-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
20-Sep-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ର ଏକ ଊଚ୍ଚ ସ୍ତରୀୟ ଦଶ ଜଣିଆ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ କରି ନିର୍ମାଣ ହେବାକୁ ଥିବା ରାଜ୍ୟ ସରକାର ଙ୍କ ବ୍ଲକ ଲେବେଲ ନୂତନ ବସଷ୍ଟାଣ୍ଡ ବା ସାଇଟ ସବୁ ର ଭିତ୍ତି ଭୂମି ଅନୁଧ୍ୟାନ କରିଥିଲେ l ଓ ଏ ଏସ ଓ ଏସ ଡ଼ି ( ଓ ଏସ ଆର ଟି ସି ) ର ମୁଖ୍ୟ ଶ୍ରୀମତୀ ଦୀପ୍ତି ରାଣୀ ମହାପାତ୍ର ଙ୍କ ଏହି ଟିମ ରେ ଏହି ବିଭାଗ ର ଜେ ଇ, ଡ଼ି ଟି ଏମ ଓ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସାମିଲ ରହିଥିଲେ l ପ୍ରଥମେ ସୋନପୁର ଓ ପରେ ପରେ ଉଲୁଣ୍ଡା, ବି ଏମ ପୁର, ବିନିକା, ତରଭା ବ୍ଲକ ଗସ୍ତ କରି ନିର୍ମାଣ ହେବାକୁ ଥିବା ନୂତନ ବସଷ୍ଟାଣ୍ଡ ସବୁ ର ଭିତ୍ତିଭୂମି ଓ ଅlନୁସଙ୍ଗିକ ବ୍ୟବସ୍ଥା ର ଅନୁଧ୍ୟାନ କରି ପ୍ଲାନ ପ୍ରସ୍ତୁତି କରିଛନ୍ତି l ସବୁ ବ୍ଲକ ରେ ସ୍ଥାନୀୟ ତହସିଲଦାର ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ l ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଓ ଉଭୟ ଜନ ପ୍ରତିନିଧି ମାନଙ୍କ ଏଇ ଉଦ୍ୟମ ଓ ସରକାର ଙ୍କ ଏଇ ଜନହିତକର ନୂତନ ଯୋଜନା କୁ ଜ଼ିଲ୍ଲା ବାସୀ ପ୍ରଶଂସା କରିଛନ୍ତି l