-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
24-Aug-2021
ଯାଜପୁର(ପ୍ରେରଣା ଖବର): ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ହରିଡ଼ାବାହାଳୀ ଗ୍ରାମରେ ଜଣେ ବୃଦ୍ଧlକୁ ପଥରରେ ଛେଚି ହତ୍ୟା କରାଯାଇଛି ବୋଲି ସୁକିନ୍ଦା ଥାନାରେ ଅଭିଯୋଗ ହୋଇଛି l ସୁକିନ୍ଦା ପୋଲିସ ଘଟଣା ସ୍ଥଳରେ ପହଂଚି ମୁତ ଦେହକୁ ଉଦ୍ଧାର କରିଛିl. ମୁତକଙ୍କ ନାମ ସୁନିଆ ସୋରେନ l ସେ ପିଣ୍ଡାରେ ଶୋଇ ଥିଲେ ଓ ତାଙ୍କ ର ଦୁଇ ପୁଅ ଘରେ ନ ଥିଲେ l ରବିବାର ରାତ୍ରି ରେ ସୁନିଆ ପିଣ୍ଡା ରେ ଶୋଇ ଥିବା ଅବସ୍ଥା ରେ ତାଙ୍କୁ ଉଠାଇ ନେଇ ଗ୍ରାମ ବାହାରେ ହାଣି ପଥର ରେ ଛେଚି ହତ୍ୟା କରା ଯାଇଛି ବୋଲି ତାଙ୍କର ପୁତ୍ର ଅଭିଯୋଗ କରିଛନ୍ତି ପୋଲିସ ଶବକୁ ଉଦ୍ଧାର କରି ଦାନଗଦି ଡାକ୍ତରଖାନାକୁ ଶବ ଵେବଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିଛି କେଶ ନଂ ୧୬୭/୨୧ ରେ ଏକ ସ୍ୱତନ୍ତ୍ର ଟିମି ଘଟଣା ସ୍ଥଳରେ ପହଂଚି ତନାଘନା ତଦନ୍ତ ଚଳାଇଛି l.ଗୁଣି ଗାରେଡିପାଇଁ ହତ୍ୟା କାଣ୍ଡ ଘଟି ଥାଏ ବୋଲି ପୋଲିସ ସହନ୍ଦେ କରୁଛି l ହତ୍ୟାକାରୀ ଖୁବୁ ଶୀଘ୍ର ଧରାପଡିବ ବୋଲି ସୁକିନ୍ଦା ଥାନା ଅଧିକାରୀ ଶିବ ଚରଣ ବେହେରା ସୂଚନା ଦେଇ ଛନ୍ତି l