିଧାନସଭାରେ ସରକାର ବିଲ୍ ଆଣି ଏ ଶ୍ରମ ଆଇନକୁ ଉଠାଇ ଦେବେ ଓ  ଯିଏ ଯୁଆଡକୁ ଗଲେ , ଆମର ଆଉ କିଛି ଦାୟିତ୍ବ ରହିବନାହିଁ ।  ବାକି ହ୍ୟୁମାନ୍ ଟ୍ରାଫିକିଂର ଯାହା ବା ଅଭିଯୋଗ ହେବ , ତାହା ପୁଲିସର କାମ । ' ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛିବର୍ଷ ତଳେ ଏହି ଅଧିକାରୀ ଡିଏଲଓ ଥିଲାବେଳେ ଅଫିସ୍ ରେ ଜଣେ କିରାଣୀ ଓ ପରେ ପୂର୍ବତନ ଡିଏଲସି ଜଣେ ସର୍ଦ୍ଦାରଠାରୁ ଟଙ୍କା ଲାଞ୍ଚ ନେଇ ଭିଜିଲାନାସ ହାତରେ ଗିରଫ ହୋଇଥିଲେ । 

 ଏଣୁ ଏହି ଡବଲ ଇଞ୍ଜିନ୍ ସରକାରରେ ଜିଲ୍ଲାରୁ  ଶ୍ରମବିଭାଗର ସହଯୋଗରେ ଓ ପୁଲିସର ହାତଚିକ୍କଣ ଯୋଗୁଁ ଏବଂ ନିର୍ବାଚିତ ଲୋକପ୍ରତିନିଧିଙ୍କ ଜାଣତରେ ଡବଲବେଗରେ ଦାଦନଚାଲାଣ ହେଉଥିବା ଲୋକମୁଖରେ ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   02-Nov-2026
  ଜିଲ୍ଲା  
ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   02-Nov-2026
  ଜିଲ୍ଲା  
ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ   02-Nov-2026
  ଜିଲ୍ଲା  
ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   02-Nov-2026
  ଜିଲ୍ଲା  
ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   02-Nov-2026
  ଜିଲ୍ଲା  
ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   02-Nov-2026
  ଜିଲ୍ଲା  
ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   02-Nov-2026
  ଜିଲ୍ଲା  
ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   02-Nov-2026
  ଜିଲ୍ଲା  
ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   02-Nov-2026
  ଜିଲ୍ଲା  
ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   02-Nov-2026
  ଜିଲ୍ଲା  
ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   02-Nov-2026
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   02-Nov-2026

You Might Also Like