-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2026
ଟିଟିଲାଗଡ(ପ୍ରେରଣା ଖବର)- ଟିଟିଲାଗଡ ସହରର ସ୍ୱାଧୀନପଡ଼ାରେ ଚଳିତ ବର୍ଷ ୬୪ତମ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କୋଲକାତା ର କାରିଗର ଆସି ଅତି ସୁନ୍ଦର ତୋରଣ ନିର୍ମାଣ କରି ଥିବା ବେଳେ ପୂଜା ପେଣ୍ଡାଲକୁ ଆସୁଥିବା ସମସ୍ତ ପ୍ରବେଶ ପଥକୁ ଅତି ସୁନ୍ଦର ଲାଇଟରେ ସାଜସଜ୍ଜା କରା ଯାଇଛି। ଖାସ୍ କରି ଆଜି ସନ୍ଧ୍ୟାରେ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପଡାର ଶହଶହ
ମହିଳା ମାନେ ନିଜର ଭାଇର ମଙ୍ଗଳ କାମନା କରିବା ନିମନ୍ତେ ଉପାସ ରହି ପୂଜା ପେଣ୍ଡାଲରେ ମା ଙ୍କ ଆରାଧନା କରୁଥିବା ଦେଖିବାକୁ ମିଳିଥିଲା। ମୁଖ୍ୟ ପୂଜକ ମାନସ ପାଣି ପୂଜାର୍ଚ୍ଚନା କରିଥିବା ବେଳେ ସହଯୋଗୀ ମାନେ ଅନ୍ୟ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଆୟୋଜନ କରାଇବା ପାଇଁ ସଭାପତି ସନ୍ତୋଷ ମହାନ୍ତି ନେତୃତ୍ୱ ନେଉଥିବା ବେଳେ ଉପସଭାପତି ଆନନ୍ଦ କେଡିଆ, ସମ୍ପାଦକ ରମେଶ ବେହେରା ଓ ଅଶୋକ ବାଗ,
ସହସମ୍ପାଦକ ହରିଶ ସେଠ୍, କୋଷାଧକ୍ଷ ସତ୍ୟ ନାରାୟଣ ଗୁପ୍ତା, କମିଟିର ପରାମର୍ଶଦାତା ସତ୍ୟବ୍ରତ ପଣ୍ଡା, ବୁଲ ବୁଲ ମେହେର, ରିଙ୍କୁ ସେଠ, ମନୋଜ ବେହେରା, ଆଶିଷ ବେହେରା, ସୁରେଶ ଭୋଇ, ସୂରଜ ବେହେରା, ରାଜେଶ ବେହେରା ଓ ପଡ଼ାର ସମସ୍ତ ଯୁବକ ମାନେ ଅଣ୍ଟା ଭିଡ଼ିଛନ୍ତି। ସବୁ ଦିନ ସନ୍ଧ୍ୟାରେ ଜନ ସାଧାରଣଙ୍କୁ ପ୍ରସାଦ ବଣ୍ଟନ କରାଯାଉଥିବା ବେଳେ ଯେଉଁ ଦାତା ମାନେ ପୂଜା କରିବା ପାଇଁ ସହଯୋଗ କରୁଛନ୍ତି ତଥା କମିଟିର ସଦସ୍ୟ ମାନଙ୍କୁ ଘରକୁ ଘର ଭୋଗ ପଠାଉଥିବା ଯୋଗୁଁ ଭକ୍ତଙ୍କ ମନରେ ଆନନ୍ଦ ଖେଳି ଯାଇଛି। ଆସନ୍ତା ୨୩ ତାରିଖ ଦିନ ବିସର୍ଜନ କରାଯିବ ବୋଲି ସଭାପତି ସନ୍ତୋଷ କୁମାର ମହାନ୍ତି ସୂଚନା ଦେଇଛନ୍ତି।