-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
କଳାହାଣ୍ଡି (ସଂଜୀବ କୁମାର ଦାସ) : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତ୍ୟୁକୁ ନେଇ ତେଜିଛି ରାଜନୀତି । ଆଜି ଏହି ସମ୍ବେଦନଶୀଳ ଘଟଣାରେ ବିଜେଡି ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଙ୍କ ବହିଷ୍କାର ଦାବି କରିଛି ବିଜେପି l ସେପଟେ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ପୋଲିସ । ମୃତ୍ୟୁ ଘଟଣାରେ ପୋଲିସକୁ ବଡ଼ ସୂଚନା ମିଳିଛି । ଗୋବିନ୍ଦ ଓ ଡ୍ରାଇଭରକୁ ଜେରା ପରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପଚରାଉଚରା ପରେ ମମିତା ମୃତ୍ୟୁ ଘଟଣାର ବଡ଼ ଖୁଲାସା ହୋଇଛି । ମହାଲିଙ୍ଗ ମିଷ୍ଟ୍ରିରେ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ଗୋବିନ୍ଦ । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ଗୋବିନ୍ଦ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମୁନସି ଅଟକ ରଖିଛନ୍ତି ।
ମିଳିଥିବା ସୂଚନା ମୁତାବକ, ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ ଗୋବିନ୍ଦ କହିଥିଲେ । ଦିନକ ପରେ ଗାତ ପୋତିବା ପାଇଁ ଗୋବିନ୍ଦ କହିଥିଲା । ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡା ଯାଇଥିବା ସୂଚନା ମିଳିଛି । ମୃତଦେହରେ ଯଥେଷ୍ଟ ପରିମାଣର ଲୁଣ ଦିଆଯାଇଥିଲା । ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର କରିଥଲା ଗୋବିନ୍ଦ । ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡାକିଆଣି ଅଧା ରାସ୍ତାରୁ ଗାଡ଼ିରେ ନେଇଥିଲା ଗୋବିନ୍ଦ ସାହୁ । ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ହତ୍ୟା କରାଯାଇଥିଲା । ମମିତାଙ୍କୁ କାର ଭିତରେ ହିଁ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡିଛି । ହତ୍ୟା ପରେ ମୃତଦେହକୁ ପୋଡ଼ିବା ପାଇଁ ଯୋଜନା ହୋଇଥିଲା । ଜେସିବି ଡ୍ରାଇଭରକୁ ଗାତ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲା ଗୋବିନ୍ଦ ।
ଆଜି ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ବଲାଙ୍ଗିର ସହରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଦିବ୍ୟ ଶଙ୍କର ଙ୍କ ବହିଷ୍କାର ଦାବି କରିଛନ୍ତି l ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କୁ ଫେରାର କରିବାରେ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ହାତ ରହିଥିଲା lବଲାଙ୍ଗିର ଏମ୍ ପି ସଙ୍ଗୀତା କୁମାରୀ ସିଂହଦେଓ ଯୋଗ ଦେଇ ନିଜ ଉଦବୋଧନ ରେ ମମିତା ଙ୍କ ମୃତ୍ୟୁ ପଛରେ ଶାସାକ ଦଳ ର ମନ୍ତ୍ରୀ ଙ୍କ ସମ୍ପୃକ୍ତି ଥିବା ପ୍ରମାଣିତ ହୋଇସାରିଛି ବୋଲି କହିଥିଲେ l ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ତୁରନ୍ତ ନିଜ ପଦରୁ ହଟିଯିବାକୁ ବିଜେପି ଦଳ ପକ୍ଷରୁ ଦାବୀ କରାଯାଇଛି l ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ମହିଳା ଓ ବିଜେପି କର୍ମୀ ଯୋଗ ଦେଇଥିଲେ l