-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
24-Jul-2026
ସୁବର୍ଣ୍ଣପୁର: (ମନୋରଞ୍ଜନ ତ୍ରିପାଠୀ )
ପଞ୍ଚଦିବସୀୟ ଇଂରାଜୀ ଭାଷା ଶିକ୍ଷା ଦାନ ତାଲିମ ଶିବିର ପ୍ରାଥମିକ ଶିକ୍ଷକ/ ଶିକ୍ଷୟିତ୍ରୀ ସୋନପୁର ଜିଲ୍ଲା ପାଇଁ ସ୍ଥାନୀୟ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ୬ଟି ବ୍ଲକରୁ ସମୁଦାୟ ୫୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ରାଜ୍ୟ ଭାଷା ଶିକ୍ଷା ତାଲିମ ପ୍ରତିଷ୍ଠାନ ଭୁବନେଶ୍ୱର ଦ୍ବାରା ପ୍ରୟୋଜିତ ସାଧନା କର୍ମୀ ଭାବରେ ଶଶୀଭୂଷଣ ହୋତା ,ଡ଼.ଲଳିନ୍ଦ୍ର ଅମାତ , ସଚିନ୍ଦ୍ର ପଟେଲ ଏବଂ କାଳୀଚରଣ ଦୁବେ ଶିକ୍ଷା ଦାନ କରୁଛନ୍ତି। କାର୍ଯ୍ୟକ୍ରମକୁ ସୂଚାରୁରୂପେ ପ୍ରଧାନଶିକ୍ଷକ ଗତି କୃଷ୍ଣ ମିଶ୍ର ପରିଚାଳନା କରୁଛନ୍ତି। ଆଜି ଚତୁର୍ଥ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଶିବିର ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କିଛି ଗଠନ ମୂଳକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଇଂରାଜୀ ଭାଷାର ଆବଶ୍ୟକତା ଉପରେ ଆଲୋକପାତ କରି ଶ୍ରେଣୀ ଗୃହରେ ଇଂରାଜୀ ଭାଷାକୁ କିପରି ସହଜ ଏବଂ ବୋଧଗମ୍ୟ କରାଯାଇପାରିବ ତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷାନୀତି -୨୦୨୦ ବୈଶିଷ୍ଠା ବଳୀ ଉପରେ ଆଧାରିତ ଜିଲ୍ଲାପାଳ ଡ଼ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଗୋଟିଏ ଘଣ୍ଟା ଶିକ୍ଷାଦାନ କରିଥିଲେ। ତଥା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଦେଶ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ଚୟନ ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିବିରକୁ ପଠାଇଥିଲେ ତଥା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସହଯୋଗ କରିଥିଲେ।