-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ନର୍ଲା (ସଞ୍ଜୀବ ଦାସ) ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ସମସ୍ତ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ବିଦ୍ୟାଳୟର ସୁପରିଚାଳନା ଓ ଉନ୍ନୟନ ସକାଶେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ। ସରକାରଙ୍କ ବିଧି ବ୍ୟବସ୍ଥା ମୁତାବକ ବିଦ୍ୟାଳୟର ଏସ.ଏମ.ଡି.ସିର ଏକ ୧୬ ଜଣିଆ କମିଟିର ପୁନଃ ଗଠନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଉକ୍ତ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ୩ ଜଣ ବରିଷ୍ଠ ଶିକ୍ଷକ ବିନୟ କିଶୋର ଦାଶ, ରାଜୀବ କୁମାର ଦାଶ ଓ କେଶବ ମହାପାତ୍ର ସଭ୍ୟ ରୂପେ ସ୍ଥାନ ପାଇଛନ୍ତି। ସର୍ବ ସମ୍ମତି କ୍ରମେ ବିଭିନ୍ନ ବର୍ଗରୁ ପୁରାତନ ଛାତ୍ର କର୍ତ୍ତା ରାମଚନ୍ଦ୍ର ସାହୁ, ଲବଣୀ ଗଉଡ, ଯଶୋବନ୍ତ ଭୋଇ, ରୋହିଣୀ ମାଝୀ, ବିଷମ ମାଝୀ, ଜୋହନ ସୁନା, ମାଧୁରୀ ମାଝୀ ପ୍ରମୁଖ କମିଟିରେ ମନୋନୀତ ହୋଇଥିଲେ। ଗ୍ରାମ୍ୟ ଶିକ୍ଷା କମିଟିରେ ଜପରାମ କରୁଆଁ, ବିଜୟ କୁମାର ସାହୁ, ବିଜ୍ଞାନ ବିଭାଗରେ ସରୋଜ କୁମାର ସାହୁ, ସାଂସ୍କୃତିକ ସଭ୍ୟ ପ୍ରଦୀପ କୁମାର ଗଉଡ ଓ କଳାରେ ରୋହିତ ସ୍ୱ।ଇଁ ସ୍ଥାନ ପାଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।