-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ପାଟଣାଗଡ଼ (ପ୍ରେରଣା ଖବର) ପାଟଣାଗଡ଼ ଉପଖଣ୍ଡ ବେଲପଡା ସହର ରେ ୭୮ ତମ ସାର୍ବଜନୀନ ଦୁର୍ଗାପୂଜା ଆଜି ସମ୍ପୂର୍ଣ୍ଣ ହୋଇ ମାଁ ଦୂର୍ଗା ଙ୍କ ଭସାଣି ଯାତ୍ରା ହୋଇଯାଇଛି। ଦୀର୍ଘ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ପର୍ବପର୍ବାଣୀ ବାଦ୍ ପଡ଼ିଯାଇଥିବା ବେଳେ ଚଳିତ ବର୍ଷ କରୋନା କଟକଣା ନିୟମ ଅନୁସାରେ ସାର୍ବଜନୀନ ଦୁର୍ଗାପୂଜା ପାଳନ କରାଯାଉଥିଲା। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ କରୋନା କଟକଣା ନିୟମ ପାଳନ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ସର୍ବପୁରାତନ ବେଲପଡା ସହରରେ ୭ ଦିନ ଧରି ଶାରଦୀୟ ଦୁର୍ଗାପୂଜା ପାଳନ କରାଯାଇଥିବାବେଳେ ଆଜି ମାଁ ଦୂର୍ଗା
ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ମାଁ ଦୂର୍ଗା ଙ୍କ ପୂଜା ପୂର୍ଣ୍ଣ ଆହୁତି ପଡ଼ି ସାରିବା ପରେ ମାଁ ଙ୍କ ମନ୍ଦିର ଠାରୁ ବାହାର କରି ସହର ପରିକ୍ରମାପରିକ୍ରମା କରି ଲାନ୍ଥ ନଦୀ କୂଳରେ ମାଁ ଭସାଣି ପାଇଁ ନିଆଯାଇଥିଲା। ଏଥିରେ ଦୂର୍ଗା ପୂଜା କର୍ତ୍ତା ଲକ୍ଷ୍ମୀ ପୁଟେଲ, ସଭାପତି ମଧୁସୂଦନ ଦାସ, ସମ୍ପାଦକ ପୃଥିବୀ ରାଜ ଅଗ୍ରୱାଲ, ଜନାର୍ଦ୍ଦନ ସିଂ, ପ୍ରେମ ଚାନ୍ଦ ପୁଟେଲ,ଜିତୁ ନାଏକ, ହାଡ଼ୁ ସମେତ ବେଲପଡା ସହର ର ଅନେକ ଭକ୍ତ ଉପସ୍ଥିତ ରହି ମାଁ ଦୂର୍ଗା ଙ୍କ ଭସାଣି କରିଥିଲେ। ଆଗାମୀ ଦିନରେ ଯଦି କରୋନା କଟକଣା ନ ରୁହେ ତାହେଲେ ଆଡ଼ମ୍ବର ସହକାରେ ଦୂର୍ଗା ପୂଜା ପାଳନ କରାଯିବ ବୋଲି ସଭାପତି ଶ୍ରୀ ଦାସ ମନ୍ତବ୍ୟ ଦେଇଛନ୍ତି।