-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2026
ବରପାଲି: (ସୁଦାମ ଦୀପ )
ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତର ବାଦପାଲି ଖେଳପଡ଼ିଆରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରି ନିଜ ନିଜର ଖେଳ ଦକ୍ଷତା ପ୍ରଦର୍ଶନ କରିଥିଲେ। ରୋମାଞ୍ଚକର ପ୍ରତିଯୋଗିତା ପରେ ଫାଇନାଲ ମ୍ୟାଚରେ ତୁରୁମ ଦଳ ପତିକାରପାଲି ଦଳକୁ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣକାରୀ ଦଳଗୁଡ଼ିକ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଖେଳାଳିମାନଙ୍କ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ଦର୍ଶକଙ୍କୁ ଉତ୍ସାହିତ କରିଥିବାବେଳେ ଫାଇନାଲ ମ୍ୟାଚକୁ ନେଇ ଖେଳପଡ଼ିଆରେ ବେଶ୍ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ତୁରୁମ ଦଳ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଟ୍ରଫି ହାସଲ କରିଥିଲା।ଏହି ଅବସରରେ ଅତିଥି ଭାବେ ବିଜେପି ଆଗଲପୁର ମଣ୍ଡଳ ସଭାପତି ପ୍ରଦୀପ୍ତ ପ୍ରଧାନ, ବିଜେପି ସତଲମା ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ, ରମେଶ ମାଝୀଙ୍କ ସମେତ ଗ୍ରାମର ବହୁ ଭଦ୍ରବ୍ୟକ୍ତି ଯୋଗଦେଇଥିଲେ। ଅତିଥିମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ, ଯୁବପିଢ଼ିଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବୃଦ୍ଧି ଏବଂ ଭାଇଚାରା ଓ ଏକତାର ପ୍ରସାରରେ ଏଭଳି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱ ରହିଥିବା ଉଲ୍ଲେଖ କରିଥିଲେ।ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ସହ ଗ୍ରାମାଞ୍ଚଳରେ ଫୁଟବଲ ଖେଳର ଲୋକପ୍ରିୟତାକୁ ପ୍ରତିଫଳିତ କରିଥିଲା।