-+91-9937148622 |

prerana_bgr@rediffmail.com |

  Tuesday 3rd November 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   (02-Nov-2026)       ||      ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   (02-Nov-2026)       ||      ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ    (02-Nov-2026)       ||      ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   (02-Nov-2026)       ||      ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   (02-Nov-2026)       ||      ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   (02-Nov-2026)       ||      ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   (02-Nov-2026)       ||      ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   (02-Nov-2026)       ||      ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   (02-Nov-2026)       ||      ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   (02-Nov-2026)       ||      ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   (02-Nov-2026)       ||      ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   (02-Nov-2026)       ||      *ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   (02-Nov-2026)       ||      ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ    (02-Nov-2026)       ||      ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି

02-Nov-2026



ବଲାଙ୍ଗୀର(ପ୍ରେରଣା ଖବର): କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲାର ଏକ ସମୃଦ୍ଧ ଐତିହ୍ୟ ଓ ପରମ୍ପରା ରହିଛି। ଜିଲ୍ଲାର ଅନେକ ପ୍ରତିଭାବାନ ଖେଳାଳି ନିଜର ଦକ୍ଷତା ବଳରେ ରାଜ୍ୟ ଓ ଜାତୀୟସ୍ତରରେ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣୁଛନ୍ତି। ତେବେ ଖେଳାଳିଙ୍କ ପ୍ରତିଭା ଓ ଆଗ୍ରହ ଅନୁଯାୟୀ ଆବଶ୍ୟକ କ୍ରୀଡ଼ା ଭିତ୍ତିଭୂମିର ଅଭାବ ରହିଥିବାରୁ ବଲାଙ୍ଗୀର ସହର ମଧ୍ୟରେ ଏକ ଅତ୍ୟାଧୁନିକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ଦାବି ଉଠିଛି।

ଏ ସମ୍ପର୍କରେ ମଧୁସୂଦନ କ୍ରୀଡ଼ା ଏବଂ ସାଂସ୍କୃତିକ ସଂଘ, ବଲାଙ୍ଗୀର ସମେତ ବିଭିନ୍ନ କ୍ରୀଡ଼ା ସଂଘ ଓ କ୍ରୀଡ଼ାପ୍ରେମୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବଲାଙ୍ଗୀର ବ୍ଲକ୍‌ର ଦୁଡୁକାଶିରା ମୌଜାରେ ୧୦ ଏକର ଜମିରେ ଏକ ବ୍ଲକ୍‌ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବାରୁ ଏହାକୁ ସମସ୍ତେ ସ୍ୱାଗତ କରିଛନ୍ତି। ତେବେ ଦୁଡୁକାଶିରା ସହରଠାରୁ ଦୂରରେ ଥିବାରୁ ସହରର ବିଭିନ୍ନ କ୍ରୀଡ଼ା ସଂଘ ଓ ଖେଳାଳିମାନଙ୍କ ନିୟମିତ ଅଭ୍ୟାସ, ପ୍ରଶିକ୍ଷଣ ଓ ପ୍ରତିଯୋଗିତା ଆୟୋଜନରେ ଯାତାୟାତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ବଲାଙ୍ଗୀର ସହରରେ ବିଭିନ୍ନ ଇଣ୍ଡୋର କ୍ରୀଡ଼ାର ଖେଳାଳି ଓ ସଂଘ ରହିଥିଲେ ମଧ୍ୟ ସେମାନଙ୍କ ପାଇଁ ଉପଯୁକ୍ତ ଅଭ୍ୟାସ କେନ୍ଦ୍ର ଓ ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ନାହିଁ। ଫଳରେ ଅନେକ ଖେଳାଳି ନିୟମିତ ଅଭ୍ୟାସ ଓ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ଆବଶ୍ୟକ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ତେଣୁ ବଲାଙ୍ଗୀର ସହର ମଧ୍ୟରେ ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରି ଏକ ଆଧୁନିକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରିବାକୁ ଦାବି ହୋଇଛି। ଏହି ଷ୍ଟାଡିୟମ୍‌ରେ ବିଭିନ୍ନ ଇଣ୍ଡୋର କ୍ରୀଡ଼ା ପାଇଁ ଅତ୍ୟାଧୁନିକ କୋର୍ଟ, ପ୍ରଶିକ୍ଷଣ କେନ୍ଦ୍ର, ଖେଳାଳିଙ୍କ ପାଇଁ ଆବଶ୍ୟକ ସୁବିଧା ସହ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ଏଥିପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଉପଯୁକ୍ତ ଜମି ଚିହ୍ନଟ କରିବା ସହ ଏକ ସବିଶେଷ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗକୁ ପଠାଇବାକୁ ଦାବି ହୋଇଛି।

ଏହି ଦାବିକୁ ସମର୍ଥନ କରି ମଧୁସୂଦନ କ୍ରୀଡ଼ା ଏବଂ ସାଂସ୍କୃତିକ ସଂଘ, ବଲାଙ୍ଗୀରର ସମ୍ପାଦକ ଆଡଭୋକେଟ୍ ସୁମିତ ରଞ୍ଜନ ପୁରୋହିତ, ବଲାଙ୍ଗୀର ବାର୍ ଆସୋସିଏସନ୍‌ର ସଭାପତି ବାସୁଦେବ ରଥ, ଚନ୍ଦ୍ରଶେଖର ମିଶ୍ର, ବିଶିଷ୍ଟ କ୍ରୀଡ଼ାବିତ୍ ଲଳିତ ଶର୍ମାଙ୍କ ସମେତ ଅନେକ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀ ବଲାଙ୍ଗୀର ସହରରେ ଏକ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି।

ଦୁଡୁକାଶିରାରେ ବ୍ଲକ୍‌ସ୍ତରୀୟ ଷ୍ଟାଡିୟମ୍ ସହ ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ହେଲେ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ। ଏହା ଖେଳାଳିଙ୍କୁ ଉନ୍ନତ ପ୍ରଶିକ୍ଷଣ ଓ ପ୍ରତିଭା ବିକାଶର ସୁଯୋଗ ଦେବା ସହ ବଲାଙ୍ଗୀରକୁ ରାଜ୍ୟର ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହେବ। ଏଥିପାଇଁ ଜିଲ୍ଲାପାଳ ଓ ରାଜ୍ୟ ସରକାର ଯଥାଶୀଘ୍ର ସକାରାତ୍ମକ ପଦକ୍ଷେପ ନେବାକୁ କ୍ରୀଡ଼ାପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   02-Nov-2026
  ଜିଲ୍ଲା  
ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   02-Nov-2026
  ଜିଲ୍ଲା  
ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ   02-Nov-2026
  ଜିଲ୍ଲା  
ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   02-Nov-2026
  ଜିଲ୍ଲା  
ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   02-Nov-2026
  ଜିଲ୍ଲା  
ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   02-Nov-2026
  ଜିଲ୍ଲା  
ବଲାଙ୍ଗୀର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ   02-Nov-2026
  ଜିଲ୍ଲା  
ବଲାଙ୍ଗୀର ସହରରେ ଆଧୁନିକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ଦାବି   02-Nov-2026
  ଜିଲ୍ଲା  
ଗରିବଙ୍କ ହକ୍‌ର ଚାଉଳ କୁଆଡ଼େ ଗଲା? ବାବେବିର ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ଅସନ୍ତୋଷ, ଯୋଗାଣ ସହାୟକଙ୍କ ବିରୋଧରେ ଅନିୟମିତତା ଅଭିଯୋଗ   02-Nov-2026
  ଜିଲ୍ଲା  
ଆମପାଣି ଗ୍ରାମ ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ପର୍ବ ପାଳିତ   02-Nov-2026
  ଜିଲ୍ଲା  
ନାଗାଁ (ବି) ଠାରେ CRY ଓ PAP ପକ୍ଷରୁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଅଭିଯାନ ‘Ting Tang’ର ଶୁଭାରମ୍ଭ   02-Nov-2026
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   02-Nov-2026

You Might Also Like