-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ପାଟଣାଗଡ଼ (ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ଧୁମାଭଟା ଠାରେ କ୍ଷତ୍ରିୟ ପାଇକ ଯୁବା ମଞ୍ଚ ଆନୁକୂଲ୍ୟରେ ଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପାଇକ ଜାତିର ଦେବାଦେବୀ ପୂଜନ ପରେ ସଶସ୍ତ୍ର ଯୁବକ ମାନେ ଗଣ୍ଡା ବୀର ବାଜା ର ତାଳେ ତାଳେ ଗାଁ ପରିକ୍ରମା କରି ସଭା ସ୍ଥଳକୁ ପହଞ୍ଚିଥିଲେ । ଅନୁଷ୍ଠିତ ସଭାରେ ଶ୍ରୀ ସିତରାମ କରଣ ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସୁବ୍ରତ ସିଂ, ସମ୍ମାନିତ ଅତିଥି ଭାବରେ ଶ୍ରୀ ଶାନ୍ତନୁ କୁମାର ନାଏକ, ମୁଖ୍ୟବକ୍ତା ଭାବରେ ଶ୍ରୀ କିଶୋର କୁମାର ଠାକୁର ( ଅଧ୍ୟକ୍ଷ ଭରସୁଜା ମହାବିଦ୍ୟାଳୟ), ଅନ୍ୟତମ ଅତିଥି ଭାବରେ ଦୟାସଗାର ବୁଡେକ,ନୀଳମଣି ନାଏକ, ଚୁଡାମଣି ବୁଡେକ ଚନ୍ଦ୍ରମଣି ଦେଓ ଜନାର୍ଦ୍ଦନ ସିଂ ପ୍ରମୁଖ ଉପସ୍ଥିତ ରହି ସମାଜ ର ବିକାଶ ପାଇଁ ଏବଂ ସ୍ୱାଧୀନତା ସଂଗ୍ରାମରେ ପାଇକ ମାନଙ୍କ ବିରତ୍ୱ ଓ ନେତୃତ୍ୱ ବିଷୟରେ ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ । ଏହି କାର୍ଯ୍ୟକ୍ରମ କୁ ରାଜପୁତ ବନମାଲୀ ନାଏକ,ପ୍ରକାଶ ବୁଡେକ, ଲୋକନାଥ ବୁଡେକ,
ତରଣୀ ବାଗ, ମୁକେଶ ବୁଡେକ, ରାଜେଶ ବୁଡେକ ଗୋବିନ୍ଦ ମଲ୍ଲିକ ଡିଙ୍ଗର ସିଂ କମଳଲୋଚନ ନାଏକ ଚନ୍ଦନ ବୁଡେକ ସୁଧୀର ବୁଡେକ, ଅନନ୍ତ ମଲ୍ଲିକ,ବିନୋଦ ନାଏକ, କାଲିଆ ମଲ୍ଲିକ, ରାଜେଶ ବୁଡେକ,ନବିନ ବୁଡେକ,ପ୍ରମୋଦ ମଲ୍ଲିକ,ହେମନ୍ତ ବୁଡେକ, ବିଜେ ନାଏକ ବାବୁଲାଲ ବୁଡେକ ଡିଙ୍ଗର ବୁଡେକ,ଲୁକୁ ବୁଡେକ,ପୁରୁତ୍ତମ ବୁଡେକ, ସଇତାମ ବୁଡେକ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜିର ସଭାକୁ ଶ୍ରୀ ଲମ୍ବୋଦର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଅଞ୍ଚଳ ହଜାର ସଂଖ୍ୟାରେ ପାଇକ ଜାତିର ମହିଳା ପୁରୁଷ ଯୋଗଦେଇଥିଲେ ।