-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ପାଟଣାଗଡ଼ (ପ୍ରେରଣା ଖବର) ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମଦିନ ଅବସରରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ଅନେକ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ। ବିଜେଡି କର୍ମୀ ଙ୍କ ଦ୍ଵାରା ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ମହାପୁଣ୍ୟ ବୋଲି କୁହାଯାଏ। ସେଥିପାଇଁ ପ୍ରତ୍ୟେକ ବର୍ଷ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିବସ ରେ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇଥାଏ ବୋଲି ବିଧାୟକ ଶ୍ରୀ ମେହେର
ବକ୍ତବ୍ୟ ପ୍ରଦାନ କରିଥିଲେ। ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସାରା ବିଶ୍ବରେ ହାହାକାର ହୋଇଥିବା ଯୋଗୁଁ ଲୋକଙ୍କୁ ରକ୍ତର ଅଭାବ ଦେଖା ଯାଉଛି।ରକ୍ତ ଭଣ୍ଡାର ମାନଙ୍କୁ ମଧ୍ୟ ରକ୍ତ ର ପ୍ରଚୁର ପରିମାଣରେ ଅଭାବ ଦେଖା ଯାଉଥିବା ବେଳେ ବିଭିନ୍ନ ସମୟରେ ବିଧାୟକ ଶ୍ରୀ ମେହେର ରକ୍ତଦାନ ଶିବିର ଖୋଳି ଲୋକ ଙ୍କୁ ରକ୍ତ ଯୋଗାଉଥିବା ଯୋଗୁଁ ଅଞ୍ଚଳର ଲୋକମାନେ ବହୁ ପ୍ରଶଂସା କରୁଛନ୍ତି।