-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ପାଟଣାଗଡ଼ (ପ୍ରେରଣା ଖବର) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ,ବେଲପଡା, ପାଟଣାଗଡ଼ ଅଞ୍ଚଳରେ ଦିନକୁ ଦିନ ବେଆଇନ କାରବାର ସଟ୍ଟା,କରେକ୍ସ,ଟେବ୍ଳେଟ, ଗଞ୍ଜେଇ, ରନ୍ଧା ମଦ ବଢ଼ିଚାଲିଥିବାବେଳେ ଅବକାରୀ ବିଭାଗ ତାହା ରୋକିବା ପାଇଁ ଅଣ୍ଟା ଭିଡିଛନ୍ତି। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଭଇଁଷା ଗାଁ ରେ ଆଜି କୌଣସି ସୂତ୍ରରୁ ଖବର ପାଇ ଭୋର୍ ସକାଳୁ ଚଢ଼ାଉ କରିଥିଲେ। ଗାଁ ର ଜଗନ୍ନାଥ ମନ୍ଦିର ଠାରେ ବ୍ରଜ ମୋହନ ନେପାକ (୪୫) କୁ ଗିରଫ କରି ତାଙ୍କ ଠାରୁ ୭ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛି।ଅବକାରୀ କେଶ୍ ନମ୍ବର ଡି, ଆର୍ ୧୪୩ ମାମଲା ରୁଜୁ କରି ଆସାମୀ କୁ କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଅବକାରୀ ବିଭାଗ ଅଧିକାରୀ ବିଶ୍ବନାଥ ପରିଡ଼ା ସୂଚନା ଦେଇଛନ୍ତି।