-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
24-Jul-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ରେ ଧୁମଧାମରେ ପାଳନ କରାଯାଇଛି ବାହୁଡ଼ା ଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଭକ୍ତ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରଥକୁ ଭକ୍ତି ର ସହ ଟାଣି ଆଣି ଥିଲେ। ଛେରାପହଁରା କରିଥିଲେ ଡାବୁଗାଁ ତହସିଲଦାର ଗୀତା ମୂର୍ମୁ । ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କେଲିଆ ମନ୍ଦିର ସଂପାଦକ ଦେବରାଜ ପାତ୍ର, ଜଗନ୍ନାଥ ମନ୍ଦିର ଉପସଭାପତି ଜି.ଭେଙ୍କେଟେଶ୍ୱର ରାଓ, ସଂପାଦକ ଜି.ସାଇରାଜୁ , ଡାବୁଗାଁ ବିଡିଓ ସମୀର ପାତ୍ର, ଡାବୁଗାଁ ଆଇଆଇସି ଲଷ୍ମୀ ପରଜା, ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ସହ ସମ୍ପାଦକ ଭଗବାନ ମହାନ୍ତି, ବରିଷ୍ଠ ଆଇନଜିବି ମିହିର ଶଙ୍କର ପାତ୍ର ଏବଂ ଅନ୍ୟାନ୍ୟ ଗ୍ରାମର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।