-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
24-Jul-2026
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁ ଅନକା ଗାଁର ମାଝୀ ପଡା ରେ ଘଟିଛି ହତ୍ୟାକାଣ୍ଡ । ଗାଁର ଦେବଚନ୍ଦ ମାଝୀ ନିଜ ସ୍ତ୍ରୀ କିଆଫୁଲ ମାଝୀ କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳ ରେ କଣ୍ଟାବାଞ୍ଜି ପୁଲିସ ଖବର ପାଇ ହତ୍ୟାକାରୀ ସ୍ୱାମୀ ଦେବଚନ୍ଦ କୁ ଉଠାଇ ଥାନା ରେ ଅଟକ ରଖିଥିବା ବେଳେ ଏହାର ଅଧିକ ତଦନ୍ତ କରୁଛି । ତେବେ କାହିଁକି ଏଭଳି ହତ୍ୟା କଲା ସେନେଇ ପୁଲିସ ଯାଞ୍ଚ କରୁଥିବା ମଧ୍ୟ ଜଣାପଡିଛି ।