-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||     

HOME   ଜିଲ୍ଲା

ମମିତା ମେହେର ହତ୍ୟା ଘଟଣ- ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ ଥାନା ଘେରାଓ

21-Oct-2021



ବଲାଙ୍ଗିର, (ପ୍ରେରଣା ଖବର) ମହାଲିଙ୍ଗର ସନ୍‌ସାଇନ କଲେଜରେ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ସାରା ଓଡିଶା ଆବାଳ ବୃଦ୍ଧ ବନୀତାଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି । ମା’ କୁ ସମ୍ମାନ ଓ ଗାଁକୁ କାମ ନାରା ଦେଉଥିବା ଏହି ସରକାର ଏବଂ ତାର ମନ୍ତ୍ରୀମାନେ ମା’ ଙ୍କ ସମ୍ମାନ ଜାଗାରେ ହତ୍ୟା , ଧର୍ଷଣ, ବ୍ୟବିଚାର, ଯୌନଉତ୍‌ପିଡନ ଭଳିଆ ସଂଗୀନ କାମରେ ଲିପ୍ତ ଅଛନ୍ତି । ଗାଁକୁ କାମ ଦେବା ନାଁରେ ଯୌନବ୍ୟବିଚାରର ପେଣ୍ଠ ସନ୍‌ସାଇନ କଲେଜରେ ସରକାରୀ ଅର୍ଥର ବହୁଳ ଭାବରେ ଅପବ୍ୟବହାର କରି ଏହି ସରକାରରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଅନ୍ୟାନ୍ୟ ମନ୍ତ୍ରୀମାନେ ସମସ୍ତ ସୀମା ଉଲଙ୍ଘନ କରିସାରିଛନ୍ତି

। ଏହି ହତ୍ୟା ଘଟଣାରେ ପଡିତ ପରିବାରଙ୍କ ବୟାନ, ପାରିିପାର୍ଶିକ ସ୍ଥିତି ଏବଂ ହତ୍ୟା ଘଟଣାରେ ଗିରଫ ହୋଇଥିବା କଲେଜର ସଭାପତି ଗୋବିନ୍ଦ ସାହୁଙ୍କ ବୟାନ ଅନୁଯାୟୀ ସେ ନିଜେ ତ ଏ ହତ୍ୟା ଘଟଣା ଅପରାଧି ବୋଲି ପ୍ରମାଣିତ ହୋଇଯାଉଛି କିନ୍ତୁ ଏହି ଘଟଣାକୁ ନେଇ ଥିବା ଅନେକ ଗୁମର କଥା ଆଜି ବି ଅସମାହିତ ରହିଛି । ଏହି ଘଟଣାରେ ସ୍ପଷ୍ଟ ଭାବେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସପୃକ୍ତି ପ୍ରମାଣ ମିଳୁଛି । ତେଣୁ ଏହି ହତ୍ୟା ଘଟଣା ନିରପେକ୍ଷ ତଦନ୍ତ ସେ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ହୋଇଥିବା ବିକ୍ଷୋଭ ସମାବେଶରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ନିଜ ବକ୍ତବ୍ୟରେ ବିଶୋଦଗାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏ ସମସ୍ତ ଘଟଣା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ସମ୍ପୁର୍ଣ୍ଣ ଭାବେ ଉତ୍ତରଦାୟୀ । ଯଦି ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ନ ଦିଅନ୍ତି ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେ କହିଛନ୍ତି । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ସମୟରେ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଗିରଫ କରିବା ଦାବିରେ ଥାନା ଘେରାଓ କରାଯାଇଥିଲା । ବିକ୍ଷୋଭ ସମାବେଶରେ ମହିଳା କଂଗ୍ରେସର ସଭାନେତ୍ରୀମାନେ ସରକାରରେ ଥିବା ମନ୍ତ୍ରୀମାନଙ୍କର ନାରୀ ବ୍ୟବିଚାରକୁ ନେଇ କଠୋର ସମାଲୋଚନନା କରିଥିଲେ । ସେମାନେ କହିଥିଲେ ସାରା ଦେଶରେ ବର୍ତ୍ତମାନ ଓଡିଶା ନାରୀ ବ୍ୟବିଚାର, ଯୌନ ନିର୍ଯ୍ୟାତନା ଓ ଧର୍ଷଣ କ୍ଷେତ୍ରରେ ୧ ନମ୍ବର ପାଲଟିଛି । ଆହୁରି ଆଶ୍ଚର୍ଯ୍ୟ ଘଟଣା ଯେ ଏପରି ସମସ୍ତ ଘଟଣାରେ ଓଡିଶାରେ ସରକାରୀ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କର ସଂପୃକ୍ତି ମିଳୁଛି । ତେଣୁ ଏ ପରି ଅଭିଯୋଗ ଆସୁଥିବା ମନ୍ତ୍ରୀମାନଙ୍କୁ ସରକାର ଘଣ୍ଟ ନ ଘୋଡାଇ ସେମାନଙ୍କୁ ଶିଘ୍ର ଇସ୍ତଫା ପ୍ରଦାନ କରିବାକୁ କୁହନ୍ତୁ ନଚେତ ଆଗାମୀ ଦିନରେ ରାଜ୍ୟର ସମସ୍ତ ମହିଳାମାନେ ଏ ସରକାର ବିରୁଦ୍ଧରେ ରଣହୁଙ୍କାର ଦେବେ । ଆଜିର ବିକ୍ଷୋଭ ସମାବେଶ ଜିଲ୍ଲା ସଭାପତିଙ୍କ ସଂଯୋଜନାରେ ହୋଇଥିବା ବେଳେ ନାରୀ ନେତ୍ରୀ ସାଇନ ବେଗମ, ରଂଜିତା ପୁଟେଲ, ଦମୟନ୍ତି ବଘାର, ମୀରା ମଣ୍ଡଳ, ଅସୀତ ମିଶ୍ର,  ଚଗଲା

ପରିଚ୍ଛା, ମନୀଷ ମିଶ୍ର, ଉମାଶଙ୍କର ପଣ୍ଡା, ସାନନ୍ଦ ମିଶ୍ର, ସନ୍ତକ ବହିଦାର, ବୁଲୁ ଦାନି, ଅଜୟ ବାଲି, ରାମ ମିଶ୍ର, ପ୍ରେମ ମିଶ୍ର, ଅଙ୍କିତ ସାହୁ ପ୍ରମୁଖ ସରକାରଙ୍କର ନାରୀ ନିର୍ଯ୍ୟାତନାକୁ ନେଇ ବର୍ଷିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ଯଥା ମହିଳା କଂଗ୍ରେସ, ନଗର କଂଗ୍ରେସ, ସେବାଦଳ, ରାଜୀବଗାନ୍ଧୀ ପଂଚାୟତୀ ରାଜ ସଂଗଠନ, ଯୁବକ କଂଗ୍ରେସ, ଛାତ୍ର କଂଗ୍ରେସ ଏବଂ ଜିଲ୍ଲାର ସମସ୍ତ ବ୍ଲକ କଂଗ୍ରେସ କମିଟି ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026
  ଜିଲ୍ଲା  
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026

You Might Also Like