-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
21-Oct-2021
ନର୍ଲା: (ସଞ୍ଜୀବ ଦାସ)କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧକ୍ଷା ମମିତା ମେହେରଙ୍କୁ ବଳାତ୍କାର ଓ ନିର୍ମମ ଭାବେ ହତ୍ୟା କରାଯାଇଥିବା ଦାବୀକରି ନର୍ଲା ଏବିଭିପି ତରଫରୁ ସୀମା ଓ ଜିଲ୍ଲା ସଂଯୋଜକ ନୃପମଣି ବାହୁକଙ୍କ ନେତୃତ୍ୱରେ ଗୁରୁବାର ନର୍ଲାବ୍ଲକରେ ଏହାର ପ୍ରତିବାଦ କରାଯାଇଛି । ଏଥିପାଇଁ ପିଡିତାଙ୍କ ପରିବାରକୁ ନ୍ୟାୟ , ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନର୍ଲା ତରଫରୁ ନର୍ଲାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରା ପରେ ନର୍ଲା ବ୍ଲକ ଅଫିସ ସମ୍ମୁଖରେ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ଛାତ୍ରୀ ପ୍ରମୁଖ ସଂଗୀତା ପଣ୍ଡା, ବିଭାଗ ଛାତ୍ରୀ ପ୍ରମୁଖ ଅଙ୍କିତା ପଳାଇ, ବିଭାଗ ସଂଯୋଜକ ପୁରୁଷୋତ୍ତମ ବିଶି, ଶୁଭମ ରୋହିଲା, ବିକାଶ ସାହୁ, ସୁଜାତା ନାଗ, ଶଶିକା ପ୍ରଧାନୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଆଗାମୀ ଦିନରେ ନ୍ୟାୟ ନ ମିଳିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଜିଲ୍ଲା ସଂଯୋଜକ ଚେତାବନୀ ଦେଇଛନ୍ତି।