-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ

18-Oct-2026



ରେଙ୍ଗାଲିକ୍ୟାମ୍ପ(ଆକାଶ ମିଶ୍ର): ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକ ଉଦ୍ଦୀପନା ମଧ୍ୟରେ ଅତାବିରା ସାପ୍ତାହିକ ବଜାରସ୍ଥିତ ମାଁ ଜଗତଜନନୀ ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ଏକ ଅଭୂତପୂର୍ବ ତଥା ଐତିହାସିକ କଳସ ଶୋଭାଯାତ୍ରା ସମ୍ପନ୍ନ ହୋଇଯାଇଛି। ଶାରଦୀୟ ଦୁର୍ଗୋତ୍ସବର ପବିତ୍ର ଅବସରରେ ସାପ୍ତାହିକ ବଜାର ପୂଜା ମଣ୍ଡପ ସମେତ ସମଗ୍ର ଅତାବିରା ସହର ଏବେ

ମାତୃମୟୀ ହୋଇ ଉଠିଥିବା ବେଳେ ଧୂପ-ଦୀପ, ଶଙ୍ଖ-ହୁଳହୁଳି ଓ ଚଣ୍ଡୀପାଠର ମନ୍ତ୍ରଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଛି।
କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ୱରୂପ ଲାଦରପାଲି ମହାଦେବ ମନ୍ଦିର ରୁ ଯଥାବିଧି ପୂର୍ଣ୍ଣକୁମ୍ଭ କଳସ ପୂଜନ କରାଯାଇଥିଲା। ଏହାପରେ ପ୍ରାୟ ୭୫୦ରୁ ଊର୍ଦ୍ଧ୍ୱ ବ୍ରତଧାରୀ ମାନସିକ ମହିଳା ଶିରରେ ପବିତ୍ର କଳସ ଧାରଣ କରି ଏକ ବିଶାଳ ନଗର ପରିକ୍ରମାରେ ବାହାରିଥିଲେ। ଡୁଙ୍ଗୁରିପାଲି ପଞ୍ଚାୟତର ପ୍ରସିଦ୍ଧ ପାରମ୍ପରିକ ଦୁଲଦୁଲି ବାଦ୍ୟ ଏବଂ ଘୁମୁରା ନୃତ୍ୟର ତାଳେ ତାଳେ ଭକ୍ତିମୟ ପରିବେଶରେ ଏକ ଅପୂର୍ବ ରୋମାଞ୍ଚକର ପରିବେଶ ସୃଷ୍ଟି ହୋଇଥିଲା। ଶୋଭାଯାତ୍ରାଟି ୫୩ ନମ୍ବର ଜାତୀୟ ରାଜପଥ ଦେଇ ଅଗ୍ରସର ହେବା ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଜନସମୁଦ୍ର ସୃଷ୍ଟି ହୋଇଥିବାରୁ ଏହି ସମୟ ମଧ୍ୟରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ସ୍ଥଗିତ ରହିଥିଲା। ନଗର ପରିକ୍ରମା ଶେଷରେ କଳସ ଶୋଭାଯାତ୍ରା ସାପ୍ତାହିକ ବଜାରସ୍ଥିତ ମୁଖ୍ୟ ପୂଜା ମଣ୍ଡପରେ ପହଞ୍ଚି ସ୍ଥାପିତ ହୋଇଥିଲା।
ଏହି ଆଧ୍ୟାତ୍ମିକ ମହାସମାରୋହରେ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ନିଜେ କଳସ ଯାତ୍ରାରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ସାପ୍ତାହିକ ବଜାରର ଏହି ପୂଜାକୁ ଆହୁରି ଅଧିକ ଭବ୍ୟ ତଥା ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ କରିବା ଉଦ୍ଦେଶ୍ୟରେ ଶ୍ରୀମତୀ ଛୁରିଆ କମିଟିର ସମସ୍ତ କର୍ମକର୍ତ୍ତା ତଥା ଅଞ୍ଚଳର ଉତ୍ସାହୀ ଯୁବଗୋଷ୍ଠୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ।ପୂଜାକାର୍ଯ୍ୟରେ କର୍ତ୍ତା ଭାବେ ଶ୍ରୀ ନନ୍ଦିଘୋଷ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଲଳିତା ପ୍ରଧାନ ନିଷ୍ଠାର ସହ ଦାୟିତ୍ୱ ତୁଲାଇଛନ୍ତି। ମୁଖ୍ୟ ପୁରୋହିତ ପଣ୍ଡିତ ସଞ୍ଜୟ ଦାଶଙ୍କ ତତ୍ତ୍ୱାବଧାନରେ ପଣ୍ଡିତ ଜ୍ୟୋତିପ୍ରକାଶ ପଣ୍ଡା, ପଣ୍ଡିତ ପ୍ରତ୍ୟୁଷ ରଥ ଓ ଅନ୍ୟାନ୍ୟ ବ୍ରାହ୍ମଣ ସହଯୋଗୀମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରିଚାଳନା କରୁଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ଶାସ୍ତ୍ରୀୟ ବିଧି ଅନୁସାରେ ବିଲ୍ୱ ଅଧିବାସ ସମ୍ପନ୍ନ ହୋଇଥିଲା ଏବଂ ଭାଲୁପାଲି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ପବିତ୍ର ଖଣ୍ଡା ପୂଜା ପୂର୍ବକ ନଗର ପରିକ୍ରମା କରାଯାଇ

ମଣ୍ଡପକୁ ଅଣାଯାଇଥିଲା। ଆଜି ମହାସପ୍ତମୀ ତିଥିରେ ପ୍ରାତଃରୁ ମା’ଙ୍କ ପ୍ରାଣ ପ୍ରତିଷ୍ଠା, ମଧ୍ୟାହ୍ନରେ ନ୍ୟାସ ଧ୍ୟାନ, ଚଣ୍ଡୀ ପାଠ, ପାର୍ଶ୍ୱଦେବଦେବୀ ପୂଜା, ମହାଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଛି। ଆଜି ପବିତ୍ର ‘ଭାଇ ଜିଉଁତିଆ’ ଉତ୍ସବ ପଡ଼ୁଥିବାରୁ ମାଆମାନେ ଭାଇମାନଙ୍କ ଦୀର୍ଘାୟୁ ଓ ଶୁଭ ମନାସି ମା’ଙ୍କ ଦର୍ଶନ କରିବା ସହ ବ୍ରତ ପାଳନ କରିଥିଲେ, ଯାହା ଫଳରେ ସଂଧ୍ୟାରେ ମଣ୍ଡପରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା।ପୂଜା କମିଟିର ସମସ୍ତ କର୍ମକର୍ତ୍ତା, ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ତଥା ଅଞ୍ଚଳବାସୀଙ୍କ ଶୃଙ୍ଖଳିତ ପରିଚାଳନା ଓ ସକ୍ରିୟ ସହଯୋଗ ଯୋଗୁଁ ସମଗ୍ର କାର୍ଯ୍ୟକ୍ରମଟି ଅତ୍ୟନ୍ତ ଆନନ୍ଦଉଲ୍ଲାସ ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସୂଚାରୁରୂପେ ସମ୍ପାଦିତ ହୋଇପାରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like