-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
21-Oct-2021
ବୀରମହାରାଜପୁର ( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ଶାକ୍ତ ମାଟିର ଅନ୍ୟନ ଦେବୀ ପୀଠ କାନପୁର ଠାରେ ମା' ମାହେଶ୍ଵରୀ ଙ୍କ ମହାଖଳା ପୂଜା ସମ୍ପନ୍ନ ହୋଇଛି ।ପ୍ରତି ବର୍ଷ କୁମାରୋତ୍ସବ ରେ ମା ମାହେଶ୍ୱରୀ ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ । କରୋନା କଟକଣା ଯୋଗୁଁ ଏ ବର୍ଷ ସେମିତି ଲୋକଙ୍କୁ ନେଇ କାର୍ଯ୍ଯକ୍ରମ ଅନୁଷ୍ଠିତ
ହୋଇଯାଇଛି ।ରାଜା ରାଜୁଡା ଅମଳରୁ ସୁବର୍ଣ୍ଣପୁର ରେ ଖମ୍ବେଶ୍ବରୀ ଦେବୀ ଲୋକଦେବୀରୁ ରାଷ୍ଟ୍ର ଦେବୀ ଭାବରେ ପୂଜିତ ।ତେବେ କାନପୁର ସ୍ଥିତ ମା ମାହେଶ୍ୱରୀ ପୀଠ ଏହି କ୍ରମରେ ରହିଛି ବେଶ ପ୍ରସିଦ୍ଧ । ବହୁ ବର୍ଷରୁ ପୂଜିତ ହୋଇ ଆସୁଛନ୍ତି ପଞ୍ଚ ଦେବୀ ଯଥା - ପରମେଶ୍ଵର, ନାରାୟଣୀ, ଚାମୁଣ୍ଡା, ନରଘଣ୍ଟା ଓ ଖମ୍ବେଶ୍ବରୀ । ଏଠାରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ମହାଖଳା ପୂଜା । ମହାଖଳା ପୂଜାର ରହିଛି ଏକ ସ୍ୱତନ୍ତ୍ର ମହତ୍ବ । ଏହି ପୂଜାରେ ହାଣ୍ଡି ଅରୁଆ ଚାଉଳ ସହ ମନ୍ଦାର ଫୁଲ, ପଦ୍ମଫୁଲ, ଲାଗୁଥିବା ବେଳେ ୩୨ ଶହ ଯୋଡା ବେଲପତ୍ର ଲାଗିଥାଏ ।ପୂଜା ତ୍ରୀ କୋଣରୁ ଆରମ୍ଭ ହୋଇ ଷଟକୋଣ, ଅଷ୍ଟ କୋଣରୁ ଯାଇ ବତିଶିକୋଣରେ ସରିଥାଏ । ପ୍ରତ୍ୟେକ ପୂଜା ମଧ୍ୟରେ ବୀଜ ମନ୍ତ୍ର ଓଁ ସ୍ଥାପନ କରାଯାଇ ଥାଏ । ପୂଜାରେ ଲାଗିଥାଏ ମାଠିଆ ମାଠିଆ ଦହି ସହ ଦହନା ।ପୂଜା ମଣ୍ଡପରେ ଶୋଭା ପାଆନ୍ତି ଆଲମ ଓ ଛତିଛତ୍ର । ଧଳା ଛତ୍ର ପରମେଶ୍ଵରୀ ପ୍ରତିକ ହୋଇଥିବା ବେଳେ କଳା ଛତ୍ର ଖମ୍ବେଶ୍ବରୀ ଭାବେ ପୂଜା ପାଆନ୍ତି ।ଆଲମ ରୂପରେ ମା ନରଘଣ୍ଟା ପୂଜା ପାଇଥାନ୍ତି । ଏହି ଶକ୍ତି ପୀଠରେ ନିଷ୍ଠା ନୀତି ସହିତ ପୂର୍ବ ପରମ୍ପରା ମତେ ପୂଜା ଆରଧନା ହୋଇଥା ।ଏ ସମୟରେ ପଞ୍ଚବାଦ୍ଯରୁ ବାହାରିଥାଏ ଷୋହଳ ଭରଣି ବାଦ୍ଯ ।ଏହି ଯାତ୍ରା ଆଉ ଏକ ବିଶେଷତ୍ବ ହେଲା ବାଡିଖେଳ ବା ସାମରିକ କଳା । ମା ମାହେଶ୍ୱରୀ ଗମ୍ଭିରାରୁ ବାହାରି ଦେ ମୁଳକୁ ଯିବାବେଳେ ମାଙ୍କ ଆଗେ ଆଗେ ବିଭିନ୍ନ ଗାଁରୁ ଆସିଥିବା ବାଡି ଦଳ ସବୁ ସାମରିକ କଳା ପ୍ରଦର୍ଶନ କରି ଯାଇଥାନ୍ତି । ଏ ବର୍ଷ ସରକାର ଙ୍କ କରୋନା କଟକଣା ଯୋଗୁଁ କମ ସଂଖ୍ଯକ ଶ୍ରଦ୍ଧାଳୁ
ଙ୍କ ସମାଗମ ହୋଇଥିଲା । ଦେବୀ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ମନ୍ଦିର ମଣ୍ଡପ ରେ ବିଜେ କରନ୍ତି । ସେଠାରେ ପୂଜା ଆରଧନା ସହ ଅନ୍ନ ଭୋଗ ଲାଗି ହୁଏ ଏବଂ ଦେବୀ ଗମ୍ଭିରାକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଯାତ୍ରା କମିଟି ର ସଦସ୍ୟମାନେ ସହଯୋଗ କରିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୋଲିସ ବାହୀନି ମୁତୟନ ହୋଇଥିଲେ ।