-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): କେନ୍ଦ୍ରୀୟ ରଜକ ସମାଜ କମିଟିର ଉପ ସଭାପତି ଉମେଶ ସେଠଙ୍କ ନେତୃତ୍ଵରେ ଆଜି ରାଜ ଭବନ ପରିସରରେ ଅଭିଷେକ କକ୍ଷରେ ନୂତନ ଭାବେ ଯୋଗଦାନ କରିଥିବା ମହାମହିମ ରାଜ୍ୟପାଳ ଶ୍ରୀମାନ ବ୍ରଜ ମୋହନ ରାମ ଓ ତାଙ୍କ ପତ୍ନୀ ଲିଲା ଦେବୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ତଥା (ଧୋବା) ରଜକ ସମାଜ ପକ୍ଷରୁ ମୁକୁଟ "ତାଜ "ଅର୍ପଣ କରି ରାଜ୍ ଭବନ ଠାରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ସମ୍ବର୍ଦ୍ଧିତ କରାଗଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ନୂଆପଡା ଜିଲ୍ଲାର ନେତୃତ୍ୱ ନେଇଥିଲେ ଦିଲ୍ଲୀପ ନିର୍ମଲକର, ସମ୍ବଲପୁର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସେଠ,ସୋନପୁର ଜିଲ୍ଲା ସଭାପତି ତଥା ଡୁଙ୍ଗୁରିପାଲି ବ୍ଲକ ସମାଜ ପ୍ରତିନିଧି ରତ୍ନାକର ସେଠ , ନୂଆପଡା ଜିଲ୍ଲାର ହେମଲାଲ ଉଜିର,ସରପଞ୍ଚ ମୋତିଲାଲ ଉଜିର, ଯୋଗେଶ ନିର୍ମଲକର, ଛତିଶଗଡ ରାଜ୍ୟ ସଭାପତି ସୂରଜ ନିର୍ମଲକର, ଛତିଶଗଡ ପ୍ରଦେଶ ଯୁବା ଅଧ୍ୟକ୍ଷ ଆମ୍ବେ ବାଘମାର,ଦୁର୍ଗ ଜିଲ୍ଲା ଛତିଶଗଡ଼ ଅଧ୍ୟକ୍ଷ ଧନେଶ୍ଵର ନିର୍ମଲକର, ମହାସମୁନ୍ଦ ଜିଲ୍ଲା ଅଧ୍ୟକ୍ଷ ସନ୍ତୋଷ କୌନଜିଆ, ରାଜନନ୍ଦଗାଁ ଅଧ୍ୟକ୍ଷ ଚୈତ ରାମ ନିର୍ମଲକର ଓ ରାୟପୁର ଜିଲ୍ଲା ଛତିଶଗଡ଼ ଅଧ୍ୟକ୍ଷ ବରୁଣ ନିର୍ମଲକର, ପ୍ରେମଲାଲ ସେଠ, କୋଶଲ ସାମ୍ବାଦିକ ସଙ୍ଘ ସଭାପତି ବିପ୍ର ଚରଣ ସାହୁ ପ୍ରମୁଖ ସମ୍ବର୍ଦ୍ଧନା ଉତ୍ସବ ଯୋଗଦାନ କରିଥିଲେ। ନୂତନ ରାଜ୍ୟପାଳ ମହୋତ୍ସବ ଙ୍କୁ ପରବର୍ତ୍ତୀ ସମୟରେ ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ୟରେ ରାଷ୍ଟ୍ରୀୟ ଧୋବା ସମ୍ମିଳନୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ଓ ରାଷ୍ଟ୍ରୀୟ ସମ୍ମିଳନୀ ରେ ମହାମହିମ ରାଜ୍ୟପାଳ ଯୋଗଦାନ କରିବାକୁ ଓଡିଶା ଓ ଛତିଶଗଡ ରଜକ ଧୋବା ସଂଘ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏ ଦିଗରେ ପରବର୍ତ୍ତୀ ସମୟରେ ସାକ୍ଷାତ ଆଲୋଚନା କରି ସମ୍ମିଳନୀରେ ଯୋଗଦାନ କରିବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଓଡିଶା, ଛତିଶଗଡ ରଜକ ସମାଜ ପକ୍ଷରୁ ରାୟପୁର ଛତିଶଗଡ଼ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ତାରିଖ ସ୍ଥାନ ନିର୍ଦ୍ଧାରଣ କରାଯିବାକୁ ରଜକ ସେବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।