-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ଧର୍ମଗଡ଼(ଜ୍ୟୋତିରଞ୍ଜନ ବେମାଲ )
ସଦା ଭଉଣୀର ଦରଦ ଭାଇ ପ୍ରତି ଥିବା ପ୍ରମାଣିତ ତଥ୍ୟ ପୁରାଣ ଲିପିବଦ୍ଧ ଥିବା ବେଳେ ପ୍ରତୀକ ଭାବେ ତାର ଉଦାହରଣ ଏବେ ବି ଜୀବିତ ରହିଛି।ଭାଇ ର ମଙ୍ଗଳ କାମନା ,ଦୀର୍ଘାୟୁଷ ନିମନ୍ତେ ଭଉଣୀ ନିର୍ଜଲ ଉପାସ ରହିବା ସହ ଜହ୍ନି ଓଷା ବ୍ରତ ପାଳନ କରିଥାଏ।ବିଶ୍ୱାସ ରହିଛି ଏହି ଓଷା ଭଉଣୀ ପାଳନ କଲେ ଭାଇ ମଙ୍ଗଳ ସହ ଦୀର୍ଘାୟୁ ହୋଇଥାଏ।ସେଥିପାଇଁ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପତା ଦିନରୁ ଉପାସନା ଭଉଣୀ ମାନେ ଆରମ୍ଭ କରିଥାନ୍ତି।ଏହି ଦିନ ଉପବାସ ରହି ଦେବୀ ଦୁର୍ଗା ଙ୍କୁ ଆହ୍ୱାନ କରିବାକୁ ନଦୀ,ପୋଖରୀ ତୁଠରେ ପୂଜାର୍ଚ୍ଚନା କରି ମାନସି ରଖିଥାନ୍ତି।ସେହି ନଦୀ ,ପୋଖରୀ ମୁହାଣ ରୁ ବାଳି ଆଣି ନବଦୁର୍ଗା ଆହ୍ୱାନ କ୍ରମେ ନବ କିଲସ ଦେଇ ବୁଣି ଥାଆନ୍ତି। ଯାହା ନବ କିଲସରେ ପ୍ରତେକ ଦିନ ହଳଦୀ ପାଣି ଦେଇ ଦେବୀ ଙ୍କୁ ସ୍ନାନ କରିଥାନ୍ତି।ଏହାପରେ ଦୁର୍ଗାପୂଜାର ଶେଷଦିନ ବା ନବମୀ ରାତ୍ରି ରେ ଭଉଣୀ ମାନେ ଉଜାଗର ରହିବା ସହ ଏକାଠି ହୋଇ ପୁରାଣ ଶୁଣିବା ସହ ପାହାନ୍ତିରେ ପୁଣି ନଦୀ,ପୋଖରୀ ମୁହାଣ ରେ ପୂଜାର୍ଚ୍ଚନା କରିଥାଆନ୍ତି।ଏହିସମୟରେ ଦେବୀ ଙ୍କୁ ଜହ୍ନି,କାଙ୍କୁଡ଼ି ଆଦି କୁ ବଳି ଦେଇଥାନ୍ତି ଓ ତାକୁ ଆଣି ପ୍ରସାଦ ଭାବେ ତିଆରି କରିଥାନ୍ତି।ସକାଳେ ଭାଇ କୁ ସେହି ପ୍ରସାଦ ଦେଇ ଜୀଇଁତିଆ ବ୍ରତ ବାନ୍ଧି ଥାଆନ୍ତି।ଏହିବର୍ଷ ଜହ୍ନିବ୍ରତ କୁ ଭଉଣୀ ମାନେ ଅତି ଉତ୍ସାହ ସହ ପାଳନ କରିଥିବା ଜଣାପଡିଛି।