-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ମହାନଗର

ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ

18-Oct-2026



ଭୁବନେଶ୍ୱର, ଶାରଦୀୟ ଦୁର୍ଗାପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଭୁବନେଶ୍ୱରର ପାଣ୍ଡରା ଅଞ୍ଚଳ। ମାଆ ଦୁର୍ଗାଙ୍କ ଆରାଧନା, ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ସଜ୍ଜିତ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି। ବାଇପାସ୍‌ ଛକରୁ ହାଇଟେକ୍‌ ରାସ୍ତା ପର୍ଯ୍ୟନ୍ତ ଆଲୋକସଜ୍ଜା ପୂଜାର ଆକର୍ଷଣକୁ ଦ୍ୱିଗୁଣିତ କରିଛି।
ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା ଚାଲିଛି। ମହାଷଷ୍ଠୀରେ ମହାବିଲ୍ୱବରଣ ଓ ଦେବୀଙ୍କ ଆବାହନରୁ ଆରମ୍ଭ ହୋଇଥିବା ପୂଜାରେ ମହାସପ୍ତମୀରେ କଳସ ଯାତ୍ରା, ଅଧିବାସ, ପ୍ରାଣପ୍ରତିଷ୍ଠା ଓ ଚକ୍ଷୁଦାନ ସହ ଚଣ୍ଡୀ ହବନ, ଆଳତି ଓ ପୁଷ୍ପାଞ୍ଜଳି ଆଦି ବିଧି ପାଳନ କରାଯାଇଛି। ମହାଷ୍ଟମୀରେ ନବପତ୍ରିକା ପୂଜା ସହ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଛି। ମହାନବମୀରେ ସନ୍ଧିପୂଜା, ବିଶେଷ ପୂଜା, ଚଣ୍ଡୀ ହବନ, ଆଳତି ଓ ପୁଷ୍ପାଞ୍ଜଳି ଆୟୋଜିତ ହେବ।
ଧାର୍ମିକ କାର୍ଯ୍ୟକ୍ରମ ସହ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେଉଛି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ। ମହାଷଷ୍ଠୀରେ ଭଜନ ସନ୍ଧ୍ୟା, ମହାସପ୍ତମୀରେ ମେଲୋଡି ଅର୍କେଷ୍ଟ୍ରା, ମହାଷ୍ଟମୀରେ ଆଧୁନିକ ନୃତ୍ୟ ଏବଂ ମହାନବମୀରେ ମେଲୋଡି ଓ ସୁର୍‌ ସଙ୍ଗୀତ ପରିବେଷଣ କରାଯିବ। ଦଶହରା ଦିନ ଓଡ଼ିଶୀ ନୃତ୍ୟ ପରିବେଷଣ ଉତ୍ସବର ଅନ୍ୟତମ ଆକର୍ଷଣ ହେବ। ଦୈନିକ ହଜାର ହଜାର ଦର୍ଶକ ସାଂସ୍କୃତିକ ବିଚିତ୍ରାର ମଜ୍ଜା ଉଠାଉଛନ୍ତି । 
  ମହାଦଶମୀରେ ଦଶହରା ପୂଜା, ଅପରାଜିତା ପୂଜା ଓ ଚରୁ ହବନ ଅନୁଷ୍ଠିତ ହେବ। ଅକ୍ଟୋବର ୨୨ ତାରିଖ ଗୁରୁବାର ଦିନ ମାଆଙ୍କ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ହୋଇଛି। ଦିବା ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଏକ ବିରାଟ ପଟୁଆରରେ ମାଆଙ୍କ ମୂର୍ତ୍ତି ସାହି ପରିକ୍ରମା କରି ବାଇପାସ୍‌ ଦେଇ କୁଆଖାଇ ବ୍ରିଜ୍‌ ପର୍ଯ୍ୟନ୍ତ ଯିବ।
ପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ୍‌ ପୋଲିସର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯାଉଛି। ଏହା କହିଛନ୍ତି ୧୮ ନମ୍ବର ୱାର୍ଡର କର୍ପୋରେଟର ତଥା ପୂଜା କମିଟିର ମୁଖ୍ୟ ବିପ୍ଲବ ବେହେରା।
ପାଣ୍ଡରା ପୂଜା କମିଟିର ସଭାପତି ଭଗବାନ ସୁବୁଦ୍ଧି, ସମ୍ପାଦକ ପ୍ରସନ୍ନ କୁମାର ବେହେରା ଏବଂ କମିଟିର ସଦସ୍ୟ ବିନୋଦ କୁମାର ସାହୁ, ବିଷ୍ଣୁଚରଣ ଦାସ, ସତ୍ୟାନନ୍ଦ ବେହେରା, ପ୍ରଶାନ୍ତ କୁମାର ଭଞ୍ଜ, ଉମେଶ ଜେନା ଓ ନୃସିଂହ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜାର ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like