-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
21-Aug-2021
ପାଟଣାଗଡ(ପ୍ରେରଣା ଖବର) : ଗତ କିଛି ଦିନ ହେଲା ପାଟଣାଗଡ଼ ଅଂଚଳର ଶତାଧିକ ବିଜେପି କର୍ମୀ ସ୍ୱତଃପ୍ରବୃତ୍ତ ଭାବେ ବିଜେଡି ରେ ଯୋଗଦାନ କରିବା ଦେଖାଯାଇଛି l ଏହାଦ୍ୱାରା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ନା ଯେ କେବଳ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବ ବରଂ ବିଜେଡି ର
ଏକାଧିକ ଜନହିତକର ଯୋଜନାର ସୁଫଳ ଲୋକେ ପାଇପାରିବେ ବୋଲି କୁହାଯାଉଛି l ଗତ କିଛି ଦିନ ହେଲା ପାଟଣାଗଡ଼ ବିଧାୟକ ସରୋଜ ମେହେର ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ଅଭାବ ଅସୁବିଧାକୁ ବୁଝିଛନ୍ତି l ଏପରିକି ତାଲା ବନ୍ଦ ସମୟରେ ମଧ୍ୟ ଶ୍ରୀ ମେହେର ନିରବିଚ୍ଛିନ୍ନ ଭବରେ ବିଭିନ୍ନ ପଞ୍ଚାୟତ କୁ ଯାଇ ଲୋକଙ୍କୁ ଆର୍ଥିକ ଓ ମାନସିକ ସହଯୋଗ ପ୍ରଦାନ କରିଥିଲେ l ବିଜେଡି ର ଏପରି କିଛି ସାମାଜିକ କାମ ଲୋକଙ୍କୁ ଦଳ ପ୍ରତି ଆକୃଷ୍ଟ କରିଛି l ଗତକାଲି ବିଧାୟକ ଶ୍ରୀ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜେଡି କାର୍ଯ୍ୟାଳୟରେ ମଣ୍ଡୋମହୁଲ ପଞ୍ଚାୟତର ୧୪ ଜଣ ବିଜେପି ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରିବା
ଘଟଣା ବିଜେଡିର ଲୋକପ୍ରିୟତା କୁ ପ୍ରମାଣ କରିଛି l ଗତକାଲି ବିଜେଡି ସକ୍ରିୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜନ ହୋଇଥିଲା ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା