-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଲାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ମହାଳିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଥିବା ଘଟଣାର ସତ୍ୟତା ଧିରେ ଧିରେ ପ୍ରକାଶିତ ହେବା ଫଳରେ ଜିଲ୍ଲାରେ ଅସାନ୍ତି ର ବାତାବରଣ ଦେଖି ବାକୁ ମିଳୁଛି । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ହାତ ରହିଥିବା ନେଇଁ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇଁ ବୁଧବାର ବିଜେପି ପକ୍ଷରୁ କଲାହାଣ୍ଡି ର ବିଭିନ୍ନ ବ୍ଳକ ଠାରେ ରାଜରାସ୍ତା କୁ ଓହ୍ଲାଇ ବିଜେପି କର୍ମୀ ମାନେ ବନ୍ଦ ପାଳନ କରି ଥିଲେ ।
ଠିକ ଏହି ପରି କୋକସରା ଠାରେ ମଧ୍ୟ ୨୬ ନଂ ଜାତୀୟ ରାଜପଥ ଅବରୋଧ କରି ବିଜେପି ବନ୍ଦ ପାଳନ କରିଥିବାବେଳେ । କୋକସରା କଂଗ୍ରେସ ଦଳ ସଭାପତି ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ମଧ୍ୟ କୋକସରା ଠାରେ ମନ୍ତ୍ରୀ ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଯାହାଫଳରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଏଥିରେ ବିଜେପି ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର ,ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ହଂସ , ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ ,ଜିଲ୍ଲା ସଭାନେତ୍ରୀ କୁନ୍ତିପାଳ ,କୋକସରା ମଣ୍ଡଳ ଵିଜେପି ସଭାପତି ତ୍ରିନାଥ ବାଗ ,ପ୍ରମୋଦ ପଣ୍ଡା , ନରେନ୍ଦ୍ର ପ୍ରଧାନୀ , ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି , ଉପ ସଭାପତି ଚକ୍ରଧର ବେଶ୍ରା , ସମ୍ପାଦକ ମଧୁବନ ପାତ୍ର , ସୁଶୀଲ ସତନାମି ,ନାନକ ଅଗ୍ରୱାଲ , ସୋମନାଥ ବାଗ ଙ୍କ ସମେତ ଅନେକ କର୍ମକର୍ତ୍ତା ଆନ୍ଦୋଳନ ରେ ସାମିଲ ଥିଲେ ।
ବଲାଙ୍ଗିର ଓ କଳାହାଣ୍ଡି ପୋଲିସର ତନାଘନା ତଦନ୍ତ ଜାରି ରହିଥିବା ବେଳେ ଜେସିବି ମେସିନ ଚାଳକକୁ ଉଠାଇ ନେଇ ପଚରା ଉଚରା ସତ୍ତ୍ୱେ ପୋଲିସ କିଛି ସୁରାଗ ପାଇ ସୋମବାର ଦୁଇ ପ୍ଲାଟୁନ ଫୋର୍ସ ସହ ମହାଲିଙ୍ଗ ଗ୍ରାମ ର ମିନି ଷ୍ଟାଡିୟମକୁ ରାତି ସାରା ଘେରା ବନ୍ଦିକରି ଜଗିରଖୀଥିଲା । ମଙ୍ଗଳବାର ସକାଳେ ମହାଳିଙ୍ଗ ସ୍କୁଲ ପାଖରେ ଥିବା ମିନି ଷ୍ଟାଡିୟମରେ ଅଧ୍ୟକ୍ଷାକୁ ମାରିକି ପୋତି ଦେଇଥିବା ସ୍ଥାନକୁ ଜେସିବି ଡ୍ରାଇବର ଚିହ୍ନଟ ଦେବାପରେ ଜେସିବି ଦ୍ୱାରା ମାଟିଖୋଲା ଯାଇଥିଲା । ପାଖାପାଖି ଆଠ ଫୁଟ ଗାତ ଖୋଲିଲା ପରେ ନିଖୋଜ ଅଧ୍ୟକ୍ଷାଙ୍କ ଗୋଟିଏ ଚେନ , ଓ ବ୍ରାସଲେଟ ,ଛୋଟ ବ୍ୟାଗ ,ଲୁଣ ପକେଟ ସହ ଟେବୁଲ ଓ ଚୌକି ର ପୋଡ଼ାକାଠ ମିଳିବା ସହ ପାଉଁଶ ମଧ୍ୟ ମିଳିଥିଲା। ପୋଲିସ ସମସ୍ତ ଜିନିଷକୁ ଧରି ତଦନ୍ତ ଜାରି ରଖିଥିଲା। ଘଟଣାର ମାଷ୍ଟର ମାଇଣ୍ଡ
ଗୋବିନ୍ଦ ସାହୁ ପୋଲିସ ପୋଲିସ ହେପାଜତ ରେ ଥାଇ ପୋଲିସ କୁ ଚଖମାଦେଇ ଚମ୍ପଟ ମାରିଥିଲା । କିନ୍ତୁ ପୋଲିସ ତାକୁ ଧରିବାରେ ସଫଳ ହୋଇ ତନାଘନା ତଦନ୍ତ ଚଲେଇ ଥିବାବେଳେ । ଗୋବିନ୍ଦ ସାହୁ ପୋଲିସ ପାଖରେ ଦୋଷୀ ସ୍ୱକାର କରିଥିବା ଜଣାପଡିଛି । ଘଟଣା ପଛରେ କିଏ କିଏ ସମ୍ପୃକ୍ତ ଅଛନ୍ତିଏବଂ କଣ ନ୍ୟାୟ ମିଳୁଛି ।ଅପେକ୍ଷା ରେ କଲାହାଣ୍ଡି ବାସୀ l