-+91-9937148622 |

prerana_bgr@rediffmail.com |

  Wednesday 9th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||     

HOME   ଜିଲ୍ଲା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ

24-Jul-2026



ବରପାଲି (ସୁଦାମ ଦୀପ )
 ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ଭେଟି ବରଗଡ଼ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର ପୂର୍ବତନ ସୈନିକ, ସେମାନଙ୍କ ପରିବାର ଓ ଯୁବପିଢ଼ୀଙ୍କ ସ୍ୱାର୍ଥ ସହ ଜଡିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି। ଏ ସମ୍ପର୍କରେ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏକ ବିସ୍ତୃତ ପତ୍ର ପ୍ରଦାନ କରି ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସାଂସଦ ଶ୍ରୀ ପୁରୋହିତ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବରଗଡ଼ ଜିଲ୍ଲାରେ ବହୁ ସଂଖ୍ୟକ ପୂର୍ବତନ ସୈନିକ ଓ ସେମାନଙ୍କ ପରିବାର ବସବାସ କରୁଛନ୍ତି। ବରଗଡ଼ ଜିଲ୍ଲା ଭେଟେରାନ୍ସ ଆସୋସିଏସନ (BDVA) ୨୦୧୬ ମସିହାରୁ ୨ ହଜାରରୁ ଅଧିକ ପୂର୍ବତନ ସୈନିକ ଓ ସେମାନଙ୍କ ନିର୍ଭରଶୀଳଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସତ୍ତ୍ୱେ ଆବଶ୍ୟକ କଲ୍ୟାଣକାରୀ ଭିତ୍ତିଭୂମିର ଅଭାବ ଯୋଗୁଁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ବର୍ତ୍ତମାନ ସମ୍ବଲପୁରରେ ଥିବା ଜିଲ୍ଲା ସୈନିକ କଲ୍ୟାଣ ବୋର୍ଡ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ସହ ସାତୋଟି ଜିଲ୍ଲାକୁ ସେବା ଯୋଗାଇ ଆସୁଛି। ଏହାର ବିଶାଳ କାର୍ଯ୍ୟପରିସର କାରଣରୁ ବରଗଡ଼ ଜିଲ୍ଲାର ପୂର୍ବତନ ସୈନିକମାନଙ୍କୁ ପେନ୍‌ସନ, ଡକ୍ୟୁମେଣ୍ଟେସନ ଓ ଅନ୍ୟାନ୍ୟ କଲ୍ୟାଣକାରୀ ସୁବିଧା ପାଇଁ ଦୀର୍ଘ ଦୂରତା ଯାତ୍ରା କରିବାକୁ ପଡୁଛି। ତେଣୁ ବରଗଡ଼ରେ ଏକ ସ୍ୱତନ୍ତ୍ର ଜିଲ୍ଲା ସୈନିକ କଲ୍ୟାଣ ବୋର୍ଡ  ସ୍ଥାପନ କରିବାକୁ ସେ ଦାବି କରିଛନ୍ତି।ସେହିପରି ସମ୍ବଲପୁରରେ ଥିବା ଏକମାତ୍ର ସିଏସଡି କ୍ୟାଣ୍ଟିନ ଉପରେ ସାତୋଟି ଜିଲ୍ଲାର ପୂର୍ବତନ ସୈନିକ ନିର୍ଭରଶୀଳ ଥିବାରୁ ବୃଦ୍ଧ ସୈନିକମାନଙ୍କୁ ଅନେକ ଘଣ୍ଟା ଯାତ୍ରା ଓ ଅପେକ୍ଷା କରିବାକୁ ପଡୁଛି। ଏହି ଅସୁବିଧା ଦୂର କରିବା ପାଇଁ ବରଗଡ଼ରେ ଏକ ସିଏସଡି ଏକ୍ସଟେନ୍‌ସନ କାଉଣ୍ଟର ଖୋଲିବାକୁ ସାଂସଦ ଅନୁରୋଧ କରିଛନ୍ତି।
ପତ୍ରରେ ସାଂସଦ ଆହୁରି ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡ଼ିଶା ଦେଶର ସଶସ୍ତ୍ର ବାହିନୀକୁ ବହୁ ସଂଖ୍ୟାରେ ଯୁବକ ଯୋଗାଇ ଆସୁଥିଲେ ମଧ୍ୟ ଏହି ଅଞ୍ଚଳରେ କୌଣସି ସୈନିକ ସ୍କୁଲ ନାହିଁ। ବରଗଡ଼ ଜିଲ୍ଲାର ପଦ୍ମପୁରଠାରେ ସୈନିକ ସ୍କୁଲ ସ୍ଥାପନ ପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ପୂରଣ ହୋଇସାରିଛି ଏବଂ ସୈନିକ ସ୍କୁଲ ସୋସାଇଟି ନିକଟରେ ଆବେଦନ ମଧ୍ୟ ପଞ୍ଜୀକୃତ ହୋଇଛି। ଏହି ସ୍କୁଲ ସ୍ଥାପନ ହେଲେ ଅଞ୍ଚଳର ଗ୍ରାମାଞ୍ଚଳ ଯୁବପିଢ଼ୀ ଉନ୍ନତ ଶିକ୍ଷା ସହ ପ୍ରତିରକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାର ସୁଯୋଗ ପାଇବେ ଏବଂ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ସହାୟକ ହେବ।ଶେଷରେ ସାଂସଦ ଶ୍ରୀ ପୁରୋହିତ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବରଗଡ଼ରେ ଜିଲ୍ଲା ସୈନିକ କଲ୍ୟାଣ ବୋର୍ଡ ସ୍ଥାପନ, ସିଏସଡି ଏକ୍ସଟେନ୍‌ସନ କାଉଣ୍ଟର ମଞ୍ଜୁରୀ ଏବଂ ପଦ୍ମପୁର ପ୍ରସ୍ତାବିତ ସୈନିକ ସ୍କୁଲକୁ ଅନୁମୋଦନ ପ୍ରଦାନ କରିବାକୁ ଦୃଢ଼ ଭାବେ ଅନୁରୋଧ କରିଛନ୍ତି। ଏହି ପଦକ୍ଷେପ ପୂର୍ବତନ ସୈନିକ, ସେମାନଙ୍କ ପରିବାର ଏବଂ ପଶ୍ଚିମ ଓଡ଼ିଶାର ଯୁବପିଢ଼ୀଙ୍କ ପାଇଁ ଏକ ଐତିହାସିକ ସଫଳତା ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଉପରୋକ୍ତ ସମସ୍ୟା ସଂକ୍ରାନ୍ତରେ ଗଠନ ମୂଳକ ଆଲୋଚନା ହୋଇଥିବାରୁ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026

You Might Also Like