-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
କଟକ(ପ୍ରେରଣା ଖବର ବ୍ୟୁରୋ) : କଟକରେ କମିଶନରେଟ ପୋଲିସ୍ର ଏନ୍କାଉଣ୍ଟର। ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ପୋଲିସ୍ କାବୁ କରିଛି। ପୋଲିସ ଏନ୍କାଉଣ୍ଟରରେ ରାକା ଆହତ ହୋଇଛି। ତା'ର ଗୋଡ଼ରେ ଗୁଳି ବାଜିଛି।
ରାକା ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ ହୋଇଛି।ଦୁର୍ଦ୍ଦାନ୍ତ ଅପରାଧୀ ରାକା କନ୍ଦରପୁର ଅଞ୍ଚଳରେ ଥିବା ନେଇ ପୋଲିସ୍କୁ ସୂଚନା ମିଳିଥିଲା। ଖବରପାଇ ପୋଲିସ୍ ଆଜି ଉକ୍ତ ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ ରାକାକୁ ଧରିବାକୁ ପୋଲିସ୍ ଉଦ୍ୟମ କରୁ ଥିବାବେଳେ ପୋଲିସ ଉପରକୁ ସେ ପ୍ରଥମେ ଗୁଳିମାଡ଼ କରିଥିଲା। ଯାହାର ପାଲଟା ଜବାବରେ ପୋଲିସ୍ ରାକା ଉପରକୁ ଫାୟାରିଂ କରିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲା ଓ ଗୁରୁତର ଅବସ୍ଥାରେ ତାକୁ କଟକ SCB ମେଡିକାଲ୍ରେ ଭର୍ତ୍ତି କରାଯାଇଛି।ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏନେଇ ପୋଲିସ୍ ଛାନ୍ଭିନ୍ ଜାରି ରଖିଛି। ସୂଚନାଥାଉ କି, କିଛିଦିନ ପୂର୍ବେ କନ୍ଦରପୁର ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଘଟଣାରେ ରାକା ସାମିଲ ଥିଲା। ହେଲେ ଏଥିରେ ସମ୍ପୃକ୍ତ ରାକାର ଆଉ ୨ ଜଣ ସହଯୋଗୀ ଫେରାର ଅଛନ୍ତି।
ପାର୍ବଣ ସମୟରେ ଅପରାଧିମାନେ ବିଭିନ୍ନ ପ୍ରକାରର ଅପରାଧ ଘଟାଇ ପାଇଁ ଯୋଜନା କରିଥାନ୍ତି। ହେଲେ ସେମାନଙ୍କର ଏହି କାର୍ଯ୍ୟକଳାପ ଉପରେ ପୋଲିସ୍ ନଜର ରଖିଥାଏ।