-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
21-Oct-2021
ବଲାଙ୍ଗିର,(ପ୍ରେରଣା ଖବର)-ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣା କୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ବିଦ୍ରୋହର ସ୍ୱର ଉଠିଛି । ସଂପୃକ୍ତ ସମସ୍ତ ଅପରାଧିମାନଙ୍କୁ କଠୋର ଦଣ୍ଡ ଦାବି, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତାଫା ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁ ସମେତ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅପରାଧିମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଦାବିରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୨ଘଣ୍ଟିଆ ବଲାଙ୍ଗୀର ବନ୍ଦର ଡାକରା ଦିଆଯାଇଛି । ବିଜେପିର ଏହି ବନ୍ଦ ଡାକରା ଯୋଗୁଁ ଆଜି ବଲାଙ୍ଗିର ସହରର ସମସ୍ତ ଦୋକାନ, ବଜାର, ସ୍କୁଲ. କଲେଜ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିଥିଲା । ସକାଳେ ବିଜେପି କର୍ମୀ ମାନେ ମାନେ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ । ଗତକାଲି ମଧ୍ୟ ବିଜେପି ପକ୍ଷରୁ ବଲାଙ୍ଗିର ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l
ଏହି ଜଘଣ୍ୟ କାଣ୍ଡରେ ସଂପୃକ୍ତ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ଅବିଳମ୍ବେ ବହିଷ୍କାର ଏବଂ ଗିରଫ କରାଯାଉ ବୋଲି ବିଜେପି ନେତା ମାନେ ଦାବି କରିଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ଓ ଏଆଇଡିଏସ୍ଓ ତରଫରୁ ମଧ୍ୟ ବନ୍ଦକୁ ସମର୍ଥନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ଛାତ୍ର କଂଗ୍ରେସ ଓ ଜିଲ୍ଲା ଯୁବ କଂଗ୍ରେସ କମିଟିର ଶତାଧିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣ ଦେବା ସହ ଏବଂ ସ୍କୁଲ ମାଲିକଙ୍କୁ ସୁରକ୍ଷା ଦେଇଥିବା ଏବଂ ଘଟଣାକୁ ଦିର୍ଘ ଦିନ ଧରି ଘଣ୍ଟ ଘୋଡାଇବାରେ ସଂପୃକ୍ତ ପୋଲିସ କର୍ମଚାରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଘଟଣାର ଉତ୍ତରଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ବିଜେଡି ସରକାରରେ ମହିଳା ମାନେର ଆଦୌ ସୁରକ୍ଷିତ ନଥିବା ପ୍ରମାଣିତ ହୋଇ ସାରିଛି ବୋଲି କହିଛି ।
ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଜି ଅପରାହ୍ନ ୪ଟା ସମୟରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ସାର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବାକୁ ଯାଉଥିବା ବେଳେ ବଲାଙ୍ଗୀର ବିଜେପିର ବନ୍ଦ ଡାକରା ଯୋଗୁଁ ଆଜି ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ତେବେ ଏହି ବନ୍ଦକୁ ବଲାଙ୍ଗିରବାସୀ ସ୍ୱତଃସ୍ପୃତ୍ତ ସମର୍ଥନ ଜଣାଇଥିବା ଜଣାପଡିଛି ।