-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦର ପାଞ୍ଚ ଦିନିଆ ରିମାଣ୍ଡ ଅବଧି ସରିବା ପରେ ପୂର୍ବ ପରି ଏହି ମାମଲା କିଛି ଦିନ ପରେ ଶାନ୍ତ ପଡିଯିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଏକ ନୂଆ ଘଟଣା ସାମ୍ନା କୁ ଆସିଛି । ସମ୍ବେଦନଶୀଳ ଏହି ମାମଲାରେ ମୃତା ମମିତାଙ୍କ ଗ୍ରାମ ଝର୍ନୀ କୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ବିଜେପି ଟିମ୍ ପହଞ୍ଚିଥିଲେ । ମମିତାଙ୍କ ପରିବାର ସହ ସବିଶେଷ ଆଲୋଚନା କରି ପଚାରି ବୁଝିଥିଲେ । ଏହି ଦଳର ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ପଚାରି ବୁଝିଥିଲେ । କିଭଳି ନିଜ ଝିଅକୁ ଅଭିଯୁକ୍ତ ଗୋବିନ୍ଦ ସାହୁ ନୃଶଂସ ଭାବେ ହତ୍ୟା କରିଥିଲା, ତାହା କହିବା ବେଳେ ସେ ଦୁଃଖ ରେ କାନ୍ଦି ପକେଇ,ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ଗତ ୮ ତାରିଖ ପୂର୍ବରୁ ମମିତା ଏକୁଟିଆ ବାହାରକୁ ଯାଇଥିଲେ । ଏହା ସହିତ ମମିତା ନିଖୋଜ ପରେ ମମିତାଙ୍କ ବାପା ମହାଲିଙ୍ଗ କଲେଜକୁ ଯାଇ ସେଠାରେ ଗୋବିନ୍ଦ ସାହୁ ଉକ୍ତ ଶିକ୍ଷାନୁଷ୍ଠାନର କାର୍ଯ୍ୟରତ ପିଅନ ମାଧ୍ୟମରେ ଏକ ଏତଲା ଲେଖାଇ ଥିଲେ l ଏହା ପରେ ମମିତାଙ୍କ ବାପା ଉକ୍ତ କାଗଜରେ ଦସ୍ତଖତ କରିଥିଲେ । ଦସ୍ତଖତ ସେ କିଛି ନ ପଢି କରିଦେଇ ଥିବା ଆମ ନିକଟରେ ତଥା ଆଲୋଚନା ବେଳେ ପ୍ରକାଶ କରିଛନ୍ତି । ସେହିପରି ଏକ ସାଧା କାଗଜରେ ବି ସ୍ଵାକ୍ଷର କରିଥିଲେ । ପରେ ଅଭିଯୁକ୍ତ ଗୋବିନ୍ଦ ସାହୁ ନିକଟସ୍ଥ କେଁଗା ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲା ଦେଲା ପରେ ସେ ତାଙ୍କ ନିକଟରେ ପହଞ୍ଚି ଥିଲେ ବୋଲି ଜଣାଇଛନ୍ତି ମୃତ ମମିତା ଙ୍କ ବାପା । ସେହିପରି ଏ ଘଟଣାରେ ଆହୁରି ଅନେକ ଲୋକେ ସଂପୃକ୍ତ ଅଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏପରିକି ଗୋବିନ୍ଦ ଉପରେ ବଡବଡ଼ିଆଙ୍କ ଛତ୍ରଛାୟା ରହିଥିବା ଓ ତାକୁ ଜେଲ ପଠେଇ ଘଟଣାକୁ ଚପେଇ ଦିଆ ଯାଇ ପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତଦନ୍ତରେ ଏପରି ବିଳମ୍ବ କଲେ ଓଡ଼ିଶାର ଅନ୍ୟ ଏପରି ଘଟଣା ପରି ମୋ ଝିଅର ହତ୍ୟା ଘଟଣାକୁ ମଧ୍ୟ ରାଜନୀତିକରଣ କରାନଯାଉ l ଏପରି ହେଲେ ମୋ ଝିଅକୁ ନ୍ୟାୟ ମିଳିବନି ବୋଲି କହିଛନ୍ତି ମମିତାଙ୍କ ବାପା l ଅଭିଯୁକ୍ତ ସହ ସମସ୍ତ କ୍ଷମତାଶାଳୀ ବ୍ୟକ୍ତି ଓ ବ୍ୟକ୍ତିବିଶେଷଙ୍କୁ ଫାଶୀ ଦଣ୍ଡ ଦେବା ଉଚିତ ବୋଲିି ମମିତାଙ୍କ ବାପା କହିଛନ୍ତି ।
ଏପରିକି ପୂର୍ବରୁ ମନ୍ତ୍ରୀ, ନେତାଙ୍କୁ ବିଭିନ୍ନ ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେଇ ୨୪ ଘଣ୍ଟା ମଧ୍ୟରେ ବରଖାସ୍ତ କରିଦେଇ ଆସୁ ଥିବା ନଜିର ରହିଛି । ଏ ସବୁ ସୂଚନା ସେ କଣ ଜାଣି ନାହାଁନ୍ତି ? ଘଟଣା ପଦାକୁ ଆସି ସୁଦ୍ଧା କୌଣସି ପଦକ୍ଷେପ ନ ନେଇ ନିରବ ଅଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମୃତ ମମିତାଙ୍କ ବାପା l ତେବେ ଏ ନେଇ ଥାନାରେ କଣ ଲେଖା ଥିବା ଏତଲା ଦେଲେ ଓ ସାଧା ଦସ୍ତଖତ ଥିବା କାଗଜ କେଉଁଠି ତଥା କେଉଁ ପିଅନ କଣ ଲେଖିଲେ ଏ ନେଇ ସବିଶେଷ ତଦନ୍ତ କରିବା ନେଇ ଦାବି ପ୍ରକାଶ ପାଇଛି ।